Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିବିନିମୟ

Entertainment

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିବିନିମୟ

Ritu Das
Browse all articles by Ritu Das
·2 years ago·2 min read
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିବିନିମୟ

ଅର୍ଗସ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଫାଙ୍କା ଗୁଳିଚାଳନା କରାଯାଇଛି। ଦୁଇ ଦୁର୍ବୃତ୍ତ ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଭୋର ୪.୫୫ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେହି ସମୟରେ ସଲମାନ ଖାନ ଘରେ ଥିବା ସୂଚନା ରହିଛି। ଫ୍ୟାନମାନେ ଶୁଣି ଚିନ୍ତିତ ହୋଇପଡ଼ିଛନ୍ତି କାରଣ ଗୁଳି ଚାଳନା ସମୟରେ ସଲମାନ ଘରେ ଉପସ୍ଥିତ ଥିବା ସୂଚନା ମିଳିଛି।

 

ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ଏହାପୁର୍ବରୁ ମଧ୍ୟ ବହୁଥର ଜୀବନରୁ ମାରିଦେବାକୁ ଧମକ ମିଳିସାରିଛି। ଏହି ଧମକ ମିଳିବାପରେ ସଲମାନଙ୍କ ଭିଆଇପି ସିକ୍ୟୁରିଟି ବଢ଼ାଇ ଦିଆଯାଇଥିଲା। କିନ୍ତୁ ଆଜି ସକାଳେ ଏଭଳି ଫାୟାରିଙ୍ଗ କରାଯାଇଥିବାରୁ ସଲମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଯେଉଁଥିପାଇଁ ଭାଇଜାନଙ୍କ ଫ୍ୟାନମାନେ ଶୁଣି ପୁରା ବ୍ୟସ୍ତ। ଫ୍ୟାନମାନେ ସଲମାନଙ୍କୁ ଇନଷ୍ଟାରେ ମେସେଜ କରିଛନ୍ତି ଆପଣ ଘରେ ରହୁନ୍ତୁ। ତେବେ ଏହି ଫାୟାରିଙ୍ଗ କରିଥିବା ଅଭିଯୁକ୍ତଙ୍କୁ ବିକ୍ଷୟରେ ଏପର୍ଯ୍ୟନ୍ତ ସନ୍ଧାନ ପାଇନି ପୋଲିସ। ଆପାର୍ଟମେଣ୍ଟ ବାହାରେ ମୁମ୍ବାଇ ଫୋରନସିକ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ତେବେ ଗୁଳି ସଲମାନଙ୍କ କବାଟରେ ବାଜିଥିବା ଜଣାପଡ଼ିଛି। ସେଥିପାଇଁ ସଲମାନଙ୍କ ସୁରକ୍ଷା ପାଇଁ ତାଙ୍କ ଘର ବାହାରେ ହାଇ ସିକ୍ୟୁରିଟି ଫୋର୍ସକୁ ନିୟୋଜିତ କରାଯାଇଛି। ସଲମାନଙ୍କୁ ନିଜ ସୁରକ୍ଷା ପାଇଁ ରିଭଲଭର ରଖିବାକୁ ମଧ୍ୟ ଅନୁମତି ଦିଆଯାଇଛି। 

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ଏବଂ ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏକ ଟେଲିଭିଜନ ଇଣ୍ଟରଭ୍ୟୁରେ ସେ ଖୋଲାଖୋଲି କହିଥିଲେ ଯେ, ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଉଦ୍ଦେଶ୍ୟ।
ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ, ଗ୍ୟାଙ୍ଗଷ୍ଟର ମାନେ ସଲମାନଙ୍କୁ ନିଜ ଶତ୍ରୁ ବୋଲି କାହିଁକି ଭାବୁଛନ୍ତି। ତାଙ୍କୁ ଟାର୍ଗେଟ କରିବାର କାରଣ କଣ। ତେବେ ଚାଲନ୍ତୁ ଜାଣିବା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହେଉଛି ବିଷ୍ଣୋଇ ସମାଜର। ଏହି ବିଷ୍ଣୋଇସମାଜର ବ୍ୟକ୍ତିମାନେ ବନ୍ୟପ୍ରାଣୀ ତଥା ହରିଣଙ୍କୁ ନିଜର ଭଗବାନ ମାନନ୍ତି। ଏହି ସମାଜର ଲୋକମାନେ କଳା ହରିଣଙ୍କୁ ପୂଜା କରନ୍ତି। ଯେବେ କଳା ହରିଣ ଶିକାର କରିବା ମାମଲାରେ ସଲମାନଙ୍କ ନାଁ ଯେବେଠୁ ଜଡ଼ିତ ହୋଇଛି ସେବେଠୁ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। 

ଏହା ପୂର୍ବରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ମଧ୍ୟ କାନାଡାର ଅଭିନେତା-ଗାୟକ ଜିପି ଗ୍ରୁୱାଲଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଆଜିର ଘଟଣା ପରେ ପୋଲିସ ସଲମାନ ଖାନଙ୍କ ଘରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ମୁମ୍ବାଇ ପୋଲିସ ଏବଂ ମୁମ୍ବାଇ CBI ଏହାକୁ ଗରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ମୁମ୍ବାଇ ପୋଲିସ କହିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus Whatsapp Channel Mobile Top
Sponsored
Shooting at the house | Argus News