Videos
|
Entertainment

Salman Khan Heartbreak / ‘ମୋତେ ଛାଡ଼ି ବିବାହ କରିନେଲେ…’, କିଏ ଭାଙ୍ଗିଲେ ସଲମାନ ଖାନ୍‌ଙ୍କ ହୃଦୟ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
‘ମୋତେ ଛାଡ଼ି ବିବାହ କରିନେଲେ…’, କିଏ ଭାଙ୍ଗିଲେ ସଲମାନ ଖାନ୍‌ଙ୍କ ହୃଦୟ ?
Salman Khan

Key Points

କରିସ୍ମାଙ୍କ ପାଇଁ ଭାଙ୍ଗିଥିଲା ସଲମାନଙ୍କ ହୃଦୟ !
‘କଫି ୱିଥ୍ କରଣ ୯’ରେ କଲେ ମଜାଦାର ଖୁଲାସା
କରିସ୍ମାଙ୍କୁ ନେଇ ଏମିତି କାହିଁକି କହିଲେ ସଲମାନ ଖାନ୍ ?
ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜର ମଜାଳିଆ ଅନ୍ଦାଜ ପାଇଁ ବେଶ୍‌ ପରିଚିତ । ନିକଟରେ କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ’ ‘କଫି ୱିଥ୍‌ କରଣ ସିଜନ୍‌ ୯’ରେ ସଲମାନ ଖାନ୍‌ ଓ ତାଙ୍କର ଘନିଷ୍ଠ ବନ୍ଧୁ କରିସ୍ମା କପୁର ନଜର ଆସିଥିଲେ । ଶୋ’ରେ ଦୁହେଁ ପରସ୍ପରଙ୍କ ମଜାକ ଉଡ଼ାଇବା ସହ ନିଜର ପୁରୁଣା ସ୍ମୃତି ଓ ବନ୍ଧୁତା ବିଷୟରେ ଅନେକ କଥା କହିଥିଲେ । ବିଶେଷ କରି କରିସ୍ମାଙ୍କ ସହ ନିଜ ସମ୍ପର୍କକୁ ନେଇ ସଲମାନଙ୍କ ମଜାଳିଆ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କରିସ୍ମାଙ୍କ ସହ କରିଛନ୍ତି ୧୧ଟି ଫିଲ୍ମ

ସଲମାନ ଖାନ୍‌ ଓ କରିସ୍ମା କପୁର ଏକାଠି ୧୧ଟି ଫିଲ୍ମରେ କାମ କରିଛନ୍ତି । ଶୋ’ରେ ଏହି କଥାର ଖୁଲାସା ନିଜେ କରିସ୍ମା କରିଥିଲେ । ସେ କହିଥିଲେ ଯେ, ଅନେକ ସମୟରେ ସେମାନେ ଏକାସାଙ୍ଗରେ ଦୁଇଟି ଫିଲ୍ମର ସୁଟିଂ କରୁଥିଲେ । ଏଥିପାଇଁ ଦୁହିଁଙ୍କ ବ୍ୟାଗ୍‌ ସବୁବେଳେ ପ୍ରସ୍ତୁତ ରହୁଥିଲା । ସୁଟିଂ ପାଇଁ ଡାକରା ଆସିବା ମାତ୍ରେ ସେମାନେ ତୁରନ୍ତ ବାହାରି ପଡ଼ୁଥିଲେ ।

ଏହି ସମୟରେ କରଣ ଜୋହର କହିଥିଲେ ଯେ, ଇଣ୍ଡଷ୍ଟ୍ରିରେ ଦୁଇଜଣ କଳାକାର ଏତେଗୁଡ଼ିଏ ଫିଲ୍ମରେ ଏକାଠି କାମ କଲେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ିଉଠିବା ସ୍ୱାଭାବିକ । ଏହାର ଉତ୍ତରରେ କରିସ୍ମା କହିଥିଲେ ଯେ, ସେମାନଙ୍କ ବନ୍ଧୁତା ନିଶ୍ଚିତ ଭାବେ ବହୁତ ଗଭୀର ଥିଲା, କିନ୍ତୁ ସେଥିରେ ପ୍ରେମ ସମ୍ପର୍କ ନଥିଲା ।

‘ଏ ମିଛ କହୁଛି, ଆମର ଆଫେୟାର ଥିଲା’

କରିସ୍ମାଙ୍କ ଏହି କଥା ଶୁଣି ସଲମାନ ଖାନ୍‌ ମଜାଳିଆ ଢଙ୍ଗରେ କହିଥିଲେ, “ଏ ମିଛ କହୁଛନ୍ତି । ଆମର ଆଫେୟାର ଥିଲା । ଏ ମୋତେ ଛାଡ଼ି ବିବାହ କରିନେଲା ଏବଂ ତା’ପରେ ମୋ ହୃଦୟ ଭାଙ୍ଗିଗଲା ।” ସଲମାନଙ୍କ ଏହି କଥା ଶୁଣି କରିସ୍ମା ହସି ହସି କହିଥିଲେ, “ଏ କ’ଣ କହୁଛନ୍ତି ? ଏ ସବୁବେଳେ ଏମିତି କରନ୍ତି । ଅଯଥା କଥା କହୁଛନ୍ତି । ଏ କେବଳ ଅନ୍ୟମାନଙ୍କୁ କଣ୍ଟେଣ୍ଟ ଦେଉଛନ୍ତି ।” ଦୁହିଁଙ୍କ ମଧ୍ୟରେ ଏହି ମଜାଳିଆ କଥାବାର୍ତ୍ତା ଶୋ’କୁ ଆହୁରି ରୋଚକ କରିଥିଲା । ସୋସିଆଲ ମିଡିଆରେ ମଧ୍ୟ ସଲମାନ ଓ କରିସ୍ମାଙ୍କ ଏହି ଅନ୍ଦାଜକୁ ନେଇ ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏମିତି ହୋଇଥିଲା ସଲମାନ ଓ କରିସ୍ମାଙ୍କ ବନ୍ଧୁତା

ସଲମାନ ଖାନ୍‌ଙ୍କ ସହ ତାଙ୍କ ବନ୍ଧୁତା କିପରି ଆରମ୍ଭ ହୋଇଥିଲା, ସେ ବିଷୟରେ ମଧ୍ୟ କରିସ୍ମା କପୁର ଶୋ’ରେ କହିଥିଲେ । କରିସ୍ମାଙ୍କ କହିବା ଅନୁସାରେ, ସଲମାନଙ୍କ ଫିଲ୍ମ ‘ମୈନେ ପ୍ୟାର କିୟା’ ରିଲିଜ୍‌ ହେବା ପରେ ସବୁଠି ତାଙ୍କର ଜବରଦସ୍ତ କ୍ରେଜ୍‌ ଥିଲା । ସେତେବେଳେ କରିସ୍ମାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ଏବଂ ସେ ସରୋଜ ଖାନ୍‌ଙ୍କ ପାଖରେ ଡ୍ୟାନ୍ସ ଶିଖୁଥିଲେ ।

ସେହି ସମୟରେ ସଲମାନ ଖାନ୍‌ ସେଠାକୁ ଆସିଥିଲେ । ସେ ‘ବାଗୀ’ ଫିଲ୍ମର ସୁଟିଂ କରୁଥିଲେ। ସଲମାନ କରିସ୍ମାଙ୍କୁ ଦେଖି ପଚାରିଥିଲେ, “ତୁମେ ଡବ୍ବୁ ଅଙ୍କଲଙ୍କ ଝିଅ ନା ?” ଏହା ସହିତ ସେ କରିସ୍ମାଙ୍କ ପରିଶ୍ରମର ମଧ୍ୟ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଏକ ଚକୋଲେଟ୍‌ ଦେଇଥିଲେ । କରିସ୍ମାଙ୍କ କହିବା ଅନୁସାରେ, ସେହି ଛୋଟିଆ ଘଟଣାରୁ ହିଁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ଏହି ବନ୍ଧୁତା ଆହୁରି ଗଭୀର ହୋଇଥିଲା ଏବଂ ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ ।