Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୋସିଆଲ ମିଡିଆରୁ ଦୂରେଇ ରହିବାର କାରଣ କହିଲେ ରାଣୀ

Smruti Parija
Browse all articles by Smruti Parija
·2 years ago·1 min read
ସୋସିଆଲ ମିଡିଆରୁ ଦୂରେଇ ରହିବାର କାରଣ କହିଲେ ରାଣୀ

ଅର୍ଗସ ବ୍ୟୁରୋ: ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ରାନୀ ମୁଖାର୍ଜୀଙ୍କର ଅନେକ ଫ୍ୟାନ୍ସ୍ ଅଛନ୍ତି । ଦର୍ଶକମାନେ ଏବେ ମଧ୍ୟ ରାନୀଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି । ସୋସିଆଲ ମିଡିଆରୁ ଖୁବ ଦୂରରେ ରୁହନ୍ତି ରାଣୀ ମୂଖାର୍ଜୀ ।  ଆପଣମାନେ ଜାଣିଛନ୍ତି ରାନୀ ମୁଖାର୍ଜୀ ସୋସିଆଲ ମିଡିଆ ଠାରୁ ଦୂରରେ ରୁହନ୍ତି କିନ୍ତୁ କାହିଁକି ଜାଣିଛନ୍ତି କି । 

ଏକ କାର୍ଯ୍ୟକ୍ରମରେ ରାନୀ କହିଥିଲେ ତାଙ୍କ ସୋସିଆଲ ମିଡିଆରୁ ଦୂରରେ ରହିଵାର କାରଣ  । ସେ କହଛନ୍ତି -ତାଙ୍କର ଫ୍ୟାନ୍ସ୍ ମାନେ ତାଙ୍କୁ ଵହୁତ୍ ଭଲ ପାଆନ୍ତି ଆଉ ପ୍ରୋତ୍ସାହିତ ମଧ୍ୟ କରନ୍ତି । ମୁଁ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରେ । ମୁଁ ଭାଵେ କି ଆମେ ଯେତେ ଜିନିଷ ଵ୍ୟଵହାର କରିଵା ଆମକୁ ସେତେ ଅଧିକ ସମୟ ଦେଵାକୁ ପଡିଵ । ମୁଁ ଏପରି କାର୍ଯ୍ୟ କରିବାକୁ ପସନ୍ଦ କରେ ଯେଉଁଥିରେ ମୁଁ ମୋର ଶତ ପ୍ରତିଶତ ଦେଇପାରିଵି ।

ଵୋଧ ହୁଏ ମୁଁ ମୋର ଶତ ପ୍ରତିଶତ ସୋସିଆଲ ମିଡିଆକୁ ଦେଇ ପାରିବି ନାହିଁ । ସେଥିପାଇଁ ମୁଁ ସୋସିଆଲ ମିଡିଆରେ ଏତେ ଆକ୍ଟିଭ୍ ରୁହେନି ବୋଲି କହିଛନ୍ତି ରାଣୀ ମୁଖାର୍ଜୀ । ଏହାପରେ ସେ ଆହୁରି ମଧ୍ୟ କହିଛନ୍ତି ଲୋକମାନେ ତଥାପି ମତେ ଜାଣନ୍ତି ଏବଂ ଚିହ୍ନନ୍ତି । ମୁଁ ସବୁବେଳେ ଜଣେ ଅଭିନେତ୍ରୀ ଭାବରେ ରହିଵାକୁ ପସନ୍ଦ କରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ମନୋରଞ୍ଜନ ଖବର...


 

Sponsored
rani-mukherjee-said-why-she-staying away from social media was given by Queen | Argus News