Videos
|
Entertainment

ସାମନ୍ଥା କହିଲେ ହୀନା ତୁମେ ପ୍ରକୃତ ଯୋଦ୍ଧା

Ritu Das
Browse all articles by Ritu Das
·2 years ago·2 min read
ସାମନ୍ଥା କହିଲେ ହୀନା ତୁମେ ପ୍ରକୃତ ଯୋଦ୍ଧା

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ଏବେ ସ୍ତନ କର୍କଟ ଭଳି ଗୁରୁତର ରୋଗରେ ପୀଡିତ ଅଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି ହୀନା ଖାନ ତାଙ୍କ ଅସୁସ୍ଥତା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ତାଙ୍କର ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ହୋଇଛି। ସ୍ତନ କର୍କଟ ପରି ମାରାତ୍ମକ ରୋଗର ସମ୍ମୁଖୀନ ହୋଇଥିଲେ ମଧ୍ୟ ହୀନା ସାହସ ରଖିଛନ୍ତି।

 

ସ୍ତନ କର୍କଟ ପରେ ସାଧାରଣ ଫ୍ୟାନଙ୍କ ସହ ଟିଭି ଏବଂ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ହୀନାଙ୍କ ସାହସ ବଢାଇଥିଲେ । ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥା ଋତୁ ପ୍ରଭୁ ହୀନାଙ୍କ ପାଇଁ କିଛି ହୃଦୟ ଜିତିଲା ଭଳି କଥା କହିଛନ୍ତି।

ସାମନ୍ଥା ହୀନାଙ୍କ ପାଇଁ ଏକ ଭିଡିଓ ନିଜ ଇନଷ୍ଟା ଷ୍ଟୋରିରେ ସେୟାର କରିଥିଲେ। ସାମନ୍ଥା ଆହୁରି ମଧ୍ୟ ଲେଖିଛନ୍ତି, ‘ମୁଁ ହୀନା ଖାନଙ୍କ ପାଇଁ ପ୍ରାର୍ଥନା କରୁଛି, ହୀନା ଜଣେ ପ୍ରକୃତ ଯୋଦ୍ଧା।’ ତାଙ୍କ ଇନଷ୍ଟା ଷ୍ଟୋରିର ଉତ୍ତର ଦେଇ ହୀନା ଲେଖିଛନ୍ତି, ‘କାହାକୁ ଜାଣେ ବା ନ ଜାଣେ, ମୁଁ ଜାଣେ ତୁମେ ଜଣେ ଉଜ୍ଜ୍ୱଳ ଷ୍ଟାର, ତୁମେ ତୁମର ଜୀବନକୁ ଯେଭଳି ପରିଚାଳନା କରିଛ, ଯାହା ଅନ୍ୟମାନଙ୍କଠାରୁ ଭିନ୍ନ, ତୁମକୁ ଢେର ସାରା ଭଲପାଇବା ଜଣାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

‘ସ୍ତନ କର୍କଟ ପରଠାରୁ ହିନା ଖାନ ତାଙ୍କ ରୋଗ ସହ ଜଡିତ ପ୍ରତ୍ୟେକ ଅପଡେଟକୁ ସୋସିଆଲ ମିଡିଆରେ ସେୟାର କରିଆସୁଛନ୍ତି। ହିନା ଖାନ ମଧ୍ୟ ତାଙ୍କର ପ୍ରଥମ କେମୋଥେରାପି ନେଇଛନ୍ତି। ସେ ଏହି ସୂଚନା ଇନଷ୍ଟାଗ୍ରାମରେ ଦେଇଛନ୍ତି। କେମୋଥେରାପିରୁ ଆସିବା ପରେ ହୀନା ତାଙ୍କ ଚୁଟି କାଟିଦେଇଛନ୍ତି। ହୀନାଙ୍କ ମା' ଝିଅକୁ ଦେଖି ପୁରାପୁରି ଭାଙ୍ଗିପଡ଼ିଥିବାବେଳେ ହୀନା ତାଙ୍କୁ ସାନ୍ତ୍ବନା ଦେଇଛନ୍ତି। ମା' ଜମା ବି କାନ୍ଦନି ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବି।  ସେ କେମୋ ନେବାପରେ ହସ୍ପିଟାଲରୁ ତାଙ୍କ ଭିଡିଓ ସେୟାର କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Samantha | Argus News