୪୭ବର୍ଷରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣଦୀପ ହୁଡ଼ା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଧଳା ରଙ୍ଗର ପୋଷାକ ପିନ୍ଧି ଅଭିନେତା ଜଣେ ଆଦର୍ଶ ମଣିପୁରୀ ବର ପରି ଦେଖାଯାଉଥିଲେ।
#WATCH मणिपुर: अभिनेता रणदीप हुडा और लिन लैशराम आज इंफाल में पारंपरिक मैतेई रस्मों-रिवाज के साथ शादी के बंधन में बंध रहे हैं। https://t.co/UfI5AAkct8 pic.twitter.com/AkQVqEiduR
— ANI_HindiNews (@AHindinews) November 29, 2023
ଫଟୋ ଏବଂ ଭିଡିଓରେ ତାଙ୍କୁ ପରିବାର ଏବଂ ସମ୍ପର୍କୀୟ ମାନେ ଘେରି ରହିଥିବାର ନଜର ଆସିଥିଲେ। ବିବାହ ସମାରୋହରେ ଲିନ ପାରମ୍ପରିକ ମଣିପୁରୀ କନ୍ୟା ବେଶରେ ନଜର ଆସିଛନ୍ତି। ଥିଏଟରରେ ଲିନ ଏବଂ ହୁଡା ପ୍ରଥମଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
ଦୁହିଁଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାରର ସଦସ୍ୟ ସାମିଲ ଥିଲେ। ପରେ ସେମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ କରିବେ। ବିବାହରେ ମଣିପୁରର ଷ୍ଟ୍ରିଟ ଫୁଡ ମଧ୍ୟ ରହିଥିଲା। ଗତକାଲି ରାତିରେ ସେମାନଙ୍କ ଅନେକ ବିବାହବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର