Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଗୌରୀଙ୍କୁ ଧରି କାନ୍ଦିଥିଲେ ଶହାରୁଖ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗୌରୀଙ୍କୁ ଧରି କାନ୍ଦିଥିଲେ ଶହାରୁଖ

ଅର୍ଗସ ବ୍ୟୁରୋ:  ବଲିଉଡର ଆଗ ଧାଡିର ଅଭିନେତା କିଙ୍ଗ ଖାନ। ସେ ବଲିଉଡର ସବୁଠୁ ଧନୀ ତଥା ଲୋକପ୍ରିୟ ଅଭିନେତା ଅଟନ୍ତି । ଦୀର୍ଘ ୩୨ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରାଇଆସୁଛନ୍ତି ଶାହାରୁଖ। ଏବେବି ନା ତାଙ୍କର କ୍ରେଜ କମିଛି, ନାହିଁ ଫ୍ୟାନ୍ସଙ୍କ ଭଲ ପାଇବା କମିଛି। ପରଦାରେ ତାଙ୍କ ଫିଲ୍ମ ଦେଖିବା ପାଇଁ ମାସେ ଦୁଇମାସ ଆଗରୁ ଟକେଟ ଶେଷ ହୋଇଯାଏ। ତେବେ କିଙ୍ଗ ଖାନ ତାଙ୍କ ଲାଇଫ ଷ୍ଟାଇଲ ଏବଂ ଆକ୍ଟିଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଠିକ ସେହିପରି ତାଙ୍କ ପରିବାର ମଧ୍ୟ। ଆଉ ଗୌରୀ ଖାନ ବି କିଛି କମ ନୁହଁନ୍ତି। ତାଙ୍କର ବି ଫ୍ୟାନ୍ ଫଲୋର୍ସର କିଛି କମ୍‌ ନୁହନ୍ତି। 

ଗୌରୀଙ୍କୁ ବିବାହ କରିବା ପାଇଁ ଶାହାରୁଖ ଅନେକ କଷ୍ଟ ବି କରିଥିଲେ। ଆଉ ଶେଷରେ ଗୌରୀଙ୍କୁ କିଙ୍ଗ ଖାନ ୧୯୯୧ ମସିହାରେ ବିବାହ କରିଥିଲେ । ମାତ୍ର ଚଉଠି ରାତିରେ ଶାହରୁଖ ନିଜ ପତ୍ନୀଙ୍କୁ ଛାଡିକି ଚାଲିଯାଇଥିଲେ । ଆଜ୍ଞା ହଁ କଥାଟା ସତ। ଗୌରୀ ଖାନଙ୍କୁ ବିବାହ କରିବା ସମୟରେ ଶାହରୁଖ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରୁଥିଲେ । ସେହିସମୟରେ ସେ ‘ଦିଲ ଆଶାନ ହୈ’ ସିନେମାର ସୁଟିଂରେ ବ୍ୟସ୍ତ ଥିଲେ । ଏହି ସିନେମାର ପ୍ରଡ୍ୟୁସର ଓ ନିର୍ଦ୍ଦେଶକ ହେମାମାଳିନୀ ଥିଲେ । ସେହିସମୟରେ ଶାହରୁଖ ମୁମ୍ବାଇର ଫ୍ଲେଟରେ ରହୁଥିଲେ । ମାତ୍ର ଶାହରୁଖଙ୍କ ସାଙ୍ଗ ତାଙ୍କୁ ଏକ ହୋଟେଲର ବ୍ୟବସ୍ଥା କରାଇଥିଲା । ସେଠାରୁ ସେ ଭାବିଥିଲେ ଯେ ସେ ହେମାମାଳିନୀଙ୍କୁ କହିଦେବା ଉଚିତ ଯେ ସେ ମୁମ୍ବାଇ ଆସି ସାରିଛନ୍ତି । ଖବର ଦେବା ପରେ ହେମା ତୁରନ୍ତ ସେଟକୁ ସୁଟିଂ ପାଇଁ ଡାକିଥିଲେ ।
ପତ୍ନୀ ଗୌରୀଙ୍କୁ ନେଇ ସେ ସୁଟିଂ ସେଟରେ ପହଞ୍ଚିଥିଲେ ।

ମାତ୍ର ସେଟରେ ହେମା ନ ଥିଲେ । ଫଳରେ ନିଜ ପତ୍ନୀଙ୍କୁ ଶାହରୁଖ ମେକଅଫ ରୁମରେ ବସାଇ ଦେଇଥିଲେ । ପ୍ରାୟ ରାତ୍ର ୧୧ ଟା ସମୟରେ ଏହି ଘଟଣା ଘଟିଥିଲା । ପରେ ଶାହରୁଖ ରାତି ପ୍ରାୟ ୨ ଟାରେ ଫେରିଥିଲେ । ଶାହରୁଖ ସୁଟିଂ କରି ଫେରିବା ପରେ ଦେଖିଥିଲେ ତାଙ୍କ ପତ୍ନୀ ଗୌରୀ ବହୁ ଅଳଙ୍କାର ଓ ମେକଅଫ ସହ ସେଠାରେ ହିଁ ଶୋଇ ପଡିଛନ୍ତି । ଏହା ଦେଖି ନିଜେ ଶାହରୁଖ କାନ୍ଦି ପକାଇଥିଲେ । ସେ ଗୌରୀଙ୍କୁ ଉଠାଇଥିଲେ । ଗୌରୀ ଶାହରୁଖଙ୍କୁ କିଛି ବି କହି ନଥିଲେ । ତାଙ୍କ ଭଳି ପତ୍ନୀ ପାଇ ଶାହରୁଖ ବେଶ୍ ଭାଗ୍ୟବାନ ବୋଲି ମଧ୍ୟ କୁହନ୍ତି । ଏବେବି ଏହି ଯୋଡି ଏକାଠି ରହୁଛନ୍ତି। ହେଲେ ବଲିଉଡରେ ଏମିତି କି ଯୋଡି ଅଛନ୍ତି ଯେଉଁମାନେ କି ବିବାହ କିଛି ବର୍ଷ ପରେ ଡିଭୋର୍ସ ହେଇଯାଉଛି। ତେବେ ବଲିଉଡରେ ଶହାରୁଖ ଏବଂ ଗୌରୀଙ୍କ ଯୋଡିକୁ ଲଭ କେସରେ ଉଦାହରଣ ଦେଇଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


 

Sponsored
Shah Rukh had Tears when he Saw Gauri Sleeping on an Iron Chair on their First Night because of Hema Malini | Argus News