Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Bigg Boss OTT 3 ର ବିଜେତା ସନା ମକବୁଲ

Entertainment

Bigg Boss OTT 3 ର ବିଜେତା ସନା ମକବୁଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
Bigg Boss OTT 3 ର ବିଜେତା ସନା ମକବୁଲ

ଅର୍ଗସ ବ୍ୟୁରୋ:  ସରିଛି Bigg Boss OTT 3। ଏହାର ବିଜେତା ହୋଇଛନ୍ତି ସନା ମକବୁଲ। ସୋସିଆଲ ମିଡିଆରେ ସନାଙ୍କ ପାଇଁ ଫ୍ୟାନ୍ସଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି । Bigg Boss OTT 3 ର ଫାଇନାଲିଷ୍ଟକୁ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଚଳିତ ସିଜିନକୁ ବିଶିଷ୍ଟ ବଲିଉଡ ଅଭିନେତା ଅନିଲ କପୁର ହୋଷ୍ଟ କରିଥିଲେ ।

ଏହି ଶୋ’ର ଗୋଟିଏ ଏପିସୋଡ୍ ପାଇଁ ତାଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ମିଳିଥିଲା । ବିଗ୍ ବସ୍ ଶୀର୍ଷ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ରଣବୀର ଶୋରୀ, ରାପର ନୈଜୀ, ସାଇ କେତନ ରାଓ, କୃତିକା ମଲିକ ଏବଂ ସନା ମକବୁଲ ଥିଲେ । ଏହି ୫ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ସମସ୍ତଙ୍କୁ ପଛରେ ପକାଇ ସନା Bigg Boss OTT 3 ର ଟ୍ରଫି ଜିତିଥିଲେ । ଏହା ସହ ତାଙ୍କୁ ପୁରସ୍କାର ରାଶି ବାବଦକୁ ୨୫ ଲକ୍ଷ ଟଙ୍କା ନଗଦ ପ୍ରଦାନ କରାଯାଇଥିଲା । ଫିନାଲେରେ ଅନ୍ୟ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଛନ୍ତି ସନା । ଶୋ’ର ବିଜେତା ହେବା ପରେ ସନା ବହୁତ ଖୁସି ଅଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Sana makbul Winner Of Bigg Boss Ott 3 | Argus News