Videos
|
Entertainment

'ମି ଠୁ' କୁ ନେଇ ମୁହଁ ଖୋଲିଲେ ସାମନ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·2 min read
'ମି ଠୁ' କୁ ନେଇ ମୁହଁ ଖୋଲିଲେ ସାମନ୍ଥା

Key Points

  • 'ମି ଠୁ' କୁ ନେଇ ମୁହଁ ଖୋଲିଲେ ସାମନ୍ଥା
  • କେରଳରେ ଚାଲିଛି 'ମି ଠୁ'ର ବିବାଦ
  • ହେମା କମିଟି ରିପୋର୍ଟକୁ ପ୍ରଶଂସା କଲେ ଅଭିନେତ୍ରୀ
     

ଅର୍ଗସ ବ୍ୟୁରୋ:  ପୁଣି ସାମ୍ନାକୁ ଆସିଲା ମି ଠୁ ବିବାଦ। ଏଥର ବଲିଉଡରେ ନୁହେଁ, ବରଂ ମାଲାୟାଲାମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଯାହାକୁ ନେଇ ବଡ ବଡ ଅଭିନେତ୍ରୀ ବର୍ତ୍ତମାନ ଆଗକୁ ଆସିଛନ୍ତି ଏବଂ ମୁହଁ ଖୋଲିଛନ୍ତି। ଏଥୁର ବାଦ ପହିନାହାନ୍ତି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ବିଗତ କିଚି ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ସାମନ୍ଥା ବର୍ତ୍ତମାନ ମି ଠୁ କୁ ନେଇ ମୁହଁ ଖୋଲିଛନ୍ତି। କେରଳରେ ଚାଲିଛି 'ମି ଠୁ'ର ବିବାଦ। ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇବା ପରେ ଅନେକ ମହିଳା କଳାକାର ନିଜର ସ୍ୱର ଉଠାଇଛନ୍ତି। ସେମାନେ ନିଜର ଅଭିଯୋଗ ଦାଖଲ କରିବା ସହ ସମ୍ମୁଖୀନ ହେଉଥିବା ନିର୍ଯ୍ୟାତନା ବିଷୟରେ ମଧ୍ୟ କହିଛନ୍ତି। ଏହି ମାମଲା ପରେ ସାମନ୍ଥା ମଧ୍ୟ ତେଲେଙ୍ଗାନା ସରକାରଙ୍କୁ ଶାରୀରିକ ନିର୍ଯ୍ୟାତନା ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି।

ସାମନ୍ଥା ରୁଥ୍‌ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି  ସେୟାର୍‌ କରି କହିଛନ୍ତି ଯେ, 'ଆମେ, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମହିଳାମାନେ ହେମା କମିଟି ରିପୋର୍ଟକୁ ସ୍ୱାଗତ କରୁଛୁ। କେରଳରେ ଡବ୍ଲୁସିସିର ନିରନ୍ତର ଉଦ୍ୟମକୁ ପ୍ରଶଂସା କରୁଛୁ।' ଆମେ ଏଠାରେ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରୁଛୁ, ନିଯ୍ୟାତନା ଉପରେ ଦାଖଲ ହୋଇଥିବା ଉପ କମିଟି ରିପୋର୍ଟ ପ୍ରକାଶ କରିବାକୁ। ଯାହା ଦ୍ୱାରା ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ପ୍ରତିଷ୍ଠିତ ହୋଇପାରିବେ।

'ମି ଠୁ' ବିବାଦ ପ୍ରସଙ୍ଗରେ ନିଜର ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ। ସେ ହେମା କମିଟି ରିପୋର୍ଟକୁ ପ୍ରଶଂସା କରିଛନ୍ତି। ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡନ ସମ୍ପର୍କରେ ସମାନ ପଦକ୍ଷେପ ନେବାକୁ ସେ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରିଛନ୍ତି। ଯାହା ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ତେବେ ଏହାକୁ ନେଇ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତେଲେଙ୍ଗାନା ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Samantha Ruth Prabhu seeks ‘report on sexual harassment’ in Telegu film industry amid | Argus News