ଫେବୃଆରିରେ ବିବାହ କରିବେ ରଶ୍ମିକା-ବିଜୟ !

ଅର୍ଗସ ବ୍ୟୁରୋ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଛି ଖୁସି ଖବର। ଏବେ ଚାଲିଛି ମ୍ୟାରେଜ ସିଜନ। ତ ବଲିଉଡ ଭଳି ଟଲିଉଡରେ ମଧ୍ୟ ଖୁବଶୀଘ୍ର ଦୁଇ ଲଭବାର୍ଡଙ୍କର ଶାହାନାଇ ବାଜିବାକୁ ଯାଉଛି। ଆପଣ ନିଶ୍ଚିତ ଗେସ କରିସାରିବେଣି। ସେ ଆଉ କେହି ନୁହେଁ ସେ ହେଉଛନ୍ତି ରଶ୍ମୀକା-ବିଜୟ। ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦନା ଏବେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଲୋକ ରଶ୍ମିକାଙ୍କ ସୁନ୍ଦରତା ଉପରେ ନିଜର ହୃଦୟ ହାରିଛନ୍ତି। ବହୁତ କମ୍ ବୟସରୁ ସେ ଉଭୟ ସାଉଥ୍ ଓ ବଲିଉଡ ଫିଲ୍ମରେ ନିଜର ସ୍ପେଶିଆଲ ସ୍ଥାନ କରିସାରିଛନ୍ତି। ରଶ୍ମିକା ରିଲ ସହ ରିୟଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ସେ ଖୁବଶୀଘ୍ର ଏନଗେଜମେଣ୍ଟ କରିବେ ଆଉ ତା' ପରେ ବିବାହ କରିବେ।
ନିକଟରେ ଆନିମଲର ଏକ ଇଣ୍ଟରଭ୍ୟୁରେ ରଣବୀରଙ୍କ ସହ ରଶ୍ମିକା ଯାଇଥିଲେ ଆଉ ସେତେବେଳେ ତାଙ୍କୁ ଏକ କଲ ଆସିଥିଲା ଆଉ କଲଟି ଥିଲା ବିଜୟଙ୍କର। ବିଜୟଙ୍କ ଭଏସ ଶୁଣି ରଶ୍ମୀକାଙ୍କ ସ୍ମାଇଲ ଦେଖିବା ଲାୟକ ଥିଲା। ଆଉ ଫ୍ୟାନମାନେ ଏଇଥିରୁ ହିଁ ଦୁହିଁଙ୍କୁ ସିରିୟଶଲି ନେଇଥିଲେ।
ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। କୁହାଯାଉଛି ଯେ, ଉଭୟ ଫେବୃଆରିରେ ନିର୍ବନ୍ଧ କରିବେ। ହେଲେ ଏପର୍ଯ୍ୟନ୍ତ ଦୁହେଁ ଅଫିସିଆଲି କନଫର୍ମେଶନ ଦେଇ ନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ଫ୍ୟାନମାନେ ଖୁସି ହୋଇଯାଇଥିବା ଜଣାଯାଇଛି।
ରଶ୍ମିକା ମନ୍ଦାନା ଏହା ପୂର୍ବରୁ ଲୋକପ୍ରିୟ ସାଉଥ୍ ଷ୍ଟାର ରକସିତ୍ ସେଟ୍ଟୀଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କର ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଏହାପରେ ରଶ୍ମୀକା ଏକପ୍ରକାର ଡିପ୍ରେସନକୁ ଚାଲିଯାଇଥିଲେ। ଆଉ ସେବେଠୁ ହିଁ ବିଜୟ ତାଙ୍କ ସାଥୀରେ ଅଛନ୍ତି। ଦୁହିଁଙ୍କର ଦୁହିଁଙ୍କ ସହ ବନ୍ଧୁତା ସେବେଠୁ। ଆଉ ଏବେ ସେହି ସମ୍ପର୍କ ଅଫିସିଆଲି ହେବାକୁ ଯାଉଛି। ତେବେ ଦୁଇଜଣଙ୍କ ଅଭିନୀତ ବହୁ ଫିଲ୍ମ ହିଟ ହୋଇଛି। ଦୁହିଁଙ୍କ କେମେଷ୍ଟ୍ରି ମଧ୍ୟ ଜବରଦସ୍ତ। ଫ୍ୟାନମାନେ ବିବାହ କଥା ଶୁଣି ଖୁବ ଏକ୍ସାଇଟେଡ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର