Videos
|
Entertainment

Sara Tendulkar Wedding / ଖୁବଶୀଘ୍ର ବିବାହ କରିବେ ସାରା…ସରିଲାଣି ପ୍ରସ୍ତୁତି…. ଭାଉଜ କହିଦେଲେ କାହାକୁ ବାହା ହେବେ ?

Ritu Das
Browse all articles by Ritu Das
·50 mins ago·2 min read
ଖୁବଶୀଘ୍ର ବିବାହ କରିବେ ସାରା…ସରିଲାଣି ପ୍ରସ୍ତୁତି…. ଭାଉଜ କହିଦେଲେ କାହାକୁ ବାହା ହେବେ ?
Cricket

Key Points

ଖୁବଶୀଘ୍ର କନିଆଁ ସାଜିବେ ସଚିନଙ୍କ ରାଜନନ୍ଦିନୀ ସାରା ତେନ୍ଦୁଲକର
ଖୁବଶୀଘ୍ର କନିଆଁ ସାଜିବେ ସଚିନଙ୍କ ରାଜନନ୍ଦିନୀ ସାରା ତେନ୍ଦୁଲକର। ଏଥିପାଇଁ ଜୋରସୋରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସାରା ନିକଟରେ ନିଜ ଜନ୍ମଦିନ ପାଳନର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତାଙ୍କ ଜନ୍ମଦିନ ଗତ ମାସ ୧୨ ତାରିଖରେ ଥିଲା, ତଥାପି ସେ ଗତକାଲି ରାତିରେ ବାର୍ଥ ଡେ ସେଲିବ୍ରେସନର ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓରେ, ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ଦେଇଛନ୍ତି ଏବଂ ସେ ଯେପରି ଜଣେ ଭଲ ଜୀବନସାଥୀ ପାଆନ୍ତି, ସେଥିପାଇଁ କାମନା କରିଛନ୍ତି। ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆ ଚାନ୍ଦୋକ ମାନେ ସାରାଙ୍କ ଭାଉଜ ଚାହୁଁଛନ୍ତି ଯେ, ସାରା ଚଳିତ ବର୍ଷ ହିଁ ଜଣେ ଚମତ୍କାର ଜୀବନସାଥୀ ପାଆନ୍ତୁ।

ପିତା ସଚିନ ତେନ୍ଦୁଲକର ମଧ୍ୟ ସାରାଙ୍କୁ ଜନ୍ମଦିନର ଶୁଭେଚ୍ଷା ଜଣାଇ କହିଛନ୍ତି, "ମୁଁ ଆଶା କରୁଛି ତୁମେ ଜଣେ ଆକର୍ଷଣୀୟ ଜୀବନସାଥୀ ପାଇବ।" ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଉ ଅଧିକ କିଛି କହିବାକୁ ଚାହୁଁନାହିଁ—ବରଂ ତୁମେ ସବୁବେଳେ ଯେପରି ପଜିଟିଭିଟି ବାଣ୍ଟିଥାଅ, ସେହିପରି ଜାରି ରଖ।" ଏସବୁ ଦେଖିଲେ ଲାଗୁଛଇ ଯେ ସାରା ହୁଏତ ଖୁବ୍ ଶୀଘ୍ର ବିବାହ କରିପାରନ୍ତି ଏବଂ ଘରେ ବୋଧହୁଏ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

ଏଥି ସହ ପଢନ୍ତୁ:  ସଲମାନଙ୍କ ପରେ ସାରାଙ୍କୁ ବି ଛାଡ଼ିଲେନି, ରାଗରେ ଏମିତି କହିଲେ ସଚ୍ଚିନଙ୍କ ଲାଡଲି୍‌

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାରାଙ୍କ ମା’ ଅଞ୍ଜଳୀ ତେନ୍ଦୁଲକର କହିଛନ୍ତି, “ମୁଁ ପ୍ରାର୍ଥନା କରୁଛି କି ତୁମର ସବୁ ଇଚ୍ଛା ପୂରଣ ହେଉ।“ ଅର୍ଜୂନ ମଜେଦାର ଅନ୍ଦାଜରେ କହିଛନ୍ତି, “ଖାଲି ଶୁଖିଲା ଜନ୍ମଦିନ ଶୁଭେଚ୍ଛା।“ ଏହା କହିବାପରେ ସମସ୍ତେ ହସିବାକୁ ଲାଗିଲେ। ସାନିଆଙ୍କ ମା’ ଶୁଭକାମନା ଜଣାଇବା ସହିତ କହିଲେ ତୁମେ ଜାଆଁଳା ସନ୍ତାନର ପିଉସୀ ଶୀଘ୍ର ହୁଅ।“

ଶେଷରେ ସାନିଆ ସାରାଙ୍କୁ କହିଲେ, ମୋର ଆଶା ଅଛି ଯେ, ଚଳିତବର୍ଷ ଶେଷ ଆଡ଼କୁ ତୁମକୁ ଜଣେ ଏମିତି ଜୀବନସାଥୀ ମିଳୁ ଯିଏ ପେରୀ କ୍ରସ ରୋଡରେ ରହୁଥିବେ। ପାଖରେ ରହିଲେ ଆମେ ତୁମ ପାଖକୁ ସବୁବେଳେ ଯାଇପାରିବୁ। ଏହି କଥାରେ ପୁଣି ସମସ୍ତେ ହସିଲେ। ଏସବୁ କଥାରୁ ଲାଗୁଛି ଯେ, ସାରାଙ୍କ ବିବାହ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି। ସଚିନ ନିଜେ ଅଧିକ କିଛି ନ କହିବା ଉଚିତ ବୋଲି ଉଲ୍ଲେଖ କରିଥିବାରୁ, ଏହା ସମ୍ଭବ ଯେ ପରିବାରବର୍ଗ ବିବାହ କାର୍ଯ୍ୟକ୍ରମକୁ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି।

ସାରାଙ୍କୁ ଏବେ ୨୯ ବର୍ଷ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅଲିଅଳୀ କନ୍ୟା ହେଉଛନ୍ତି ସାରା। ସାରା ଏବେ ନିଜର ବିଜନେସ ଦେଖୁଛନ୍ତି। ଏମିତିରେ ସାରାଙ୍କ ନାଁ ଶୁବମନଙ୍କ ସହିତ ଯୋଡି ହୋଇସାରିଛି। ତେବେ କାହାକୁ ବିବାହ କରୁଛନ୍ତି ସାରା ତାହା ଦେଖିବାକୁ ବାକି ରହିଲା ।