ଚାମ୍ପିୟନ୍ସ ଅଫ ଚେଞ୍ଜ ପୁରସ୍କାରରେ ସମ୍ମାନିତ ହେଲେ ଶିଳ୍ପା
·2 years ago

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କୁ ମଙ୍କଳବାର ମହାରାଷ୍ଟ୍ରରେ ଚାମ୍ପିୟନ୍ସ ଅଫ ଚେଞ୍ଜ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅତ୍ୟନ୍ତ ଖୁସି ଥିବା ଶିଳ୍ପା ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି ଏବଂ ତାଙ୍କ ପୁରସ୍କାର ସହିତ କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ମହାରାଷ୍ଟ୍ରର ଜଷ୍ଟିସ କେ.ଜି ବାଲାକ୍ରିଷ୍ଣନ ଏବଂ ଜଷ୍ଟିସ ଜ୍ଞାନସୁଧା ମିଶ୍ରାଙ୍କଠାରୁ ଶିଳ୍ପାଙ୍କୁ ଏହି ସ୍ବତନ୍ତ୍ର ପୁରସ୍କାର ମିଳିଛି।
ଶିଳ୍ପା ନିଜ ଗର୍ବର ମୁହୂର୍ତ୍ତର ଫଟୋ ଇନଷ୍ଟାରେ ଶେୟାର କରିଛନ୍ତି ଫଟୋରେ ଅଭିନେତ୍ରୀ ଶାଢ଼ୀ ବିନ୍ଧିଥିବାର ନଜର ଆସିଛନ୍ତି ଏବଂ ତାଙ୍କୁ ପୁରସ୍କାର ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଶିଳ୍ପା କ୍ୟାପସନରେ ଲେଖିଛନ୍ତି ମୁଁ ଏହି ପୁରସ୍କାର ପାଇଥିବାରୁ ସମସ୍ତଙ୍କୁ ହୃଦୟର ସହ କୃତଜ୍ଞତା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: