Videos
|
Entertainment

ଭାଇରାଲ ହେଉଛି ସାମନ୍ଥାଙ୍କ ପୋଷ୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାଇରାଲ ହେଉଛି ସାମନ୍ଥାଙ୍କ ପୋଷ୍ଟ

ଅର୍ଗସ ବ୍ୟୁରୋ:  ସାଉଥର ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି ସମୟରେ ନାଗାଙ୍କର ପୂର୍ବତନ ପତ୍ନୀ ସାମନ୍ଥାଙ୍କର ଏକ ପୋଷ୍ଟ ଭାଇରାଲ ହେଉଛି।

କହିବାକୁ ଗଲେ ସାମନ୍ଥା ଏବଂ ନାଗା ୨୦୧୭ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ବିଷୟରେ ଅନେକ ଚର୍ଚ୍ଚା ହେଉଥିଲା। ସେମାନଙ୍କର ବିବାହ ଗ୍ରାଣ୍ଡ ୱେଡିଂ ଥିଲା । ଯାହାର ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ତା’ପରେ ୨୦୨୧ରେ ଦୁହେଁ ଛାଡପତ୍ର ଘୋଷଣା କଲେ । ସେମାନଙ୍କ ଅଲଗା ହେବାର ଖବର ପ୍ରଶଂସକଙ୍କୁ ଦୁଃଖ ଦେଇଥିଲା। ଛାଡପତ୍ର ପରେ ସାମନ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।

ଡିସେମ୍ବର ୪ରେ,ନାଗା ଏବଂ ଶୋଭିତା ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। ସାମନ୍ଥା ତାଙ୍କ ହଲିଉଡ ତାରକା ଭାୟୋଲା ଡେଭିସ୍‌ଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟ ଷ୍ଟୋରୀ ପକାଇଛନ୍ତି। ଭିଡିଓରେ ଏକ ଛୋଟ ପୁଅ ଏବଂ ଏକ ଛୋଟ ଝିଅ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ପ୍ରାରମ୍ଭରେ ପୁଅ ଏକ ଆତ୍ମବିଶ୍ୱାସୀ ମନୋଭାବ ସହିତ ଲଢେଇ ଆରମ୍ଭ କରେ ଏବଂ ତା’ପରେ ଝିଅ ଠାରୁ ହାରିବା ପରେ କାନ୍ଦିବାକୁ ଲାଗେ । ଏହି ଭିଡିଓ ସେୟାର କରିବାବେଳେ ସାମନ୍ଥା ଲେଖିଛନ୍ତି- ଝିଅ ପରି ଲଢନ୍ତୁ ସାମନ୍ଥାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: