Videos
|
Entertainment

Casting Couch Allegation / ସୁଟିଂ ସେଟ୍‌ରେ କାଷ୍ଟିଙ୍ଗ୍ କାଉଚ୍‌ର ସାଙ୍ଘାତିକ ଅଭିଯୋଗ, ରାତି ବିତାଇବାକୁ ଅଫର!

Bikash Mohanty
Browse all articles by Bikash Mohanty
·34 mins ago·2 min read
ସୁଟିଂ ସେଟ୍‌ରେ କାଷ୍ଟିଙ୍ଗ୍ କାଉଚ୍‌ର ସାଙ୍ଘାତିକ ଅଭିଯୋଗ, ରାତି ବିତାଇବାକୁ ଅଫର!
Casting Couch Allegation

Key Points

ସୁଟିଂ ସେଟରେ କାଷ୍ଟିଙ୍ଗ କାଉଚ!
ଅଫରରେ ରାଜି ନହେବାରୁ ଡିପଫେକ ଭାଇରାଲ
ରାତି କାଟିବାକୁ ବାଧ୍ୟ କଲେ ଆସିଷ୍ଟାଣ୍ଡ ଡାଇରେକ୍ଟର
ନିର୍ଯାତନା ଅସହ୍ୟ ହେବାରୁ ମହିଳା ଥାନାରେ ମାମଲା
ଭୁବନେଶ୍ବର,୧୭/୦୯: ସୁଟିଂ ସେଟରେ କାଷ୍ଟିଙ୍ଗ କାଉଚ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ। ମୁମ୍ବାଇର ଏକ ହିନ୍ଦୀ ଟେଲି ପ୍ରଡ଼କ୍ସନ ସଂସ୍ଥା ସୁଟିଂ କରୁଥିଲା ଏଥିରେ ଓଡ଼ିଆ ଅଭିନେତ୍ରୀ ସେଠାରେ ଅଭିନୟ କରୁଥିଲେ । ହିନ୍ଦୀ ଟେଲି ପ୍ରଡ଼କ୍ସନ ସଂସ୍ଥାର ଆସିଷ୍ଟାଣ୍ଡ ଡାଇରେକ୍ଟର ଅମନ ଉପାଧ୍ୟାୟ ଓଡ଼ିଆ ଅଭିନେତ୍ରୀ ଙ୍କ ନମ୍ବର ନେଇ କଲ ମେସେଜ କରିଥିଲେ । ତାଙ୍କ ସହ ଗୋଟେ ରାତି ବିତେଇବାକୁ ଅଫର ଦେଇଥିଲେ। ଏହାକୁ ଅଭିନେତ୍ରୀ ଜଣଙ୍କ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା। ଏମିତିକି ଅଭିନେତ୍ରୀଙ୍କ ଫୋଟ କୁ ଡିପଫେକ ଜରିଆରେ ଏଡିଟ କରି ନିଯୁଡ଼ ଫୋଟ ଭାଇରଲ କରିଥିଲେ । ଏନେଇ ଅଭିନେତ୍ରୀ ଜଣଙ୍କ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ମହିଳା ଥାନା ପୋଲିସ ତଦନ୍ତ କରି ଆସିଷ୍ଟାଣ୍ଟ ଡାଇରେକ୍ଟର ଅମନ ଉପାଧ୍ୟୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ସୁଟିଂ ସେଟ୍‌ରେ ପରିଚୟ.। ଆଉ ନମ୍ବର ନେବା ପରେ ଆରମ୍ଭ ହୋଇଥିଲା ବ୍ୟକ୍ତିଗତ ମେସେଜ୍ ଓ କଲ୍‌ । ମୁମ୍ବାଇର ଏକ ହିନ୍ଦୀ ଟେଲି ପ୍ରଡକ୍ସନ୍ ସଂସ୍ଥା ଓଡ଼ିଶାରେ ସୁଟିଂ କରୁଥିବା ବେଳେ ସେଥିରେ ଅଭିନୟ କରୁଥିଲେ ଜଣେ ଓଡ଼ିଆ ଅଭିନେତ୍ରୀ । ଅଭିଯୋଗ ଅନୁସାରେ, ସଂସ୍ଥାର ଆସିଷ୍ଟାଣ୍ଟ ଡାଇରେକ୍ଟର ଅମନ ଉପାଧ୍ୟାୟ ଅଭିନେତ୍ରୀଙ୍କ ମୋବାଇଲ୍ ନମ୍ବର ନେଇଥିଲେ । ପରେ ତାଙ୍କୁ କଲ୍ ଓ ମେସେଜ୍ କରିବା ସହ ବ୍ୟକ୍ତିଗତ ଭାବେ କଥା ହେବାକୁ ଚାହିଁଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ସହ ଗୋଟିଏ ରାତି ବିତାଇବାକୁ ଅଫର୍ ଦିଆଯାଇଥିବା ମଧ୍ୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ଜଣକ ଏହି ପ୍ରସ୍ତାବକୁ ବିରୋଧ କରିବା ପରେ ପରିସ୍ଥିତି ବଦଳିଯାଇଥିବା ଅଭିଯୋଗ ।

ପଢନ୍ତୁ ଏହି ଖବର: ଅନ୍ତରଙ୍ଗ ଦୃଶ୍ୟ ସୁଟିଂରେ କାହିଁକି ଅଜବ ଲାଗିଲା ରାଧିକାଙ୍କୁ?

ବାରମ୍ବାର ଫୋନ୍ ଓ ମେସେଜ୍ କରି ହଇରାଣ କରିବା ସହ ସୁଟିଂ ସେଟ୍‌ରେ ମଧ୍ୟ ତାଙ୍କୁ ଅସୁବିଧାରେ ପକାଯାଇଥିବା ଅଭିଯୋଗ ଆସିଛି । ଅଫର୍‌ରେ ରାଜି ନହେବାରୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ନେଇ ଏବେ ସୁଟିଂ ସେଟ୍‌ରେ କଥିତ ‘କାଷ୍ଟିଙ୍ଗ କାଉଚ୍’ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଅଭିଯୋଗ ଏଠିରେ ସରିନଥିଲା। ଫଟୋକୁ ଡିପ୍‌ଫେକ୍ କରି ଅଶ୍ଳୀଳ ରୂପ ଦେଇ ଭାଇରାଲ୍ କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ଆସିଛି । ଅଭିନେତ୍ରୀଙ୍କ ସୋସିଆଲ୍ ମିଡିଆରୁ ଫଟୋ ନେଇ ମର୍ଫ୍ କରିବା ଏବଂ AI ଜରିଆରେ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି ପରିବାର ଓ ସାଙ୍ଗସାଥୀଙ୍କ ପାଖକୁ ପଠାଯାଇଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ନିର୍ଯାତନା ଅସହ୍ୟ ହେବାରୁ ଅଭିନେତ୍ରୀ ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାମଲାରେ BNSର ବିଭିନ୍ନ ଧାରା ସହ IT Actର ଧାରା ଲାଗିଥିବା ପୋଲିସ ସୂଚନା ରହିଛି । ତଦନ୍ତ ପରେ ହିନ୍ଦୀ ଟେଲି ପ୍ରଡକ୍ସନ୍ ସଂସ୍ଥାର ଆସିଷ୍ଟାଣ୍ଟ ଡାଇରେକ୍ଟର ଅମନ ଉପାଧ୍ୟାୟଙ୍କୁ ପୋଲିସ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଡିପ୍‌ଫେକ୍ ଫଟୋ, କଲ୍‌, ମେସେଜ୍‌ ଓ ଅନ୍ୟ ଡିଜିଟାଲ୍ ପ୍ରମାଣକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଗିରଫ ଅଭିଯୁକ୍ତ ଜଣଙ୍କ ସୁଟିଂ ସେଟ ରେ ଅନେକ ଅଭିନେତ୍ରୀ, ମହିଳା କର୍ମଚାରୀ ଙ୍କୁ ଫେଭର ମାଗିବା ସହ ନିର୍ଯାତନା ଦେଉଥିବା ପୋଲିସ ତଦନ୍ତ ରୁ ଜଣାପଡିଛି