Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶାହରୁଖ ଖାନଙ୍କୁ ମିଳିଲା ହତ୍ୟା ଧମକ

Entertainment

ଶାହରୁଖ ଖାନଙ୍କୁ ମିଳିଲା ହତ୍ୟା ଧମକ

Ritu Das
Browse all articles by Ritu Das
·1 year ago·2 min read
ଶାହରୁଖ ଖାନଙ୍କୁ ମିଳିଲା ହତ୍ୟା ଧମକ

ଅର୍ଗସ ବ୍ୟୁରୋ: ବଲିଉଡ ବାଦଶାହ ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା। ଶାହରୁଖ ଖାନଙ୍କ ଟିମ୍ ବାନ୍ଦ୍ରା ପୋଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି।

ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଫିସକୁ ଏହି କଲ୍ କରାଯାଇଥିଲା। ବାନ୍ଦ୍ରା ପୋଲିସ୍ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ବର୍ତ୍ତମାନ ରାୟପୁର ଅଭିମୁଖେ ବାହାରିଛନ୍ତି, ଯେଉଁଠାରୁ ଧମକ ଆସିଛି।
ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଫିସକୁ ଏହି କଲ୍ କରାଯାଇଥିଲା। ବାନ୍ଦ୍ରା ପୋଲିସ୍ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ବର୍ତ୍ତମାନ ରାୟପୁର ଅଭିମୁଖେ ବାହାରିଛନ୍ତି, ଯେଉଁଠାରୁ ଧମକ ଆସିଛି। ଫୋନ୍ କରି କୁହାଯାଇଥିଲା ଯେ, ଯଦି ଶାହରୁଖଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ କୋଟିଏ ତାଙ୍କ ଦିଅ, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।

ସଲମାନଙ୍କ ପରେ ଶାହରୁଖଙ୍କୁ ଏପରି ଧମକପୂର୍ଣ୍ଣ କଲ୍ ଆସିବା ପରେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇପାରେ। ଏବେ ଶାହରୁଖଙ୍କ ଘର ମନ୍ନତ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କିଛିଦିନ ତଳେ ଶାହରୁଖଙ୍କ ଘର ବାହାରେ ପୋଲିସ ବ୍ୟରିକେଡ ଲଗାଇଥିଲା। ତେବେ କୁହାଯାଉଛି କି ଶାହରୁଖଙ୍କ ତରଫରୁ ଏବେ ଅଧିକ ସୁରକ୍ଷା ମଗାଯାଇନାହିଁ। ଶହରୁଖ ଯୁଆଡେ ବି ଯାଆନ୍ତି ତାଙ୍କ ସହିତ ନିଜର ସୁରକ୍ଷାକର୍ମୀଙ୍କୁ ନେଇଯାଇନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ତାଙ୍କ ଗାଲସ୍କି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ଼ ମଧ୍ୟ ହୋଇଥିଲା। ଯାହାପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ନିକଟରେ ସଲମାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ସୁଟରମାନେ ଗୁଳିକରି ହତ୍ୟା କରିଛନ୍ତି ବୋଲି ସ୍ବୀକାର କରିଥିଲେ। ତେବେ ସଲମାନଙ୍କ ପରେ ପୁଣି ଶାହାରୁଖଙ୍କୁ ଏଭଳି ହତ୍ୟା ଧମକ ମିଳିଥିବାରୁ ମୁମ୍ବାଇ ପୋଲିସ ଚିନ୍ତାରେ ପଡ଼ିଯାଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
Shah Rukh | Argus News