Samantha Ruth Prabhu / ଏକାଠି ହେଲେ ସାମନ୍ଥା-ରାଜ, ଲୁଚିଛପି କଲେ ବିବାହ...
·9 months ago·2 min read

Key Points
ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସାମନ୍ଥା
ଭାଇରାଲ ହେଉଛି ଫଟୋ
ଭାଇରାଲ ହେଉଛି ଫଟୋ
ସିକ୍ରେଟ ବିବାହ କଲେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ଅଭିନେତ୍ରୀ ୱେବ୍ ସିରିଜ୍ "ଦି ଫ୍ୟାମିଲି ମ୍ୟାନ୍"ର ପ୍ରଯୋଜକ-ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି। ସୂଚନାନୁସାରେ, ସୋମବାର କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ର ମଧ୍ୟରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ ହୋଇଥିବାର କୁହାଯାଉଛି । ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଏହି ବିବାହରେ ପ୍ରାୟ 30 ଜଣ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ସାମନ୍ଥା ଏହି ଅବସରରେ ଏକ ଲାଲ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାସହ ସେ ଖୁବ ସୁନ୍ଦର ଏବଂ ଖୁସି ଥିବା ଜଣାପଡୁଛନ୍ତି। ଦମ୍ପତି ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେମାନଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି।
ରବିବାର ସନ୍ଧ୍ୟାରେ, ସାମନ୍ଥା ଏବଂ ରାଜ ନିଦିମୋରୁଙ୍କ ନିର୍ବନ୍ଧର ଖବର ପ୍ରକାଶ ପାଇଥିଲା। ଯାହା ପରେ ରାଜଙ୍କ ପୂର୍ବତନ ପତ୍ନୀ ଶ୍ୟାମଳୀ ଦେ ଏକ ପୋଷ୍ଟ ସେୟାର କରିଥିଲେ। ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରୀ ସେକ୍ସନରୁ ଲେଖିଛନ୍ତି, "ହତାଶ ଲୋକମାନେ ହତାଶ କାମ କରନ୍ତି।" ସାମନ୍ଥା ରୁଥ୍ ପ୍ରଭୁ ଏବଂ ରାଜ ନିଦିମୋରୁଙ୍କ ଡେଟିଂ ଖବର ଗତ କିଛି ମାସ ଧରି ଚର୍ଚ୍ଚାରେ ରହିଆସିଥିଲା । ଉଭୟ ଲୋକପ୍ରିୟ ଧାରାବାହିକ "ଦି ଫ୍ୟାମିଲି ମ୍ୟାନ୍"ର ଦ୍ୱିତୀୟ ସିଜିନରେ ଏକାଠି କାମ କରିଥିଲେ। "ଦି ଫ୍ୟାମିଲି ମ୍ୟାନ୍ 2" ସିରିଜ୍ ଡିସେମ୍ବର 29, 2020 ରେ ମୁକ୍ତିଲାଭ କରିଥିଲା। ସେବେଠାରୁ, ସାମନ୍ଥା ଏବଂ ରାଜ ନିଦିମୋରୁଙ୍କୁ ଅନେକ ଥର ଏକାଠି ଦେଖାଯାଇଛି।
ରାଜ ନିଦିମୋରୁ କିଏ?
ରାଜ ନିଦିମୋରୁ ହେଉଛନ୍ତି ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା । ୟୁକେରେ ସଫ୍ଟୱେର୍ ଇଞ୍ଜିନିୟରିଂ ପାଠପଢ଼ା ପରେ, ସେ ଏବଂ ଡିକେ 2022 ଫିଲ୍ମ "ଶାଦି ଡଟ୍ କମ୍" ସହିତ ଡେବ୍ୟୁ କରିଥିଲେ। ସେବେଠାରୁ ସେମାନେ "99", "ଶୋର୍ ଇନ୍ ଦି ସିଟି", "ଗୋ ଗୋଆ ଗନ୍", "ହାପି ଏଣ୍ଡିଂ" ଏବଂ "ଏ ଜେଣ୍ଟଲମ୍ୟାନ୍" ଭଳି ଚଳଚ୍ଚିତ୍ର ଲେଖିଛନ୍ତି, ପ୍ରଯୋଜନା କରିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ମୁହଁ ଖୋଲିଲେ ରାଶି: କେବଳ ସାଉଥରେ ନୁହେଁ ବଲିଉଡରେ ବି ଝିଅମାନଙ୍କୁ...
୨୦୧୯ ମସିହାରୁ, ରାଜ୍ ଏବଂ ଡିକେ ଓଟିଟିରେ ପ୍ରବେଶ କରିଥିଲେ ଏବଂ ମନୋଜ ବାଜପେୟୀ ଅଭିନୀତ ଧାରାବାହିକ "ଦି ଫ୍ୟାମିଲି ମ୍ୟାନ୍" ନିର୍ଦ୍ଦେଶନା-ପ୍ରଯୋଜନା କରିଥିଲେ। ରାଜ ନିଦିମୋରୁ ୨୦୧୫ ମସିହାରେ ଶ୍ୟାମଳୀ ଦେଙ୍କୁ ବିବାହ କରିଥିଲେ। କିନ୍ତୁ, ୨୦୨୧ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ଅନ୍ୟପଟେ ୨୦୨୧ ମସିହାରେ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ହୋଇଥିଲା। ସାମାନ୍ଥାଙ୍କ ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କୁ 'ୟେ ମାୟା ଚେସାଭେ' ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରର ସେଟରେ ସେମାନେ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ ଏବଂ ଏକ ସମ୍ପର୍କରେ ଆବଦ୍ଧ ହୋଇଥିଲେ।
୭ ବର୍ଷ ଧରି ସମ୍ପର୍କରେ ରହିବା ପରେ, ସାମନ୍ଥା ୨୦୧୭ ମସିହାରେ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ହୋଇଥିଲା। କିଛି ବର୍ଷ ପରେ ସେମାନଙ୍କ ଛାଡପତ୍ରର ଖବର ଆସିବା ଆରମ୍ଭ ହେଲା ଏବଂ ଉଭୟ ଅକ୍ଟୋବର ୨୦୨୧ରେ ସେମାନଙ୍କର ଛାଡପତ୍ର ଘୋଷଣା କଲେ। ସାମନ୍ଥାଙ୍କ ସହ ଛାଡପତ୍ରର ଦୁଇ ବର୍ଷ ପରେ, ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୂଲିପାଲାଙ୍କୁ ବିବାହ କରିଥିଲେ। ଆଉ ଏବେ ସାମନ୍ଥା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡିଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories