Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାହ ପୂର୍ବରୁ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କଲେ ରକୁଲ-ଜ୍ୟାକି

Ritu Das
Browse all articles by Ritu Das
·2 years ago·1 min read
ବିବାହ ପୂର୍ବରୁ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କଲେ ରକୁଲ-ଜ୍ୟାକି

ଅର୍ଗସ ବ୍ୟୁରୋ: ୨୦୨୪ ମସିହା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କାହିଁକି ନା, ଆଗାମୀ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରକୁଲ। ଏବେ ‌ସେ ବାହାଘର ପୂର୍ବରୁ ସିଦ୍ଧି ବିନାୟକରେ ପହଞ୍ଚି ଗଣପତି ବପ୍ପାଙ୍କ ଆଶୀର୍ବାଦ ନେଇଛନ୍ତି। ରକୁଲ ପ୍ରୀତ ଓ ତାଙ୍କ‌ ପ୍ରେମିକ ଜ୍ୟାକି ଭଗନାନୀ ରବିବାର ସକାଳେ ଗଣପତିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ମନ୍ଦିର ଭିତରୁ ଏହି ଦମ୍ପତିଙ୍କ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ପରସ୍ପରଙ୍କୁ ଏକାସାଥୀରେ ଦେଖିବାକୁ ମିଳିଛି। ଦୁହିଁଙ୍କର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ପଣ୍ଡିତଜୀ ପୂଜା କରୁଥିବା ‌ବେଳେ ଦୁହେଁ ଭକ୍ତିରେ ଲୀନ ହୋଇଛନ୍ତି। ରାକୁଲଙ୍କ ହାତରେ ଫୁଲ ଓ ପ୍ରସାଦ ଦେଖିବାକୁ ମିଳିଛି। ଦୁଇ ଜଣଙ୍କ ଫଟୋ ଖୁବ ସୁନ୍ଦର ହୋଇଛି। ଦୁହିଁଙ୍କୁ ପଣ୍ଡିଜତୀ ଟୀକା ବି ଲଗାଇ ଦେଉଥିବାର ଫଟୋରେ ଦେଖିବାକୁ ମିଳିଛି।

ଫେବୃଆରୀ ୨୧ରେ ବିବାହ କରିବେ ଜ୍ୟାକି-ରକୁଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରକୁଲ ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଛି। ସେମାନଙ୍କ ବିବାହରେ ପରିବାର ଲୋକ ଓ ନିକଟତର ବନ୍ଧୁ ସାମିଲ୍ ହେବେ ବୋଲି ଜାଣିବାକୁ ମିଳିଛି। ରକୁଲ ଓ ଜ୍ୟାକିଙ୍କ ବାହାଘର ଗୋଆର ବିଳାସମୟ ରିସର୍ଟ ଆଇଟିସି ଗ୍ରାଣ୍ଡରେ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି।

 

Sponsored
Rakul-Jackie visited | Argus News