Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ

Entertainment

୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୬୫ ବର୍ଷରେ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ

ଅର୍ଗସ ବ୍ୟୁରୋ:  ଚର୍ଚ୍ଚାରେ ଅଭିନେତା ସଞ୍ଜୟ ଦତ୍ତ। ଥରେ କି ଦୁଇ ଥର ନୁହେଁ ଚାରି ଚାରି ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। ୬୫ ବର୍ଷରେ ପରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ଲାଇମ ଲାଇଟକୁ ଆସିଛନ୍ତି ସଞ୍ଜୟ ଦତ୍ତ। କୁହାଯାଏ ସଞ୍ଜୟ ଦତ୍ତଙ୍କ ଜୀବନ ଏକ ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ। ସେଥିପାଇଁ ତ ତାଙ୍କ ଜୀବନୀ କାହାଣୀକୁ ନେଇ ଏକ ଫିଲ୍ମ ହୋଇଥିଲା ସଞ୍ଜୁ । ଯାହା ହିଟ୍‌ ମଧ୍ୟ ହୋଇଥିଲା। ସଞ୍ଜୟ ୧୬ ବର୍ଷ ପରେ ପୁଣିଥରେ ପତ୍ନୀ ମାନ୍ୟତାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ ଅଭିନେତାଙ୍କ ଘର ରିନୋଭେଶନ ଶେଷ ହେବା ପରେ ପୂଜା ରଖାଯାଇଥିଲା। ଏହି ମଉକାରେ ପତ୍ନୀ ମାନ୍ୟତାଙ୍କ ସହ ସେ ଚତୁର୍ଥ ଥର ବିବାହ କରିଛନ୍ତି।

ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନବରାତ୍ରୀ ଅବସରରେ ସେ ପୁଣିଥରେ ବିବାହ କରିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଭିଡିଓରେ ସଞ୍ଜୟ ଧୋତି କୁର୍ତ୍ତା ପିନ୍ଧିଛନ୍ତି। ଚତୁର୍ଥ ଥର ଲାଗି ୬୫ ବର୍ଷରେ ସେ ବିବାହ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇଛନ୍ତି। 

ସଞ୍ଜୟ ପ୍ରଥମେ ଋଚା ଶର୍ମାଙ୍କ ହାତ ଧରିଥିଲେ। ହେଲେ ୧୯୯୬ରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ଏହାର ୨ ବର୍ଷ ପରେ ସେ ମଡେଲ ରିୟା ପିଲ୍ଲାଇଙ୍କୁ ଜୀବନସାଥୀ କରିଥିଲେ। ୨୦୦୫ରେ ଉଭୟ ବାଟ ଅଲଗା କରି ନେଇଥିଲେ। ୨୦୦୮ରେ ସଞ୍ଜୟ ମାନ୍ୟତାଙ୍କୁ ତୃତୀୟ ବିବାହ କରିଥିଲେ। ଉଭୟଙ୍କ ଯମଜ ସନ୍ତାନ ଅଛନ୍ତି। ହେଲେ ହଠାତ ତାଙ୍କୁ ମାନ୍ୟତାଙ୍କ ସହ ବିବାହ କରୁଥିବା ଦେଖି ଏହା ପଛରେ କି କାରଣ ରହିଛି ତାହା ଜାଣିବାକୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସଞ୍ଜୟଙ୍କ ବିବାହ ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ପତ୍ନୀଙ୍କୁ ଚତୁର୍ଥ ଥର ପାଇଁ ବିବାହ କରିଥିବା କାରଣରୁ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus Whatsapp Channel Mobile Top
Sponsored
Sanjay Dutt gets married for the fourth time at the age of 65? | Argus News