Entertainment News / ୩୯ ବର୍ଷରେ ମା’ ହେଲେ ସୁନ୍ଦରୀ ସାମନ୍ଥା…ଘରକୁ ଆସିଲା କୁନି ଅତିଥି
·55 mins ago·2 min read

Key Points
ସାଉଥ ଇଣ୍ଡଷ୍ଟ୍ରୀର ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଘରେ ଖୁସିର ମାହୋଲ
ସାଉଥ ଇଣ୍ଡଷ୍ଟ୍ରୀର ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଘରେ ଖୁସିର ମାହୋଲ। ସୁନ୍ଦରୀ ଅଭିନେତ୍ରୀ ମା’ ହେଲେ। ସାମନ୍ଥା ଏବଂ ତାଙ୍କ ସ୍ବାମୀ ରାଜ ନିଦିମୋରୁଙ୍କ ଘରେ ଏକ ପୁତ୍ରସନ୍ତାନ ଜନ୍ମ ନେଇଛି। ଏହି ଖୁସିର ଖବର ନିଜେ ସାମନ୍ଥା ସୋସିଆଲ ମିଡିଆରେ ଏକ ଖାସ ପୋଷ୍ଟ ଶେୟାର କରି ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି। ସାମନ୍ଥା କୁନି ରାଜକୁମାରଙ୍କର ଏକ କ୍ୟୁଟ ଫଟୋ ମଧ୍ୟ ଦେଖାଇଛନ୍ତି। ପୁଅର ନାଁ ଦେବ ନିଦିମୋରୁ ବୋଲି କହିଛନ୍ତି। ସାମନ୍ଥା ଏହି ପୋଷ୍ଟରେ ତାଙ୍କ ପୁଅର ଜନ୍ମ ତାରିଖ ୧୯ ନଭେମ୍ବର, ୨୦୨୬ ବୋଲି ଉଲ୍ଲେଖ କରିଛନ୍ତି। ପୁଅ ଜନ୍ମ ନେବା ପରେ ଉଭୟଙ୍କ ଜୀବନରେ ଖୁସିର ଠିକଣା ନାହିଁ କହିଲେ ଭୁଲ ହେବନି। ତାଙ୍କ ପୁଅର ନାମକରଣ ବି ତାଙ୍କ ପାଇଁ ଖୁବ ସ୍ପେଶାଲ।
ସାମନ୍ଥା ଏବଂ ରାଜ ତାଙ୍କ ପୁଅର ନାଁ ଖୁବ ସ୍ପେଶାଲ ବୋଲି କହିଛନ୍ତି। କୁନି ରାଜକୁମାର ନାଁ ଦେବ ନିଦିମୋରୁ ରଖିଛନ୍ତି। ଦେବ ନାଁ ସଂସ୍କୃତ ଭାଷାରୁ ଆସିଛି। ଯାହାର ଅର୍ଥ ଭଗବାନ ଈଶ୍ବର, ଦିବ୍ୟ ଶକ୍ତି ଏବଂ ସ୍ବର୍ଗୀୟ ଅଟେ। ଭାରତୀୟ ସଂସ୍କୃତିରେ ଦେବ ନାଁର ପବିତ୍ରତା, ସକାରାତ୍ମକତା ଏବଂ ଦେବୀଙ୍କ ଗୁଣର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ସାମନ୍ଥା ଏବଂ ରାଜ ଏକ ସୁନ୍ଦର ଛୋଟ ନାଁ ମାଧ୍ୟମରେ ଯେମିତି ଦୈବୀ ଶକ୍ତି ଭଳି ନାଁ ବାଛିଛନ୍ତି।
ସାମନ୍ଥା ଏବଂ ରାଜଙ୍କ ଘରେ ପୁଅ ଜନ୍ମ ନେବା ପୂର୍ବରୁ ଅଭିନେତ୍ରୀ ପୁରା ପାରମ୍ପରିକ ରୀତିନୀତି ସହିତ ଏକ ପୂଜା ରଖିଥିଲେ। ଛୁଆ ଜନ୍ମ ପୂର୍ବରୁ ସାମନ୍ଥା ସ୍ବାମୀଙ୍କ ସହ ମିଶି ନିଜ ଘରେ ଏକ ବିଶେଷ ପୂଜା ରଖିଥିଲେ। ଯେଉଁଥିରେ ତାଙ୍କ ପରିବାରର ଅନ୍ୟ ସମ୍ପର୍କୀୟ ମାନେ ସାମିଲ ଥିଲେ। ଏହି ଅବସରରେ ସମା ପୁରା ଭକ୍ତିର ସହ ପୂଜା କରିବା ସହିତ ବଡ଼ ମାନଙ୍କର ଆଶୀର୍ବାଦ ହାତ ଯୋଡ଼ିକି ନେଉଥିବାର ଦେଖିବାକୁ ମିଳିଥିଲା। ଫଟୋ ଗୁଡ଼ିକରେ ଘରର ଅନ୍ୟ ମହିଳାମାନେ ସାମନ୍ଥାଙ୍କ ମୁଣ୍ଡରେ ପୁଷ୍ପ ବର୍ଷା ସହ ଅକ୍ଷତ ବି ବର୍ଷା କରିଥିଲେ। ଆଉ ତାଙ୍କୁ ଢେର ସାରା ଆଶୀର୍ବାଦ ଦେଉଥିବାର ଦେଖିବାକୁ ମିଳିଥିଲା।
ଏହି ବିଶେଷ ଅବସରରେ ସାମନ୍ଥା ଲାଲ ରଙ୍ଗର ଏକ ସୁନ୍ଦର ସୁଟ ପିନ୍ଧିଥିଲେ। ରାଜ ପିଚ କଲରର ଏକ କୁର୍ତ୍ତାରେ ନଜର ଆସିଥିଲେ। ପୁଅ ଜନ୍ମ ହେବାପରେ ସାମନ୍ଥା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି।
- ସାମନ୍ଥାଙ୍କ ପୁଅ ନାଁ କାହିଁକି ଖାସ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories