Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Tollywood Couple / ଦ୍ବିତୀୟ ପ୍ରେଗେନେନ୍ସି କନଫର୍ମ କଲେ ରାମଚରଣ-ଉପାସନା

Ritu Das
Browse all articles by Ritu Das
·8 months ago·2 min read
ଦ୍ବିତୀୟ ପ୍ରେଗେନେନ୍ସି କନଫର୍ମ କଲେ ରାମଚରଣ-ଉପାସନା

Key Points

ସାଉଥ ଇଣ୍ଡଷ୍ଟ୍ରିର ପାୱାରଫୁଲ୍‌ କପଲ ଦମ୍ପତି ରାମ ଚରଣ ଏବଂ ଉପାସନା । ଦୁହେଁ ପୁଣି ଥରେ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି।
ସାଉଥ ଇଣ୍ଡଷ୍ଟ୍ରିର ପାୱାରଫୁଲ୍‌ କପଲ ଦମ୍ପତି ରାମ ଚରଣ ଏବଂ ଉପାସନା । ଦୁହେଁ ପୁଣି ଥରେ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ରାମ ଚରଣ ଏବଂ ଉପାସନା ସେମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରେଗନେନ୍ସି କନଫର୍ମ କରିଛନ୍ତି। ଉପାସନା ପ୍ରଶଂସକମାନଙ୍କୁ ବେବି ସାୱାରର ଏକ ଝଲକ ଦେଖାଇଛନ୍ତି। ଯେଉଁଥିରେ ସେ ଏବଂ ରାମ ଚରଣ ବହୁତ ଖୁସି ନଜର ଆସିଛନ୍ତି।

ନିକଟରେ ଉପାସନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ସମଗ୍ର ପରିବାର ଏକାଠି ଏବଂ ପୂଜାପାଠ କରୁଥିବାର ଦେଖାଯାଉଛି। ଏହି ଭିଡିଓ ଦେଖିବା ପରେ ରାମ ଚରଣ ଏବଂ ଉପାସନାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ଉପାସନା ବେବି ସାୱାର ଭିଡିଓ ସେୟାର କରି ଲେଖିଛନ୍ତି, "ଏହି ଦୀପାବଳି ଡବଲ୍ ସେଲିବ୍ରେସନ୍, ଡବଲ୍ ଲଭ୍‌ ଏବଂ ଡବଲ୍ ଆଶୀର୍ବାଦ ଥିଲା।" ଭିଡିଓରେ, ଉପାସନା ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ରାମ ଚରଣ କୁର୍ତ୍ତା-ପାଇଜାମାରେ ନଜର ଆସିଛନ୍ତି।


ଏହାସହ ପଢ଼ନ୍ତୁ: ‘କ୍ୟୁଙ୍କି ସାସ୍‌ ଭି କଭି ବୋହୂ ଥି’ ଶୋରେ ସ୍ମୃତି ଇରାନୀଙ୍କ ସହ ନଜର ଆସିବେ ବିଲ ଗେଟସ୍‌


ମେଗାଷ୍ଟାର ଚରିଞ୍ଜିବୀ ଏବଂ ତାଙ୍କ ପତ୍ନୀ ସୁରେଖା ଆଉଥରେ ଜେଜେବାପା, ଜେଜେମା' ହେବାକୁ ଯାଉଛନ୍ତି। ସେଥିପାଇଁ ପରିବାର ମଧ୍ୟରେ ଖୁସିର ମାହୋଲ। ମେଗା ଷ୍ଟାରଙ୍କ ପରିବାର ଲୋକେ କହିଛନ୍ତି ଚଳିତବର୍ଷ ଦୀପାବଳି ଆମ ପାଇଁ ଖୁବ ସ୍ପେଶାଲ ଥିଲା। କାରଣ ଭଗବାନଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଛି। ଇଣ୍ଡଷ୍ଟ୍ରିର ବହୁ ଅଭିନେତା ଏବଂ ଅଭିନେତ୍ରୀ ଏହି ଖୁସି ଖବର ଜାଣିବା ପରେ ରାମଚରଣ ଏବଂ ଉପାସନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଛି ଅଭିନେତ୍ରୀ ଲେଖିଛନ୍ତି ପୁନର୍ବାର ମା' ହେଉଥିବାରୁ ତୁମକୁ ଢେରସାରା ଅଭିନନ୍ଦନ।

ରାମଚରଣ ମଧ୍ୟ ଦ୍ବିତୀୟଥର ପିତା ହେବାକୁ ଯାଉଥିବାରୁ ବହୁତ ଖୁସି ଅଛନ୍ତି। ଆଉ ସେ ନିଜେ ସୋସିଆଲ ମିଡିଆରେ ଏହି ଖବରକୁ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, "ପୁଣି ଥରେ ଆମ ଜୀବନରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।" ଉପାସନାଙ୍କ ବେବି ସାଓ୍ବାର ସେରିମନୀରେ ସାଉଥ ଇଣ୍ଡଷ୍ଟ୍ରିର ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ।





ପ୍ରଶଂସକମାନେ ଉପାସନାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି, ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ଅନେକ ଅଭିନନ୍ଦନ।" ଆଉ ଜଣେ ଲେଖିଛନ୍ତି, "ତୁମର ଦ୍ୱିତୀୟ ପ୍ରେଗନେନ୍ସି ପାଇଁ ଶୁଭକାମନା।" ଆଉ ଜଣେ ଲେଖିଛନ୍ତି, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଉପାସନା। କହିବାକୁ ଗଲେ ରାମ ଚରଣ ଏବଂ ଉପାସନା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଦୁଇ ବର୍ଷ ପୂର୍ବେ, ଏହି ଦମ୍ପତି ୨୦୨୩ରେ ଝିଅ କ୍ଲିନକାରା କୋନିଡେଲାଙ୍କୁ ସ୍ୱାଗତ କରିଥିଲେ। ସେମାନେ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୩ ବର୍ଷର ବିବାହ ପରେ, ରାମ ଚରଣ ଏବଂ ଉପାସନା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ରାମଚରଣଙ୍କୁ ଶେଷଥର "ଗେମଚେଞ୍ଜର" ମୁଭିରେ ଦେଖାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Charan and Upasana Confirm Their Second Pregnancy | Argus News | Argus News