Videos
|
Entertainment

ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜେସନ୍ ସିଦ୍ଦିକିଙ୍କୁ ହତ୍ୟା ଧମକ

Smruti Parija
Browse all articles by Smruti Parija
·1 year ago·1 min read
ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜେସନ୍ ସିଦ୍ଦିକିଙ୍କୁ ହତ୍ୟା ଧମକ

ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ହତ୍ୟା ଧମକ । ଏଥିସହ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜେସନ୍ ସିଦ୍ଦିକିଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । ଅକ୍ଟୋବର ୧୨ ରେ ବାବା ସିଦ୍ଦିକିଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ତା ପରଠାରୁ ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡାକଡା କରାଯାଇଛି । ସେପଟେ ହତ୍ୟା ଧମକ ଅଭିଯୋଗରେ ନୋଇଡାର ଜଣେ ୨୦ ବର୍ଷର ଯୁବକଙ୍କୁ ପୋଲିସ ଗିରଫ କରିଛି । 

ତାକୁ ଟ୍ରାନଜିଟ୍ ରିମାଣ୍ଡରେ ନେବାକୁ ମୁମ୍ବାଇ ପୋଲିସ ଯୋଜନା କରୁଛି । ଗତ ଶୁକ୍ରବାର ରାତିରେ ଜେସନ ସିଦ୍ଦିକିଙ୍କ ଅଫିସକୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ଚାନ୍ଦା ମାଗିଥିଲେ । ଚାନ୍ଦା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ନୋଇଡାର ଜଣେ ଯୁବକଙ୍କୁ ଗିରଫ କରିଛି ।
 

ସଲମାନ ଖାନ୍‌ଙ୍କୁ ପୁଣି ଧମକ; ମୁମ୍ଵାଇ ଟ୍ରାଫିକ୍ ପୋଲିସକୁ ଆସିଲା ମେସେଜ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Salman Khan receives new death threat; suspect arrested in Noida | Argus News