Videos
|
Entertainment

ସ୍ୱାମୀଙ୍କ କେକ୍‌ କାଟିବା ପରେ ପାଦ ଛୁଇଁଲେ ସାକ୍ଷୀ, ଭାଇରାଲ ହେଉଛି ଭିଡିଓ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ୱାମୀଙ୍କ କେକ୍‌ କାଟିବା ପରେ ପାଦ ଛୁଇଁଲେ ସାକ୍ଷୀ, ଭାଇରାଲ ହେଉଛି ଭିଡିଓ...

ଅର୍ଗସ ବ୍ୟୁରୋ:  ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଜି ତାଙ୍କର ଜନ୍ମଦିନ। ୪୩ ବର୍ଷ ବୟସରେ ପାଦ ଥାପିଛନ୍ତି ମାହି। ସେ ତାଙ୍କ ଜନ୍ମଦିନକୁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ପାଳନ କରିଛନ୍ତି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାକ୍ଷୀ ଧୋନିଙ୍କ ମଧ୍ୟ ତାଙ୍କ ପାଦ ଛୁଇଁଥିଲେ। ଏହି ଅଦ୍ଭୁତ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। କହିବାକୁ ଗଲେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଶନିବାର ଅନନ୍ତ ଅମ୍ୱାନୀ ଏବଂ ରାଧିକାଙ୍କ ସଙ୍ଗୀତ ସମାରୋହରେ ପହଞ୍ଚିଥିଲେ। ଏହି ସମାରୋହ ପରେ ହିଁ ସେ ସଲମାନ ଖାନଙ୍କ ସହ ଜନ୍ମଦିନ ହୋଟେଲରେ ପାଳନ କରିଥିଲେ। ଯେତେବେଳେ ଧୋନି କେକ୍‌ କାଟି ତାଙ୍କ ଜନ୍ମଦିନ ପାଳନ କଲେ, ତାଙ୍କ ପତ୍ନୀ ସାକ୍ଷୀ ତାଙ୍କ ପାଦ ଛୁଇଁଥିଲେ।

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁଲାଇ୭, ୧୯୮୩ରେ ଜନ୍ମ ହୋଇଥିବା ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ସେ ଏବେ ମଧ୍ୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ,ପର୍ଯ୍ୟନ୍ତ ସିଏସକେ ପାଞ୍ଚଟି ଆଇପିଏଲ ଟାଇଟଲ୍‌ ଜିତିଛି। ଧୋନିଙ୍କ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଚୁପ୍‌ ଚାପ ରୁହନ୍ତି। କିନ୍ତୁ ସେ ସବୁବେଳେ ନିଜ ସାଙ୍ଗ ଏବଂ ପରିବାର ସହିତ କୁଲ୍‌ ନଜର ଆସିଥାନ୍ତି। ଆଜିର ଦିନରେ ପୂର୍ବତନ କ୍ୟାପଟେନ୍‌ କୁଲଙ୍କୁ ବିିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

Salman Khan Rings In MS Dhoni's Birthday | Argus News