Videos
|
Entertainment

Ramayana Trailer Release / ବ୍ରହ୍ମମୁହୂର୍ତ୍ତରେ ଆସିଲା ‘ରାମାୟଣ’ ଟ୍ରେଲର, ରଣବୀରଙ୍କ 'ରାମ' ଓ ୟଶଙ୍କ 'ରାବଣ' ଲୁକ୍ ଭାଇରାଲ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବ୍ରହ୍ମମୁହୂର୍ତ୍ତରେ ଆସିଲା ‘ରାମାୟଣ’ ଟ୍ରେଲର, ରଣବୀରଙ୍କ 'ରାମ' ଓ ୟଶଙ୍କ 'ରାବଣ' ଲୁକ୍ ଭାଇରାଲ୍
Ramayan Trailer

Key Points

ରଣବୀର କପୁରଙ୍କ ‘ରାମାୟଣ’ ଟ୍ରେଲର ରିଲିଜ୍
୪୦୦୦ କୋଟିର ଫିଲ୍ମର ପ୍ରଥମ ଝଲକ
ରାମ, ସୀତା ଓ ରାବଣଙ୍କ ଦମଦାର ଏଣ୍ଟ୍ରି
ଶେଷ ହୋଇଛି ଦୀର୍ଘଦିନର ଅପେକ୍ଷା । ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଭବ୍ୟ ଟ୍ରେଲର୍ ଶେଷରେ ବିଶ୍ୱବ୍ୟାପୀ ରିଲିଜ୍ ହୋଇଛି । ରଣବୀର କପୁରଙ୍କ ରାମ ଅବତାର, ୟଶଙ୍କ ଶକ୍ତିଶାଳୀ ରାବଣ ରୂପ, ସାଇ ପଲ୍ଲବୀଙ୍କ ସରଳ ସୀତା ଚରିତ୍ର ଏବଂ ଚମତ୍କାର ଭିଜୁଆଲ୍ସ ସହ ଏହି ଟ୍ରେଲର୍ ଦର୍ଶକଙ୍କୁ ଏକ ଦିବ୍ୟ ଅନୁଭୂତି ଦେଇଛି । ଟ୍ରେଲର୍ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ—ଏହି ଫିଲ୍ମ କେବଳ ଏକ ସିନେମା ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ମହାକାବ୍ୟ ‘ରାମାୟଣ’କୁ ବିଶ୍ୱ ଦର୍ଶକଙ୍କ ପାଖରେ ଏକ ନୂଆ ରୂପରେ ପହଞ୍ଚାଇବାର ଏକ ବିଶାଳ ପ୍ରୟାସ ।

ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ଭବ୍ୟ ପ୍ରକଳ୍ପ 'ରାମାୟଣ'ର ପ୍ରଥମ ଝଲକ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି । ପ୍ରାୟ ୪,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମର ଟ୍ରେଲର୍ ଦେଖିବା ପରେ ଦର୍ଶକଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ହୋଇଛି ।

ଟ୍ରେଲର୍‌ରେ ଚମତ୍କାର ଭିଜୁଆଲ୍ ଇଫେକ୍ଟ, ଭବ୍ୟ ସେଟ୍ ଏବଂ ମନମୁଗ୍ଧକର ସଙ୍ଗୀତ ଦର୍ଶକଙ୍କୁ ଏକ ଭିନ୍ନ ଜଗତକୁ ନେଇଯାଉଛି । ହିନ୍ଦୀ ମହାକାବ୍ୟ ‘ରାମାୟଣ’ ଉପରେ ଆଧାରିତ ଏହି ଫିଲ୍ମର ପ୍ରତ୍ୟେକ ଦୃଶ୍ୟକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ।

ଟ୍ରେଲର୍‌ର ଆରମ୍ଭ ହୋଇଛି ୟଶଙ୍କ ରାବଣ ଅବତାର ସହ । ଦଶାନନ ରାବଣଙ୍କ ଶକ୍ତିଶାଳୀ ଏବଂ ଭବ୍ୟ ରୂପ ଦର୍ଶକଙ୍କୁ ଆକର୍ଷିତ କରୁଛି। ଏହାପରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିଛନ୍ତି । ସୀତା ଭୂମିକାରେ ସାଇ ପଲ୍ଲବୀଙ୍କ ଅଭିନୟ ମଧ୍ୟ ପ୍ରଶଂସା ସାଉଁଟିଛି । ତାଙ୍କ ସରଳ ଅଭିନୟ ସୀତାଙ୍କ ଚରିତ୍ରକୁ ଜୀବନ୍ତ କରିଥିବା କୁହାଯାଉଛି ।

ଅନ୍ୟପଟେ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଏବଂ କୈକେୟୀ ଭୂମିକାରେ ଲାରା ଦତ୍ତ ମଧ୍ୟ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ସଙ୍ଗୀତକାର ଏ.ଆର୍. ରହମାନ ଓ ହାନ୍ସ ଜିମରଙ୍କ ସଙ୍ଗୀତ ଟ୍ରେଲର୍‌କୁ ଆହୁରି ଭାବପ୍ରବଣ କରିଛି। ଟିଜର୍ ପରେ ଯେଉଁ ଦର୍ଶକ ନିରାଶ ହୋଇଥିଲେ, ସେମାନଙ୍କୁ ଏଥର ଟ୍ରେଲର୍ ନିରାଶ କରିନାହିଁ ବୋଲି ଚର୍ଚ୍ଚା ହେଉଛି ।

ପ୍ରଯୋଜକ ନମିତ ମଲହୋତ୍ରା ଓ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ଫିଲ୍ମ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତି ଓ ‘ରାମାୟଣ’ର ବାର୍ତ୍ତା ପହଞ୍ଚାଇବ ବୋଲି ଆଶା କରାଯାଉଛି। ଆସନ୍ତା ଦୀପାବଳି ଅବସରରେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ୍‌ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: