Shauuriin Bhatt Controversy / କଣ୍ଠଶିଳ୍ପୀଙ୍କୁ ହାଇକୋର୍ଟରୁ ଝଟକା: ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ହେବେ ଗିରଫ !
·2 weeks ago·2 min read

Key Points
ବଢିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ
କଣ୍ଠଶିଳ୍ପୀଙ୍କୁ ହାଇକୋର୍ଟରୁ ଝଟକା
ହୋଇପାରନ୍ତି ଗିରଫ
କଣ୍ଠଶିଳ୍ପୀଙ୍କୁ ହାଇକୋର୍ଟରୁ ଝଟକା
ହୋଇପାରନ୍ତି ଗିରଫ
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତଳକୋର୍ଟରେ ସୌରିନଙ୍କୁ ହାଜର କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଗିରଫ ହୋଇପାରନ୍ତି ସୌରିନ ବୋଲି କୁହାଯାଉଛି।''
ସୂଚନା ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସୌରିନ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ୨୦୨୩ ମସିହାରେ ତାଙ୍କ ବିରୋଧରେ ନନ୍-ବେଲେବଲ୍ ୱାରେଣ୍ଟ (NBW) ଜାରି ହୋଇଥିଲା। ଏହି NBWକୁ ଚ୍ୟାଲେଞ୍ଜ କରି ସୌରିନ ଭଟ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ହାଇକୋର୍ଟ ରହିତାଦେଶ ଜାରି କରିବା ସହ ତଳକୋର୍ଟରେ ଆତ୍ମସମର୍ପଣ କରିବାକୁ ସୌରିନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତି ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା, କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ସେ କିପରି ନିମ୍ନ ଅଦାଲତରେ ହାଜର ହେବେ, ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।''
ଏଥିସହ ପଢ଼ନ୍ତୁ: ଧୋନୀଙ୍କ ବନ୍ଧୁ ସହ ଡେଟ୍ କରୁଛନ୍ତି କ୍ରିତି, ଭିଡିଓ ହେଲା ଭାଇରାଲ୍
ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା, ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଭଳି ସଂଗୀନ ଅଭିଯୋଗ ହୋଇଛି ସୌରିନଙ୍କ ବିରୋଧରେ। କଟକ ମହିଳା ଥାନାରେ ଏନେଇ ଏତଲା ଦାୟର ହେବା ପରେ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରିନ। ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ପରେ କିନ୍ତୁ ସୌରିନ ଆଉ ମହିଳା ଥାନାରେ ହାଜର ହୋଇ ନଥିଲେ। ପୋଲିସ ବାରମ୍ବାର ଖୋଜି ନପାଇବା ପରେ ସୌରିନଙ୍କ ପୈତୃକ ଘରେ ଲଟକା ଜାରି ହୋଇଥିଲା। ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୩ ମସିହାରେ ତାଙ୍କ ବିରୋଧରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା। ଯାହାକୁ ଚ୍ୟାଲେଞ୍ଜ କରି ସୌରିନ ପୁନର୍ବାର ହାଇକୋର୍ଟ ଆସିଥିଲେ।ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଏବଂ ପରେ ୨୦୨୩ ଅଗଷ୍ଟ ୭ ତାରିଖରେ କଟକ ମହିଳା ଥାନାରେ ହାଜର ହୋଇ ଜେନେରାଲ୍ ପଚରାଉଚରା ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଗତ ୨୦ ତାରିଖରେ ସୌରିନ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ତାହା କଲେ ନାହିଁ। ତେଣୁ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ NBW ଉପରେ ଜାରି ହୋଇଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ଏବଂ ଅଭିଯୁକ୍ତ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।''
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories