SachinTendulkar / ଝିଅ ସାରାଙ୍କ ୨୯ତମ ଜନ୍ମଦିନରେ ସଚିନଙ୍କ ଭାବପ୍ରବଣ ପୋଷ୍ଟ, କହିଲେ...

Key Points
ସାରାକୁ ନେଇ ଏମିତି କହିଲେ ସଚିନ
ଝିଅ ସାରାଙ୍କ ୨୯ତମ ଜନ୍ମଦିନରେ ସଚିନଙ୍କ ଭାବପ୍ରବଣ ପୋଷ୍ଟ,
କ୍ରିକେଟ୍ ଜଗତର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ନିଜ ଝିଅ ସାରା ତେନ୍ଦୁଲକରଙ୍କ ୨୯ତମ ଜନ୍ମଦିନ ଅବସରରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟରେ ଜଣେ ବାପାଙ୍କ ସ୍ନେହ, ଝିଅ ବଡ଼ ହେବାର ଖୁସି ଏବଂ ନିଜ ଜୀବନର ନିଷ୍ପତ୍ତି ନିଜେ ନେଉଥିବା ଦେଖି ଗର୍ବ ଅନୁଭବ କରିବାର ଭାବନା ସ୍ପଷ୍ଟ ହୋଇଛି ।
There was a time when I was the one showing you the way. Now, more often than not, I’m simply happy to see where you choose to go. Happy birthday, Sara. Love you. ❤️ https://t.co/7nBiKgClCk
— Sachin Tendulkar (@sachin_rt) October 12, 2026
ସଚିନ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଲେଖିଛନ୍ତି, “ଗୋଟିଏ ସମୟ ଥିଲା, ଯେତେବେଳେ ମୁଁ ତୁମକୁ ରାସ୍ତା ଦେଖାଉଥିଲି । ଏବେ ଅଧିକାଂଶ ସମୟରେ ତୁମେ ନିଜ ରାସ୍ତା ନିଜେ ବାଛୁଥିବା ଦେଖି ମୋତେ ଖୁସି ଲାଗେ । ଜନ୍ମଦିନର ଅନେକ ଶୁଭେଚ୍ଛା, ସାରା । ତୁମକୁ ବହୁତ ଭଲ ପାଏ ।” ଏହି ବାର୍ତ୍ତା ସହ ସେ ହାର୍ଟର ଏକ ଇମୋଜି ମଧ୍ୟ ସେୟାର କରିଛନ୍ତି ।
ଲଣ୍ଡନରେ ପାଠପଢ଼ିଛନ୍ତି ସାରା
ସାରା ତେନ୍ଦୁଲକରଙ୍କ ଜନ୍ମ ୧୨ ଅକ୍ଟୋବର ୧୯୯୭ରେ ମୁମ୍ବାଇରେ ହୋଇଥିଲା । ସେ ସଚିନ ତେନ୍ଦୁଲକର ଏବଂ ଅଞ୍ଜଳି ତେନ୍ଦୁଲକରଙ୍କ ଝିଅ । ସାରା ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ସୋସିଆଲ ମିଡିଆରେ ସାରାଙ୍କର ଭଲ ଲୋକପ୍ରିୟତା ରହିଛି । ତାଙ୍କର ଫଟୋ ଏବଂ ପୋଷ୍ଟକୁ ଅନେକ ଲୋକ ପସନ୍ଦ କରନ୍ତି ।
ସଚିନ ଏବଂ ଅଞ୍ଜଳିଙ୍କର ଦୁଇଟି ସନ୍ତାନ ସାରା ଓ ଅର୍ଜୁନ । ଅର୍ଜୁନ ନିଜ ବାପାଙ୍କ ପରି କ୍ରିକେଟକୁ କ୍ୟାରିୟର ଭାବେ ବାଛିଥିବା ବେଳେ ସାରା ନିଜର ଏକ ଭିନ୍ନ ପରିଚୟ ଗଢ଼ିଛନ୍ତି । କ୍ରିକେଟ୍ ମଇଦାନରେ ଅନେକ ରେକର୍ଡ ସୃଷ୍ଟି କରିଥିବା ସଚିନଙ୍କ ପାଇଁ ପରିବାରର ଗୁରୁତ୍ୱ କେତେ ଅଧିକ, ତାହା ତାଙ୍କର ଏହି ହୃଦୟସ୍ପର୍ଶୀ ବାର୍ତ୍ତାରୁ ପୁଣିଥରେ ସ୍ପଷ୍ଟ ହୋଇଛି ।
📱 Get Argus News App
✨Related Topics
Explore more stories