Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆସୁଛି ସପନା ଚୌଧୁରୀଙ୍କ ବାୟୋପିକ

Ritu Das
Browse all articles by Ritu Das
·1 year ago·1 min read
ଆସୁଛି ସପନା ଚୌଧୁରୀଙ୍କ ବାୟୋପିକ

ଅର୍ଗସ ବ୍ୟୁରୋ: ହରିୟାଣାର ଫେମସ ଡ୍ୟାନ୍ସର ସପନା ଚୌଧୁରୀଙ୍କୁ ନେଇ ବାୟୋପିକ ଫିଲ୍ମ ଘୋଷଣା ହୋଇଛି। ମୁଭିର ନାଁ ହେଉଛି ମାଡାମ ସପନା। ବାୟୋପିକ ଘୋଷଣା କରିବାପାଇଁ ସପନା ତାଙ୍କ ଇନଷ୍ଟା ଆକାଉଣ୍ଟରୁ ସବୁ ଫଟୋ ଡିଲିଟ କରିଛନ୍ତି। ମୁଭିରେ ଷ୍ଟାର ଡ୍ୟାନ୍ସରଙ୍କ ଜୀବନୀକୁ ନେଇ ସଂଘର୍ଷମୟ କାହାଣୀକୁ ଚିତ୍ରିତ କରାଯାଇଛି। `ମାଡାମ ସପନା' ମୁଭିର ଏବେ  ଟିଜର ରିଲିଜ ହୋଇଯାଇଛି। 

ହରିୟାଣାର ଏକ ଛୋଟ ଗାଁରୁ ଜନ୍ମ ହୋଇ କାନ୍ସର ରେଡ କାର୍ପେଟ ପର୍ଯ୍ୟନ୍ତ ସପନାଙ୍କ ପୁରା ଜୀବନର ସଂଘର୍ଷମୟ କାହାଣୀକୁ ନେଇ ଏହି ମୁଭିର କାହାଣୀ। ୧୬ ବର୍ଷର ତାଙ୍କ ଜୀବନ ଯାତ୍ରାର କାହାଣୀ। ସପନା କହିଛନ୍ତି ଯେବେ ଠୁ ନିଜକୁ ଦେଖିଥିଲି ସେବେଠୁ ଆର୍ଥିକ ଅନାଟନ ଦେଖିଥିଲି। ଯେବେଠୁ ହେତୁ ଆସିଥିଲା ସେବେଠୁ ଦେଖିଥିଲି ବାପାଙ୍କୁ ବିଛଣାରେ। ମା'ଙ୍କୁ ଛୋଟରୁ ଦେଖିଥିଲି କାମ କରିବାକୁ ଯିବାର। ଧାର ଉଧାର ବହୁତ ଥିଲା। ଘର ବି ବନ୍ଧା ପଡ଼ିଥିଲା। ଚଳିବାକୁ ପଇସା ଦରକାର ଥିଲା। ପାଠ ବି ସେତେ ପଢ଼ି ନ ଥିଲି। ସେଥିପାଇଁ ଘର ପରିବାରକୁ ସମ୍ଭାଳିବାକୁ ଷ୍ଟେଜ ସମ୍ଭାଳିଥିଲେ ସପନା। ଏହାପରେ ଲୋକମାନେ ତାଙ୍କୁ ବହୁତ ଖରାପ କହିଥିଲେ। ଚରିତ୍ରକୁ ମଧ୍ୟ ବାରମ୍ବାର ଆକ୍ଷେପ କରିଥିଲେ। ଲୋକଙ୍କ ଖରାପ କଥା ଶୁଣିବାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜୀବନରେ ଏତେ ସାରା ଝଡ଼ ଝଞ୍ଜା ଦେଇ ଗତି କରିବାପରେ ଆଜି ସପନା ଚୌଧୁରି ଆଜି ସଫଳ। ସପନାଙ୍କ ଜୀବନ କାହାଣୀକୁ ନେଇ ଏହି ମୁଭି ଆସିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sapna Chowdhury's | Argus News