ଖ୍ରୀଷ୍ଟମାସରେ ଫ୍ୟାନଙ୍କୁ ବଡ଼ ଉପହାର ଦେଲେ ରଣବୀର-ଆଲିଆ

ଅର୍ଗସ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ହେଉଛି ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସରେ କପୁର ପରିବାର ପକ୍ଷରୁ ଫ୍ୟାନମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବଲିଉଡ ଅଭିନେତା ରଣବୀର କପୁର ଏବଂ ପତ୍ନୀ ଆଲିଆ ଭଟ୍ଟ ଆଜି ତାଙ୍କ ଛୋଟ ରାଜକୁମାରୀ ମାନେ ଝିଅ ରାହା କପୁରଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। କପୁର ବଂଶର ନାତୁଣୀଙ୍କୁ ଦେଖି ଫ୍ୟାନମାନେ ଖୁସିରେ ଗଦଗଦ ହୋଇପଡ଼ିଛନ୍ତି।
ସୋମବାର କପୁର ପରିବାରରେ ଜୋରଦାର ଭାବେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଛି। ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନରେ ଏହି ଦମ୍ପତି ପ୍ରଥମଥର ପାଇଁ ଝିଅ ରାହା ସାଙ୍ଗେରେ ପାପାରାଜି ପୋଜ ଦେଇଥିଲେ। ରଣବୀର-ଆଲିଆ ପ୍ରଥମଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ନିଜ ଝିଅର ଫେସ ରିଭିଲ କରିଥିଲେ।
ରଣବୀର ତାଙ୍କ ଲାଡଲି ଝିଅ ରାହାଙ୍କୁ କୋଳରେ ଧରି ନଜର ଆସିଥିଲେ। ପାପାଙ୍କ କୋଳରେ ରାହା ବହୁତ ଶାନ୍ତ ଦେଖାଯାଉଥିଲେ। ବିଶ୍ବାସ କରନ୍ତୁ ରାହାଙ୍କୁ ଦେଖିଲାପରେ ଆଖି ଯେମିତି ସେଇଠି ଲାଖିଯାଇଥିଲା। କାରଣ ୧ବର୍ଷ କୁନି ରାହା ବହୁତ କ୍ୟୁଟ, ତାଙ୍କ ନୀଳ ଆଖି, କ୍ୟୁଟ ଚେହେରା ଫ୍ୟାନମାନେ ରାହାକୁ ଦେଖି ତାରିଫ କରିବାରୁ ବି ଥକି ନାହାନ୍ତି। କେତେକ ୟୁଜର୍ସ କହିଛନ୍ତି କେତେ କ୍ୟୁଟ ସତରେ ଲାଗୁଛି କପୁର ଖାନଦାନର ହିଁ ଗେହ୍ଲି ନାତୁଣୀ। ଆଉ କେତେକ ୟୁଜର୍ସ କହିଛନ୍ତି ରଣବୀରଙ୍କ ମୁଭି ଆନିମଲ କଲେକ୍ସନ ବକ୍ସଅଫିସରେ ରେକର୍ଡ ଭାଙ୍ଗିଛି। ଆଉ ରଣବୀର ଏହି ମୁଭିରେ ଜବରଦସ୍ତ ଆକ୍ସନ ଏବଂ ଇମୋଶନ ଭରା ଆକ୍ଟିଂ କରିଛନ୍ତି। ସେଥିପାଇଁ ବୋଧେ ବହୁତ ଖୁସିରେ ଅଛନ୍ତି। ଆଉ କିଛି ଫ୍ୟାନ ଲେଖିଛନ୍ତି ରାହା ଭଗବାନ ତୁମକୁ ସୁସ୍ଥ ରଖନ୍ତୁ ଏବଂ ସବୁବେଳେ ତୁମେ ଏମିତି କ୍ୟୁଟ ଭାବେ ହସୁଥାଅ। ଆଉ ବଡ଼ ହୋଇ ତୁମେ ପିତାମାତାଙ୍କୁ ଗର୍ବିତ କରାଅ ଏତିକି ଆମ ପକ୍ଷରୁ ଶୁଭକାମନା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର