Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପ୍ରେଗନେଣ୍ଟ ଥାଇ ବି ସୁଟିଂରେ ବ୍ୟସ୍ତ 'ମସ୍ତାନୀ'

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରେଗନେଣ୍ଟ ଥାଇ ବି ସୁଟିଂରେ ବ୍ୟସ୍ତ 'ମସ୍ତାନୀ'

ଅର୍ଗସ ବ୍ୟୁରୋ:  ବେବି ବମ୍ପରେ ନଜର ଆସିଲେ ଦୀପିକା। ପ୍ରେଗନାନ୍ସୀ ସମୟରେ ବହୁ ଅଭିନେତ୍ରୀ ଆରାମ କରିବାକୁ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଅଭିନେତ୍ରୀ ଦୀପିକା ଏହି ସମୟରେ ବି ଲଗାତର କାମରେ ବ୍ୟସ୍ତ ରହିଛନ୍ତି । ଖୁସି ଖବର ଦେବେ ବଲିଉଡ୍‌ର ‘ମସ୍ତାନୀ’ ଦୀପିକା ପାଦୁକୋନ୍ । ଏହିଦିନ ତାଙ୍କ ଘରକୁ ଆସିବ କୁନି ଅତିଥି ବୋଲି ସୂଚନା ମିଳିଛି ।ଫେବୃୟାରୀରେ ନିଜ ପ୍ରେଗନାନ୍ସୀ ବିଷୟରେ ଘୋଷଣା କରିବା ପରେ ଦୀପିକା ପାଦୁକୋନଙ୍କୁ କାମ କରୁଥିବାର ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ସିଙ୍ଘମ ଏଗେନ୍‌’ ସେଟ୍‌ରୁ ଦୀପିକାଙ୍କ କିଛି ଫଟୋ ଲିକ୍ ହୋଇଛି ଯେଉଁଥିରେ ସେ ପୋଲିସ ଅଫିସର ଲୁକ୍‌ରେ ନଜର ଆସୁଛନ୍ତି ।

‘ସିଙ୍ଘମ ଏଗେନ୍‌’ ରେ ଦୀପିକା ଶକ୍ତି ସେଟ୍ଟୀ ଭୂମିକା ନିଭାଇଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍‌, ରଣବୀର ସିଂହ,ଅକ୍ଷୟ କୁମାର ଓ କରୀନା କପୁର ବି ଅଛନ୍ତି । ଫିଲ୍ମରେ ଅର୍ଜୁନ କପୁର ଭିଲିଆନ ଭୂମିକାରେ ନଜର ଆସିବେ। ଫିଲ୍ମଟି ଖୁବ ଶୀଘ୍ର ପରଦାକୁ ଆସିବ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'She Looks Cute With Baby Bump', Say Fans As Deepika Padukone Is Spotted On Singham Again Sets | Argus News