Videos
|
Entertainment

ଭାଇରାଲ ହେଉଛି 'ଶର୍ମା ଜୀ କି ବେଟି'ର ଟ୍ରେଲର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭାଇରାଲ ହେଉଛି 'ଶର୍ମା ଜୀ କି ବେଟି'ର ଟ୍ରେଲର

ଅର୍ଗସ ବ୍ୟୁରୋ:  ରିଲିଜ ହୋଇଛି ସ୍ଲାଇସ୍ ଅଫ୍ ଲାଇଫ କମେଡି ଫିଲ୍ମ ‘ଶର୍ମା ଜୀ କି ବେଟି’ର ଜବରଦସ୍ତ ଟ୍ରେଲର । ଏହି ସିନେମାରେ ସାକ୍ଷୀ ତମ୍ବର, ଦିବ୍ୟା ଦତ୍ତା, ସୈୟମୀ ଖେର ମୁଖ୍ୟ ଭୂମିକାରେ ନଜର ଆସିବୋ ତାଙ୍କୁ ସାଥ ଦେବା ପାଇଁ ‘ଶର୍ମା ଜୀ କି ବେଟି’ ସିନେମାରେ ବଂଶିକା ତପାରିଆ, ଅରିସ୍ତା ମେହତା, ଶରିବ ହାସମୀ ତଥା ପରୱିନ ଡବାସ ପ୍ରମୁଖ ଅଭିନୟ କରୁଛନ୍ତିା ଭାରତର ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟ ଫର୍ମ ପ୍ରାଇମ୍ ଭିଡିଓରେ ଏହା ରିଲିଜ ହୋଇଛି।

ସିନେମାଟି ଆମାଜନ ପ୍ରାଇମ୍‌ରେ ୨୮ ତାରିଖରେ ରିଲିଜ ହେବା ସିନେମାରେ ଅଲଗା ଅଲଗା ପରିବାରରୁ ଆସିଥିବା ମଧ୍ୟବର୍ଗୀୟ ମହିଳାଙ୍କ ଭିନ୍ନ ଭିନ୍ନ ପିଢିର ରୋଚକ କଥାକୁ କମେଡି ମାଧ୍ୟମରେ ଦର୍ଶାଯାଇଛିା ସେମାନଙ୍କ ଆଶା, ଆକାଂକ୍ଷା, ସମ୍ଭାବନା ତଥା ସହଭାଗିତା ଓ ବୁଝାମଣାରେ ‘ଶର୍ମା ଜୀ କି ବେଟି’ ଅଧିକ ସୁନ୍ଦର ଲାଗୁଛିା ଏହି ସିନେମାର ଟ୍ରେଲରକୁ ଆମାଜନ ପ୍ରାଇମ୍ ‘ଏକ୍ସ’ରେ ଲଞ୍ଚ କରିଛିା ଏହାର କ୍ୟାପସନରେ ଲେଖାଯାଇଛି, ‘ପାଚ୍ ୱାପସ୍ ମେ ଗୁନ୍ଥି ଜିନ୍ଦଗିୟାଁ, ସଶକ୍ତ ମହିଳାଏଁ, ନିୟତି ସେ ବନ୍ଧି ପାଚ୍ ଖୁବସୁରତ କାହାନିୟାଁ’ ତାହିରା କଶ୍ୟପ ଖୁରାନା ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତିା ଏହି ଫତଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଛି। ଦିନକୁ ଦିନ ଓଟିଟି ପ୍ଲାଟ ଫର୍ମ ଯୁବ ପୀଢ଼ିଙ୍କୁ ସୁଯୋଗ ଦେବା ସହ ଲୋକଙ୍କୁ ମନୋରଞ୍ଜନ କରିବାରେ ମାଧ୍ୟମ ପାଲଟିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sharmaji Ki Beti trailer out | Argus News