Videos
|
Entertainment

ସାମନ୍ଥାଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସାମନ୍ଥାଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ

ଅର୍ଗସ ବ୍ୟୁରୋ:  ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ନିଜର ଲେଡି ଲଭ୍ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଜୀବନ ସାଥୀ କରିବେ ନାଗା ଚୈତନ୍ୟ। ଦୀର୍ଘ ଦିନର ଚର୍ଚ୍ଚା ପରେ ନିକଟରେ ନାଗା ଚୈତନ୍ୟ ଏବଂ ଶୋଭିତାଙ୍କର ନିର୍ବନ୍ଧ ସରିଛି। ସାଉଥ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ ନାଗା ଚୈତନ୍ୟ। କିନ୍ତୁ ବେଶି ଦିନ ଏକାଠି ରହିପାରିନଥିଲେ ଏହି ସେଲିବ୍ରିଟି କପଲ। ପରେ ୨୦୨୧ ମସିହାରେ ସାମନ୍ଥାଙ୍କ ସହ ନାଗା ଚୈତନ୍ୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

ଏହାରି ମଧ୍ୟରେ ଅଭିନେତା ନାଗା ଚୈତନ୍ୟଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କୁ ବିବାହ ପ୍ରସ୍ତାବ ମିଳିଛି । ପୁଅ ଜଣକ ସାମନ୍ଥାଙ୍କ ଘର ଖୋଜିଛନ୍ତି ଏବଂ ତା’ପରେ ତାଙ୍କୁ ପ୍ରସ୍ତାବ ଦେବା ପାଇଁ ତାଙ୍କ ଜିମ୍‌ରେ ଆଣ୍ଠୁମାଡ଼ି ବସି ପଡ଼ିଛନ୍ତି। ଏହାସହ କହିଛନ୍ତି ଯେ, ’ମୁଁ ସାମନ୍ଥାଙ୍କ ପାଖକୁ ଯାଉଛି, ତାଙ୍କୁ କହିବାକୁ ଯେ ସେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ମୁଁ ତାଙ୍କ ପାଇଁ ସବୁବେଳେ ରହିବି। ସାମନ୍ଥାଙ୍କ ଘରେ ପହଞ୍ଚିବା ପରେ ସେ ତାଙ୍କୁ ଖୋଜିବା ପାଇଁ ତାଙ୍କ ଜିମ୍‌ରେ ପହଞ୍ଚିଥିଲେ । ଯେଉଁଠାରେ ସେ ତାଙ୍କୁ ବିବାହ କରିବାକୁ ନିବେଦନ କରୁଛନ୍ତି ଏବଂ ୨ ବର୍ଷ ସମୟ ମାଗିଛନ୍ତି । ଯଦି ତୁମେ ଚାହଁ, ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି। ତା’ପରେ ସେ ଗୋଟିଏ ଆଣ୍ଠୁରେ ବସିପଡ଼ି ଅଭିନେତ୍ରୀଙ୍କୁ ପ୍ରସ୍ତାବ ଦେଉଛନ୍ତି ।

ତେବେ ସାମନ୍ଥା ମଧ୍ୟ ଏହି ଭିଡିଓରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଭିଡିଓର ପଛ ଦୃଶ୍ୟରେ ଦେଖାଯାଇଥିବା ଜିମ ମୋତେ ପ୍ରଭାବିତ କରିଛି । ମୁକେଶ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସାମନ୍ଥାଙ୍କ ପ୍ରତିକ୍ରିୟା ସେୟାର କରି ଲେଖିଛନ୍ତି ଯେ ଯଦି ଦୁନିଆ ସାମନ୍ଥାଙ୍କ ବିରୁଦ୍ଧରେ ଥାଏ, ତେବେ ମୁଁ ଦୁନିଆର ବିରୋଧୀ ହେବାକୁ ପ୍ରସ୍ତୁତ।

ପ୍ରକୃତରେ ଘଟଣାକ୍ରମ ଏପରି ରହିଛି କି, ଅଭିନେତ୍ରୀଙ୍କୁ ଜଣେ ପ୍ରଂଶସକ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ମୁକେଶ ଚିନ୍ତା ନାମକ ଜଣେ ପ୍ରଶଂସକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ସାମନ୍ଥାଙ୍କୁ ପ୍ରସ୍ତାବ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ ସେ ହାଇଦ୍ରାବାଦରେ ସାମନ୍ଥାଙ୍କ ଘର ଖୋଜିବାର ଡ୍ରାମା କରିଛନ୍ତି ଏବଂ ତା’ପରେ ତାଙ୍କୁ ପ୍ରସ୍ତାବ ଦେବା ପାଇଁ ତାଙ୍କ ଜିମ୍‌ରେ ଆଣ୍ଠୁମାଡ଼ି ବସି ପଡ଼ିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: