Rashi Khanna / ମୁହଁ ଖୋଲିଲେ ରାଶି: କେବଳ ସାଉଥରେ ନୁହେଁ ବଲିଉଡରେ ବି ଝିଅମାନଙ୍କୁ...
·7 months ago·2 min read

Key Points
ବଲିଉଡ୍କୁ ନେଇ ରାଶି ଖାନ୍ନାଙ୍କ ବିସ୍ଫୋରକ ବୟାନ
ବିଟାଉନ୍ରେ ବି ମହିଳାଙ୍କୁ ବସ୍ତୁ ଭଳି ପ୍ରଦର୍ଶନ କରାଯାଏ

ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରାଶି ଖନ୍ନା। ସାଉଥ ଏବଂ ବଲିଉଡକୁ ନେଇ କିଛି ଏଭଳି କହିଦେଇଛନ୍ତି ଅଭିନେତ୍ରୀ ଜଣଙ୍କ ଯାହା ପରେ ସେ ବିବାଦକୁ ଚାଲିଆସିଛନ୍ତି। ଅଭିନେତ୍ରୀ ଜଣଙ୍କ ଦେଖିବା ପାଇଁ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ଖୁବ ଉଚ୍ଚକୋଟିର। ସୋସିଆଲ ମିଡିଆରେ ସେ ଯେମିତି ଆକ୍ଟିଭ ଫ୍ୟାନ ଫଲୋର୍ସ ମଧ୍ୟ ଖୁବ ଅଧିକ। ସେ ସାଉଥ୍ ଫିଲ୍ମରେ ଅଭିନୟ କରିବା ସହ ବଲିଉଡରେ ମଧ୍ୟ ଅଭିନୟ କରିଛନ୍ତି। ହେଲେ ଅଭିନେତ୍ରୀ ବର୍ତ୍ତମାନ ଉଭୟ ଇଣ୍ଡଷ୍ଟ୍ରିକୁ ନେଇ କିଛି ଏମିତି କହିଦେଇଛନ୍ତି ତାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ।
ସାଉଥ୍ ସିନେମାରେ ମହିଳାଙ୍କୁ ବସ୍ତୁ ଭଳି ପ୍ରଦର୍ଶନ କରିବାର ଅଭିଯୋଗ ବହୁ ପୁରୁଣା । ଏ ମାମଲା ଉପରେ ଅନେକ ବିତର୍କ, ଆଲୋଚନା ବି ହୋଇଛି । ଏବେ ସାଉଥ୍ ଓ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ରାଶି ଖାନ୍ନା ଏ ବିଷୟରେ ନିଜ ରାୟ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହା କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ ହୁଏନାହିଁ, ବଲିଉଡ୍ରେ ମଧ୍ୟ ହୁଏ । ଏହା ସମ୍ପୂର୍ଣ୍ଣ ରୂପେ କଳାକାରଙ୍କ ପସନ୍ଦ ଉପରେ ନିର୍ଭର କରେ । କିଛି ଲୋକ ଏହାକୁ ନେଇ ସହଜ ଥାନ୍ତି, ଆଉ କିଛି ନୁହେଁ । ତେଣୁ ମୁଁ କାହା ଉପରେ ଟିପ୍ପଣୀ ଦିଏ ନାହିଁ । ଖୁବ୍ ଶୀଘ୍ର ‘ଉସ୍ତାଦ ଭଗତ ସିଂହ’ରେ ପରଦାକୁ ଆସିବେ ରାଶି ଖନ୍ନା । ପୱନ କଲ୍ୟାଣ ଓ ଶ୍ରୀଲୀଲା ଷ୍ଟାରର୍ ଏହି ଫିଲ୍ମ ୨୦୨୬ ଏପ୍ରିଲରେ ଥିଏଟରକୁ ଆସିବ । ଶାହିଦ କପୁରଙ୍କ ଅପୋଜିଟରେ ଆମାଜନ୍ ପ୍ରାଇମ୍ ସିରିଜ୍ ‘ଫର୍ଜି ସିଜନ୍-୨’ରେ ମଧ୍ୟ ସେ ନଜର ଆସିବେ । ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହେବ ।
ଏଥିସହ ପଢ଼ନ୍ତୁ: ୫୭ ବର୍ଷ ବୟସରେ ଦ୍ଵିତୀୟ ଥର ବିବାହ କରିଛନ୍ତି ଆଦିତ୍ୟ ଶ୍ରୀବାସ୍ତବ
ସେପଟେ ରାଶି ଆହୁରି କହିଛନ୍ତି, ମୁଁ ସାଉଥରେ ଏତେ ଅଧିକ ବ୍ୟବସାୟିକ ଫିଲ୍ମ କରିଛି ଯେ ହିନ୍ଦୀ ଇଣ୍ଡଷ୍ଟ୍ରି ଅଭିମୁଖେ ପାଦ ବଢ଼ାଇବା ଉଚିତ୍ ବୋଲି ଅନୁଭବ କରୁଛି । ବ୍ୟବସାୟିକ ଫିଲ୍ମରେ କାମ କରିବାରେ ମୋର କୌଣସି ସମସ୍ୟା ନାହିଁ । କିନ୍ତୁ ଏଥିରେ ମୋର ବି ଏକ ସୀମା ଅଛି । ସବୁ କଳାକାରଙ୍କ ଭିନ୍ନ ଭିନ୍ନ ସୀମା ଥାଏ ଏବଂ ତାହା ହିଁ ତାଙ୍କ ପରିଚୟ । ମୁଁ ଯେଉଁ କାମ କରୁଛି, ସେଥିରେ ସହଜ ଅନୁଭବ କରିବା ବହୁତ ଜରୁରି । ଯଦି ମୁଁ ଅନୁଭବ କରେ ଯେ କୌଣସି ସୀମା ଲଂଘନ ହେଉଛି ଏବଂ ମୁଁ ଏଥିରେ ଶସ୍ତା ହୋଇପାରେ, ତେବେ ମୁଁ ମନା କରିଦେବି । ସବୁ କଳାକାରଙ୍କ କମ୍ଫର୍ଟ ଜୋନ୍ ଅଲଗା ।
କୁହାଯାଏ ଇଣ୍ଡଷ୍ଟ୍ରିରେ ଭିତରେ ରହିଛି ଅନେକ ରହସ୍ୟ। ଏହା ଏକ ମାୟାଜାଲ ପରି। ଥରେ ଏଥିରେ ଯିଏ ପାଦ ଥାପିଛି ସେଥିରୁ ବାହାରିବା ମୁସ୍କିଲ। '' ସବୁ କଳାକାର ସବୁ କିଛି ଜାଣିଥିଲେ ବି କାହାକୁ କିଛି କୁହନ୍ତି ନାହିଁ। ଯଦି କହିବ ତେବେ ଆଉ କାମ ମିଳିବ ନାହିଁ ବୋଲି ଏହା ଏକ ଭୟ ଥାଏ। ସେଥିପାଇଁ କେହି ମୁହଁ ଖୋଲନ୍ତି ନାହିଁ ବୋଲି ଅନେକଙ୍କ ମତ।''
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories