Videos
|
Entertainment

ବଡ଼ ପରଦାରେ ରିଲିଜ ହେଲା ଭୁଲ ଭୁଲେୟା-୩: ଫ୍ୟାନ୍ସଙ୍କ ମନ କିଣୁଛି କାର୍ତ୍ତିକଙ୍କ ଅଭିନୟ

Ritu Das
Browse all articles by Ritu Das
·1 year ago·1 min read
ବଡ଼ ପରଦାରେ ରିଲିଜ ହେଲା ଭୁଲ ଭୁଲେୟା-୩: ଫ୍ୟାନ୍ସଙ୍କ ମନ କିଣୁଛି କାର୍ତ୍ତିକଙ୍କ ଅଭିନୟ

ଅର୍ଗସ ବ୍ୟୁରୋ: ଅନିସ୍ ବାଜମିଙ୍କ 'ଭୁଲ୍‌ ଭୁଲେୟାଁ ୩' ଶେଷରେ ବଡ ପରଦାରେ ଆସିଛି। ଏହି ହରର କମେଡି ପାଇଁ ଫିଲ୍ମର ଟ୍ରେଲର ଏବଂ ଗୀତଗୁଡ଼ିକ ଦର୍ଶକଙ୍କ କ୍ରେଜକୁ ଆଗେଇ ନେଇସାରିଛି। ଯେଉଁଥିପାଇଁ 'ଭୁଲ୍ ଭୁଲେୟାଁ' 'ର ବହୁତ ବଡ ଆଡଭାନ୍ସ ବୁକିଂ ହୋଇଥିଲା । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ କୋଟି ଟଙ୍କା ରୋଜଗାର କରିଥିଲା । ଏବେ 'ଭୁଲ ଭୁଲେୟାଁ ' 'ର ପ୍ରଥମ ରିଭ୍ୟୁ ମଧ୍ୟ ଆସିଛି । ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ରଟି କିପରି ହୋଇଛି।
ଭୁଲ୍‌ ଭୁଲେୟାଁ-୩ ର ପ୍ରଥମ ରିଭ୍ୟୁ

କାର୍ତ୍ତିକ ଆର୍ଯ୍ୟନ୍, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ ଏବଂ ତୃପ୍ତି ଡିମରୀ ଅଭିନୀତ ଏହି ଫିଲ୍ମ 'କମେଡି ଏବଂ ହରର ମିଶାମିଶି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ପୁଣି ଥରେ ରୁହ ବାବାଙ୍କ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବିଦ୍ୟା ବାଲାନ୍ ପୁଣିଥରେ ଏହି ଚଳଚ୍ଚିତ୍ରରେ ନିଜର ଆଇକନିକ ଚରିତ୍ର ମଞ୍ଜୁଲିକାରେ ଅଭିନୟ କରି ଲାଇମଲାଇଟ୍ ହାସଲ କରିଛନ୍ତି। ଏସବୁ ମଧ୍ୟରେ ଅନେକ ୟୁଜର୍ସ X ରେ ରିଭ୍ୟୁ ମଧ୍ୟ ସେୟାର କରିଛନ୍ତି । X ରେ ଜଣେ ୟୁଜର୍ସ ଲେଖିଛନ୍ତି, “କାର୍ତ୍ତିକ ରୁହ ବାବାଙ୍କ ଚରିତ୍ରରେ ଏକ୍ସିଲେଣ୍ଟ। ବିଦ୍ୟା ବାଲାନ ଚିତ୍ତାକର୍ଷକ। "ଚଳଚ୍ଚିତ୍ରର ପ୍ରାରମ୍ଭିକ ରିଭ୍ୟୁ ସେୟାର କରିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି, କାର୍ତ୍ତିକ, ବିଦ୍ୟା, ମାଧୁରୀ ଏବଂ ତୃପ୍ତି ସମସ୍ତେ ସେମାନଙ୍କ ସ୍ଥାନରେ ବେଷ୍ଟ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Released on the | Argus News