ଇଣ୍ଟରନେଟରେ ରାଶାଙ୍କ ଫିଭର

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଅଲିଅଳି ଝିଅ ହେଉଛନ୍ତି ରାଶା ଥଡ଼ାନୀ ଟଣ୍ଡନ। ଖୁବଶୀଘ୍ର ରାଶା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିଷେକ କପୁରଙ୍କ ଫିଲ୍ମରୁ ହିଁ ରାଶା ବଲିଉଡରେ ଏଣ୍ଟ୍ରି କରିବେ। ହଟ ଏବଂ ଭାରି ଚୁଲବୁଲି କହିଲେ ଭୂଲ ହେବନି। ଉଭୟ ମା' ଝିଅଙ୍କର ବଣ୍ଡିଂ ଦୁଇ ବନ୍ଧୁ ଭଳି। ରାଶା ଇନଷ୍ଟାରେ ମଧ୍ୟ ଭାରି ଆକ୍ଟିଭ।
ରବୀନାଙ୍କ ଭଳି ରାଶା ମଧ୍ୟ ଖୁବ ସୁନ୍ଦରୀ। ରାଶାଙ୍କର ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ ଫଲୋର୍ସ ଅଧିକ। ରାଶା କିଛି ବି ଫଟା ପୋଷ୍ଟ କଲେ ଫ୍ୟାନ ମାନେ ତାଙ୍କର ଭୂରି ଭୂରି ପ୍ରଶଂସା କରନ୍ତି। ରବୀନା ସବୁବେଳେ ଚାହୁଁଥିଲେ ରାଶା ଯଦି ଅଭିନୟ କରିବାକୁ ଚାହିଁବ ତାହାଲେ ସେ ଅଭିନୟ କରିବ। କାରଣ ତାର ଦକ୍ଷତା ଅଛି ଯଦି ତାକୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। କାରଣ ଷ୍ଟାର କିଡ ବୋଲି ଅଭିନୟ ଜଗତକୁ ଆସିଛି ତାହା ମୁଁ ଶୁଣିବାକୁ ପସନ୍ଦ କରିବିନି। ଆମେ ତାକୁ ସବୁଥିରେ ସପୋର୍ଟ କରିବୁ। ଆଗକୁ ତାର ମୁଭି ଆସିଥିବାରୁ ରବୀନା ରାଶାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଥାଉ କି, ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ୯୦ ଦଶକର ସବୁଠୁ ହିଟ ଅଭିନେତ୍ରୀ। ଏବେବି ସେଇଭଳି ତାଙ୍କର ଲୋକପ୍ରିୟତା ରହିଛି। ରବୀନା ତାଙ୍କ କ୍ୟାରିୟରରେ ବହୁତ ହିଟ ଫିଲ୍ମ ଦେଇଛନ୍ତି। ତେବେ ଫ୍ୟାନ ମାନେ ରାଶାଙ୍କ ଠାରୁ ସେଇଭଳି ଆଶା ରଖିଛନ୍ତି। ତେବେ ଦେଖାଯାଉ ରାଶା ଦର୍ଶକଙ୍କ ଆଶାକୁ କେତେଦୂର ସଫଳ କରୁଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର