Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Film Controversy / ଇଣ୍ଟିମେଣ୍ଟ ସିନ ସମୟରେ ନିୟନ୍ତ୍ରଣ ହରାଇଲେ ଅଭିନେତା …୧୫ ବର୍ଷୀୟା ଅଭିନେତ୍ରୀଙ୍କୁ ବାରମ୍ବାର ଚୁମ୍ବନ କରି ଚାଲିଲେ…

Ritu Das
Browse all articles by Ritu Das
·3 weeks ago·3 min read
ଇଣ୍ଟିମେଣ୍ଟ ସିନ ସମୟରେ ନିୟନ୍ତ୍ରଣ ହରାଇଲେ ଅଭିନେତା …୧୫ ବର୍ଷୀୟା ଅଭିନେତ୍ରୀଙ୍କୁ ବାରମ୍ବାର ଚୁମ୍ବନ କରି ଚାଲିଲେ…
India

Key Points

ଦୀର୍ଘ ବର୍ଷ ପରେ ଏମିତି ଏକ ଖବର ଜଣାପଡ଼ିଛି ଯାହାକୁ ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ। ସତରେ କଣ ବଲିଉଡ ଇଣ୍ଡଷ୍ଟ୍ରୀ ଏମିତି।
ଦୀର୍ଘ ବର୍ଷ ପରେ ଏମିତି ଏକ ଖବର ଜଣାପଡ଼ିଛି ଯାହାକୁ ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ। ସତରେ କଣ ବଲିଉଡ ଇଣ୍ଡଷ୍ଟ୍ରୀ ଏମିତି। ରେଖା ହେଉଛନ୍ତି ବଲିଉଡର ଜଣେ ଦିଗ୍ଗଜ ଅଭିନେତ୍ରୀ। ଏବେବି ରେଖାଙ୍କର ସୁନ୍ଦରତାକୁ ଦେଖିଲେ ଫ୍ୟାନ୍ସମାନଙ୍କ ମନ ହଜିଯାଏ। ସବୁ ମୁଭିରେ ତାଙ୍କର ଅଭିନୟରେ ସତେ ଯେମିତି ଯାଦୁ ଥାଏ। କିନ୍ତୁ ଏବେ ସେ ବାଛି ବାଛି ମୁଭି କରୁଛନ୍ତି। ଆଉ ଏକ ସୁନ୍ଦର ଲାଇଫ ଷ୍ଟାଇଲ ମେଣ୍ଟେନ କରୁଛନ୍ତି। କିନ୍ତୁ ଏମିତି ଏକ ସମୟ ଥିଲା ସେ କେବଳ ନିଜର ଘର ଚଳାଇବାକୁ ମୁଭି କରୁଥିଲେ। ସେ ଏତେ ଅସହାୟ ଥିଲେ ଯେ ଶୁଟିଂ ସେଟରେ ସିନିୟର ଅଭିନେତାଙ୍କୁ ଜବରଦସ୍ତି ଚୁମ୍ବନ ଦେବାବେଳେ ରୋକି ପାରୁ ନ ଥିଲେ। ତାଙ୍କୁ ବହୁ ବରିଷ୍ଠ ଅଭିନେତା ବାରମ୍ବାର ଶୋଷଣ କରିଛନ୍ତି। ଚାଲନ୍ତୁ ଜାଣିବା ପୂରା ମାମଲା କଣ?...

ଏହାସହ ପଢ଼ନ୍ତୁ: ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକଙ୍କୁ ଧରିଧରି ନେଲେ, ମିଳିଲା ପଦ୍ମ ପୁରସ୍କାର

ବିବାଦୀୟ କିସିଙ୍ଗ ସିନ
ଏହି କାହାଣୀଟି ୧୯୬୯ ମସିହାରେ ନିର୍ମିତ ଚଳଚ୍ଚିତ୍ର "ଅଞ୍ଜନା ସଫର"ର ସେଟ୍‌ରୁ ଆସିଛି। ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ରେଖା ଏବଂ ଅଭିନେତା ବିଶ୍ୱଜିତ୍ ଚାଟାର୍ଜୀଙ୍କ ମଧ୍ୟରେ ଏକ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ କରାଯାଇଥିଲା, ଯାହା ବହୁ ବିବାଦ ସୃଷ୍ଟି କରିଥିଲା। ବରିଷ୍ଠ ମନୋରଞ୍ଜନ ସାମ୍ବାଦିକ ସିମି ଚାଣ୍ଡୋକ୍ ସିଦ୍ଧାର୍ଥ କନ୍ନନଙ୍କ ସହିତ ଏକ ସାକ୍ଷାତକାରରେ ଏହି ବିବାଦୀୟ ଦୃଶ୍ୟ ବିଷୟରେ ଆଲୋଚନା କରିଥିଲେ ।

ସେ କୁହନ୍ତି ଯେ ଫିଲ୍ମଟି ୧୯୫୯ ମସିହାରେ ସୁଟିଂ ହେଉଥିଲା। ଫିଲ୍ମର ହିରୋ ଥିଲେ ବିଶ୍ୱଜିତ, ଏବଂ ରେଖା ସେତେବେଳେ ମାତ୍ର ୧୫ ବର୍ଷ ବୟସର ଥିଲେ। ତାଙ୍କ ବାପା ଚାଲିଯାଇଥିଲେ। ସେ ଆଉ ଦୁନିଆରେ ନଥିଲେ। ସେ ୧୫ ବର୍ଷ ବୟସର ଥିଲେ ଏବଂ କିଛି ଜାଣି ନ ଥିଲେ। ଫିଲ୍ମରେ କିସିଂ ସିନ ଥାଏ କି କଣ ସେ ଟିକେ ବି ଜାଣି ନ ଥିଲେ। ତାଙ୍କୁ ଚୁମ୍ବନ ସିନ ବିଷୟରେ କିଛି କୁହାଯାଇ ନଥିଲା। ସେ ତାଙ୍କର ପ୍ରଥମ ଫିଲ୍ମ କରୁଥିଲେ। ବିଶ୍ୱଜିତ ନିର୍ଦ୍ଦେଶକଙ୍କୁ ଏକ ଚୁମ୍ବନ ଦୃଶ୍ୟ ଯୋଡିବାକୁ ପରାମର୍ଶ ଦେଇଥିଲେ।

ଶୁଟିଂ ବେଳେ ହିଁ ଅଭିନେତା ବିଶ୍ବଜିତ ସେମିତି ଚୁମ୍ବନ ଦେଇଚାଲିଥିଲେ ଆଉ ବନ୍ଦ ହେଲେ ନାହିଁ। ଏହି ଚୁମ୍ବନରେ ଅଭିନେତ୍ରୀ ଜଣକ ପୁରା ନୀଳ ପଡ଼ିଯାଇଥିଲେ। ସେପଟେ ଡାଇରେକ୍ଟର କଟ ମଧ୍ୟ କହି ନଥିଲେ କି ଅଭିନେତା ଜଣକ କିସିଂ ସିନରୁ ଷ୍ଟପ ହୋଇ ନ ଥିଲେ। ଏହି ମୁଭି ଶୁଟିଂ ରେଖାଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା। ଯେତେବେଳେ ଶୁଟିଂ ବନ୍ଦ ହେଲା ରେଖା ବହୁତ କାନ୍ଦିଥିଲେ। ପରେ କାନ୍ଦି କାନ୍ଦି ରେଖା ଅଚେତ ହୋଇଯାଇଥିଲେ। ପରେ ସିନ ଦେଖି ଡାଇରେକ୍ଟର, ଅଭିନେତା ଏବଂ ସମସ୍ତ କ୍ରୁ ସଦସ୍ୟ ଏହି ସିନ ଦେଖି ତାଳି ମାରିଥିଲେ। ୧୫ ବର୍ଷୀୟା ଝିଅ କାହାର ବା କଣ କରିପାରିବ। ଏହି ଫିଲ୍ମ ବଲିଉଡରେ ତାଙ୍କର ପ୍ରତମ ଡେବ୍ୟୁ ଥ୍ଲା। ଆଉ କେହି ଜଣେ ବ୍ୟକ୍ତି ତାଙ୍କ ଦେହକୁ ପ୍ରଥମଥର ଛୁଇଁଥିଲା। ରେଖା ଅସହାୟ ଥିଲେ କାରଣ ତାଙ୍କୁ ତାଙ୍କ ଘର ଚଳାଇବାକୁ ପଇସା ଦରକାର ଥିଲା।

ନିକଟରେ ବରିଷ୍ଠ ଅଭିନେତା ବିଶ୍ବଜିତଙ୍କ ଝିଅ ପଲ୍ଲବୀ ଚାଟାର୍ଜୀ ରେଖାଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ ତାଙ୍କ ବାପାଙ୍କୁ ଭୁଲ ବୋଲି କହିଥିଲେ। ସେ ଆଉ ମଧ୍ୟ କହିଥିଲେ ଯେ, “ ମୋ ବାପାଙ୍କୁ ରେଖାଙ୍କ ଠାରୁ ଅନୁମତି ମାଗିବାର ଥିଲା। ତେବେ ସୂଚନା ଥାଉ କି, ଏହି ମୁଭିକୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେନ୍ସର ବୋର୍ଡ କଟକଣା ଲଗାଇଥିଲା। ବହୁ ବର୍ଷ ପରେ ମୁଭି “ଅଞ୍ଜାନା ସଫର” ୧୯୭୯ ମସିହାରେ “ଦୋ ଶିକାରୀ” ମୁଭି ନାଁରେ ରିଲିଜ ହୋଇଥିଲା। କିନ୍ତୁ ବକ୍ସ ଅଫିସରେ ଏହି ମୁଭି ସୁପର ଡୁପର ଫ୍ଲପ ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rekha's Controversial Film Scene Sparks Debate Years Later | Argus News