Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦୀପିକାଙ୍କ ସୌନ୍ଦର୍ଯ୍ୟ ଦେଖି ଫିଦା ହୋଇଯାଇଥିଲେ ସଞ୍ଜୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୀପିକାଙ୍କ ସୌନ୍ଦର୍ଯ୍ୟ ଦେଖି ଫିଦା ହୋଇଯାଇଥିଲେ ସଞ୍ଜୟ

ଅର୍ଗସ ବ୍ୟୁରୋ:  ସଞ୍ଜୟ ଲୀଲା ଭଂସାଲୀ । ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ। ସବୁ ଅଭିନେତ୍ରୀ ହୁଅନ୍ତୁ ଅବା ଅଭିନେତା, ତାଙ୍କ ସହ କାମ କରିବା ପାଇଁ ସମସ୍ତଙ୍କର ବଡ ସ୍ୱପ୍ନ ଥାଏ। ଅନେକ ଅଭିନେତ୍ରୀଙ୍କୁ ଷ୍ଟାର ବନାଇଥିବା ନିର୍ଦ୍ଦେଶକ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀ। ସଞ୍ଜୟ ଏବେବି ଅବିବାହିତ ଅଛନ୍ତି। ଆପଣ ଜାଣିଛନ୍ତି କି ସଞ୍ଜୟ କାହା ପ୍ରେମରେ ପହିଥିଲେ। ଏବଂ ସେ କାହିଁକି ଆଜିଯାଏଁ ବିବାହ କରିନାହାନ୍ତି। ବଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀଙ୍କୁ ଦେଖି ଫିଦା ହୋଇଥିଲେ ସଞ୍ଜୟ।

ବର୍ତ୍ତମାନ ସଞ୍ଜୟ ଅଭିନେତ୍ରୀଙ୍କ ସହ ପ୍ରଥମ ଭେଟିବା ଦିନକୁ ମନେପକାଇଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୁଁ ଦୀପିକା ପାଦୁକୋନଙ୍କୁ ଭେଟିବା ଲାଗି ତାଙ୍କ ଘରକୁ ଯାଇଥିଲି, ସେ ମୋ ପାଇଁ କବାଟ ଖୋଲିଥିଲେ। ଏହାପରେ ପରେ ମୁଁ ତାଙ୍କ ସୌନ୍ଦର୍ଯ୍ୟ ଏବଂ ତାଙ୍କ ଆଖିକୁ ଦେଖି ଫିଦା ହୋଇଯାଇଥିଲି। ମୋତେ ତାଙ୍କୁ ଦେଖୁ ଏହା ଅନୁଭବ ହୋଇଥିଲା ଯେ, ତାଙ୍କ ବ୍ୟବହାର ଏବଂ କୋମଳତା ଅର୍ଥ ସେ ପ୍ରକୃତରେ ବହୁତ ସୁନ୍ଦର। ସେ ଆଗକୁ ଆହୁରି କହିଛନ୍ତି ଯେ, ଯେପରି ଦୀପିକା ପ୍ରଥମ ଭେଟରେ ମୋ ସହ କଥା ହେବା ଆରମ୍ଭ କଲେ ମୋତେ ଅନୁଭବ ହୋଇଥିଲା ଯେ, ଭଲ ସ୍ଥାନରେ ଭଲ ସମୟରେ ପହଞ୍ଚିଯାଇଛି। ମୁଁ ତାଙ୍କୁ ଦେଖି ଜାଣିଯାଇଥିଲି ଯେ, ଯେକୌଣସି ରଙ୍ଗରେ ମୁଁ ଦୀପିକାଙ୍କୁ ପକାଇପାରିବି।

ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଦୀପିକା ତିନୋଟି ଫିଲ୍ମରେ କାମ କରିଛନ୍ତି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମାଆ ହୋଇସାରିଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କର ଫିଲ୍ମ ସିଂଘମ ଏଗେନର ଟ୍ରେଲର ଆସିଛି, ଯେଉଁଥିରେ ଫ୍ୟାନ୍ସ ତାଙ୍କ କପ୍ ଲୁକକୁ ଖୁବ ପସନ୍ଦ କରିଛନ୍ତି। ତେବେ ଦୀପିକାଙ୍କ ପ୍ରିୟ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ସଞ୍ଜୟ ଲୀଲା ଭଂସାଲୀ ସେହି ସମୟକୁ ମନେପକାଇଛନ୍ତି, ଯେଉଁ ସମୟରେ ସେ ଦୀପିକାଙ୍କୁ ପ୍ରଥମଥର ପାଇଁ ଦେଖିଥିଲେ ଏବଂ କହିଥିଲେ ଯେ, ତାଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କହିବାକୁ ଗଲେ ଦୀପିକା ହେଉଛନ୍ତି ସଞ୍ଜୟଙ୍କର ଜଣେ ଭଲ ବନ୍ଧୁ। ସେମାନଙ୍କ ଭିତରେ ସେମିତି କୌରସି ସମ୍ପର୍କ ନଥିଲା ବୋଲି ସଞ୍ଜୟ କହିଛନ୍ତି। କିନ୍ତୁ ଫ୍ୟାନ୍ସଙ୍କ ମହଲରେ ଏସବୁ ଗୁଜବ ଭାଇରାଲ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Sanjay Leela Bhansali ‘froze’ on meeting Deepika Padukone for the first time: 'Beauty of the woman, her eyes, voice…' | Argus News