Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୨ କୋଟି ଫେରାଇଲେ ଅଭିନେତ୍ରୀ ସାମନ୍ଥା

Entertainment

୧୨ କୋଟି ଫେରାଇଲେ ଅଭିନେତ୍ରୀ ସାମନ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୧୨ କୋଟି ଫେରାଇଲେ ଅଭିନେତ୍ରୀ ସାମନ୍ଥା

ଅର୍ଗସ ବ୍ୟୁରୋ:  ଆଉ ଫିଲ୍ମ କରିବେନି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ସେଥିପାଇଁ ଗଣି ଗଣି ୧୨କୋଟି ଟଙ୍କା ଫେରାଇଦେଲେ ଅଭିନେତ୍ରୀ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟିରେ ଆଗ ଧାଡିର ଅଭିନେତ୍ରୀ ହେଉଛନ୍ତି ସାମନ୍ଥା। ସାମନ୍ଥା ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ଅଭିନୟ ମଧ୍ୟ ଖୁବ ଭଲ। ଯାହାଦ୍ୱାରା ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ହେଲେ ଏବେ ସାମନ୍ଥାଙ୍କ ଜୀବନରେ ଖେଳିଯାଇଛି ଦୁଃଖ। ଆଉ ଫିଲ୍ମ କରିବେନି ସାମନ୍ଥା। କାହିଁକି କରିବେନି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ।

ପ୍ରକୃତରେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି ସାମନ୍ଥା। ଯାହାର ପ୍ରଭାବ ତାଙ୍କ ବୃତ୍ତିଗତ କାମ ଉପରେ ମଧ୍ୟ ପଡୁଛି। ତାଙ୍କ କ୍ୟାରିୟର ମଧ୍ୟ ତଳକୁ ତଳକୁ ଖସୁଛି। ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ୍ ରୋଗରେ ପୀଡିତ ସାମନ୍ଥା। ଏହି ରୋଗ ମାଂସପେଶୀକୁ ପ୍ରଭାବିତ କରିଥାଏ। ଯାହା ଦ୍ୱାରା ଦୁର୍ବଳତା ଏବଂ ଯନ୍ତ୍ରଣା ହୋଇଥାଏ । ଏହି ରୋଗରେ ଅନେକ ଦିନ ଧରି ସେ ପୀଡିତ ଅଛନ୍ତି। ସେଥିପାଇଁ ସେ ଚିକିତ୍ସିତ ହେଉଛନ୍ତି।ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ ବାହାରେ ଏବେ ରହୁଛନ୍ତି। ନିଜକୁ ସମୟ ଦେଉଛନ୍ତି। 

ଏହା ପୂର୍ବରୁ ସାମନ୍ଥା ତିନୋଟି ଫିଲ୍ମ ପାଇଁ ସାଇନ୍‌ କରିଥିଲେ। ଭଲ ଭଲ ଡିରେକ୍ଟର ଏବଂ ଭଲ ପ୍ରୋଜେକ୍ଟ ମଧ୍ୟ ଥିଲା। ହେଲେ ବର୍ତ୍ତମାନ ସାମନ୍ଥା ଏହା କରିପାରିବେ ନାହିଁ। କାରଣ ତାଙ୍କ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ସେ ଟ୍ରିଟମେଣ୍ଟ ହେଉଛନ୍ତି। ସାମନ୍ଥାଙ୍କ ଏଭଳି ନିଷ୍ପତ୍ତି ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଛି। ଶେଷରେ ୧୨ କୋଟି ଟଙ୍କା ରିର୍ଣ୍ଣ ଦେଇଛନ୍ତି ସାମନ୍ଥା।ସାମନ୍ତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ ପ୍ରଶଂସକ ଏବଂ ସହକର୍ମୀଙ୍କଠାରୁ ବିପୁଳ ସମର୍ଥନ ପାଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ତାଙ୍କ ନିଷ୍ପତ୍ତିକୁ ଅନେକେ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସାମନ୍ଥା ଙ୍କ ଧ୍ୟାନ ତାଙ୍କ ସ୍ୱାସ୍ଥ୍ୟ ଉପରେ ଥିବାବେଳେ ସେ ସୁସ୍ଥ ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବା ନେଇ ଆଶାବାଦୀ ଅଛି | ସେ ତାଙ୍କ ଭବିଷ୍ୟତ ପ୍ରୋଜେକ୍ଟ ପାଇଁ ଭଲ କାମ କରିବେ | ସାମନ୍ଥା ଶୀଘ୍ର ଭଲ ହୋଇ ଇଣ୍ଡଷ୍ଟ୍ରିକୁ ଫେରିଆସନ୍ତୁ ବୋଲି ସମସ୍ତେ କାମନା କରୁଛନ୍ତି। କିଛି ଦିନ ତଳେ ସାମନ୍ଥା ନିଜ ଫଟୋ ଶେୟାର କରିଛନ୍ତି। ସେଥିରେ ତାଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଏବଂ ପାଖରେ ଏକ ବୋତଲ ଥିବା ଦେଖାଯାଇଛି। ଫଟୋ ଶେୟାର କରି ସେ ଲେଖିଛନ୍ତି, ଆପଣଙ୍କ ଭଲପାଇବା ହିଁ ମୋର ଶକ୍ତି। କିଛି ମାସ ପୂର୍ବେ ମୋତେ ମୋୟୋସିଇଟିସ୍‌ ନାମକ ରୋଗ ହୋଇଛି। ଭାବୁଥିଲି ଶୀଘ୍ର ଠିକ ହୋଇଯିବି। ହେଲେ ସମୟ ଲାଗୁଛି। ସବୁବେଳେ ନିଜକୁ ଶକ୍ତ ଦେଖାଇପାରିବି ନାହିଁ। ଡାକ୍ତରମାନେ କହୁଛନ୍ତି ଶୀଘ୍ର ଠିକ୍‌ ହୋଇଯିବି। ହେଲେ ପ୍ରତିଦିନ ମୁଁ ଠିକ୍‌ ହେବାର ଆଉ ଗୋଟିଏ ଦିନ ପାଖକୁ ଯାଉଛି। ମୁଁ ସମସ୍ତଙ୍କୁ ବହୁତ ଭଲପାଏ। ଏ ସମୟ ବିତିଯିବ ବୋଲି ସେ କହିଛନ୍ତି। ଏହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଚିନ୍ତା ବଢ଼ିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

Sponsored
Samantha Ruth Prabhu Suffers Whopping Rs 12 Crore Loss Due To 1-Year Acting Break? | Argus News