Videos
|
Entertainment

Malti Marie Gayatri Mantra / ଗାୟତ୍ରୀ ମନ୍ତ୍ର ଗାଇଲେ ବିଦେଶରେ ବଢୁଥିବା ପ୍ରିୟଙ୍କାଙ୍କ ଝିଅ ମାଲତି; ସ୍ଵର ଶୁଣି ଫ୍ୟାନ୍ସ ଫିଦା, ଦେଖନ୍ତୁ ଭିଡିଓ

Debashree Debasmita Sahoo
Browse all articles by Debashree Debasmita Sahoo
·30 mins ago·2 min read
ଗାୟତ୍ରୀ ମନ୍ତ୍ର ଗାଇଲେ ବିଦେଶରେ ବଢୁଥିବା ପ୍ରିୟଙ୍କାଙ୍କ ଝିଅ ମାଲତି; ସ୍ଵର ଶୁଣି ଫ୍ୟାନ୍ସ ଫିଦା, ଦେଖନ୍ତୁ ଭିଡିଓ
Malti Marie Gayatri Mantra

Key Points

ମାଲତି ମେରିଙ୍କ କୁନିକଣ୍ଠରେ ଗାୟତ୍ରୀ ମନ୍ତ୍ର
ଝିଅର ଭିଡିଓ ସେୟାର କଲେ ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜ ଅଭିନୟର ଛାପ ଛାଡ଼ିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜ ପରିବାରକୁ ନେଇ ଚର୍ଚ୍ଚାରେ । ବିଦେଶରେ ବଢୁଥିବା ତାଙ୍କ ୪ ବର୍ଷର ଝିଅ ମାଲତି ମେରୀଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମନ ଜିଣିଛି । ଭିଡିଓରେ ମାଲତି ଗାୟତ୍ରୀ ମନ୍ତ୍ର ପାଠ କରୁଥିବା ଦେଖିବାକୁ ମିଳିଛି ।

ପ୍ରିୟଙ୍କା ନିଜ ସୋସିଆଲ ମିଡିଆରେ ପରିବାର ସହ ଛୁଟି କାଟିବାର କିଛି ଖାସ୍ ମୁହୂର୍ତ୍ତ ସେୟାର କରିଛନ୍ତି । ସେଥିମଧ୍ୟରୁ ମାଲତିଙ୍କ ଗାୟତ୍ରୀ ମନ୍ତ୍ର ପାଠର ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭିଡିଓରେ ନିଜ ମାଆଙ୍କ କୋଳରେ ବସି ଘରର ମନ୍ଦିର ସାମ୍ନାରେ ମାଲତି ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ମନ୍ତ୍ର ପାଠ କରୁଛନ୍ତି । ‘ଓଁ ଭୂର୍ଭୁବଃ ସ୍ୱଃ’ ଉଚ୍ଚାରଣରୁ ଆରମ୍ଭ ହେଉଥିବା ମନ୍ତ୍ରଟିକୁ ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ମନ୍ତ୍ର ପାଠ ଶେଷ ହେବା ପରେ ପ୍ରିୟଙ୍କା ଏହାକୁ ଖୁବ୍ ସୁନ୍ଦର ବୋଲି କହୁଛନ୍ତି ।

  • କୁନିକଣ୍ଠରେ ଗାୟତ୍ରୀ ମନ୍ତ୍ର
ଏହି ଭିଡିଓକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିବା ସହ ମାଲତିଙ୍କ ମିଠା ସ୍ୱରର ପ୍ରଶଂସା କରୁଛନ୍ତି । ଅନେକ ହାର୍ଟ ଇମୋଜି ଦେଇ ନିଜର ଭଲପାଇବା ଜଣାଇଛନ୍ତି । ଏହା ସହ ପ୍ରିୟଙ୍କା ଛୁଟି ସମୟର କିଛି ପାରିବାରିକ ଫଟୋ ମଧ୍ୟ ସେୟାର କରିଛନ୍ତି । କେଉଁଠି ମାଆ-ଝିଅ ଏକାଠି ବେଳାଭୂମିରେ ସମୟ ବିତାଉଛନ୍ତି ତ ଆଉ କେଉଁଠି ମାଲତି ବାଲିରେ ସ୍ୟାଣ୍ଡ ଆର୍ଟ ତିଆରି କରୁଛନ୍ତି । ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ମଧ୍ୟ ସମୁଦ୍ର କୂଳରେ ଆରାମ କରୁଥିବା ନଜର ଆସିଛନ୍ତି ।

ପଢନ୍ତୁ ଏହି ଖବର: ରାକ୍ଷୀ ସାୱନ୍ତଙ୍କ ଏକ୍ସ ହଜବ୍ୟାଣ୍ଡଙ୍କ ବିବାହରେ ପୁଣି ଫାଟ; ରହସ୍ୟମୟ ପୋଷ୍ଟ କରି ଇସାରା ଦେଲେ ପତ୍ନୀ ସୋମି

ବିଦେଶରେ ରହୁଥିଲେ ମଧ୍ୟ ପ୍ରିୟଙ୍କା ନିଜ ଝିଅକୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ରଖିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓ ତାହାର ଏକ ସୁନ୍ଦର ଉଦାହରଣ ପାଲଟିଛି । ପ୍ରିୟଙ୍କା ଭାରତୀୟ ହିନ୍ଦୁ ହୋଇଥିବାବେଳେ ତାଙ୍କ ସ୍ଵାମୀ ତଥା ହଲିଉଡର ଲୋକପ୍ରିୟ ସିଙ୍ଗର ନିକ୍ ଜୋନସ୍‌ଙ୍କୁ ବିବାହ କରିଛନ୍ତି । ଏବେ ସ୍ଵାମୀଙ୍କ ସହ ଆମେରିକାର ଲସ୍ ଆଞ୍ଜେଲସ୍‌ରେ ରହୁଛନ୍ତି ଦେଶୀ ଗର୍ଲ । ତେବେ ସେ ଜଣେ ହିନ୍ଦୁ ହୋଇଥିବାରୁ ଅନେକ ସମୟରେ ସେ ନିଜ ଝିଅକୁ ଭାରତୀୟ ସଂସ୍କୃତି ଓ ପରମ୍ପରା ଶିଖାଉଥିବା ଦେଖିବାକୁ ମିଳିଛି । ଏହାସହିତ ସେ ବିଦେଶରେ ଭାରତୀୟ ପରମ୍ପରା ଅନୁସାରେ ପୂଜାପାଠ ମଧ୍ୟ କରିଥାନ୍ତି । ଦେଶ ବାହାରେ ରହି ମଧ୍ୟ ସେ ନିଜ ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବାରୁ ଅନେକ ଦେଶୀ ଗର୍ଲଙ୍କୁ ପସନ୍ଦ କରନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: