Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପଞ୍ଜାବୀ ସିଙ୍ଗର ଏପି ଢିଲନଙ୍କ ଘର ବାହାରେ ଗୁଳିକାଣ୍ଡ

Ritu Das
Browse all articles by Ritu Das
·1 year ago·1 min read
ପଞ୍ଜାବୀ ସିଙ୍ଗର ଏପି ଢିଲନଙ୍କ ଘର ବାହାରେ ଗୁଳିକାଣ୍ଡ

ଅର୍ଗସ ବ୍ୟୁରୋ: ପଞ୍ଜାବୀ ସିଙ୍ଗର ଅମୃତପାଲ ସିଂହ ଓରଫ ଏପି ଢିଲନଙ୍କ କାନାଡାରେ ଥିବା ଘର ବାହାରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣା ଗତକାଲିର ଏବଂ ଲରେନ୍ସ ବିଶ୍ନୋଇ ଗିରୋହର ସଦସ୍ୟ ରୋହିତ ଗୋଦାରା ନାମକ ବ୍ୟକ୍ତି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ବୋଲି କୁହାଯାଉଛି। ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ଯାଞ୍ଚ ଆରମ୍ଭ କରିସାରିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ମୁତାବକ, ଅମୃତପାଲ ସିଂହ ଢିଲନ, ଯିଏ ଏପି ଢିଲନ ନାମରେ ପରିଚିତ, ଏକ ଲୋକପ୍ରିୟ ଇଣ୍ଡୋ-କାନାଡିଆନ ରାପର। ଏହି ଆକ୍ରମଣ ଏପି ଢିଲନ ସଲମାନ ଖାନଙ୍କ ସହ ମ୍ୟୁଜିକ ଭିଡିଓ ‘ଓଲ୍ଡ ମନି’ ଜାରି କରିବାର କିଛି ସପ୍ତାହ ପରେ ଘଟିଛି। ତାଙ୍କ ପଞ୍ଜାବୀ ଗୀତ ଇଣ୍ଟରନେଟରେ ଖୁବ ଲୋକପ୍ରିୟ। ଏହା ପୂର୍ବରୁ ପଞ୍ଜାବୀ ଫିଲ୍ମ ଷ୍ଟାର ଗିପ୍ପି ଗ୍ରୋବାଲ ଏବଂ ପଞ୍ଜାବୀ ସିଙ୍ଗର କରଣ ଔଜଲାଙ୍କ ଘରେ ମଧ୍ୟ ଫାୟରିଙ୍ଗ ହୋଇସାରିଛି। ଦୁଇ ଘଟଣାର ଅଭିଯୋଗ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କ ଉପରେ ଅଛି। ଏହି ଦୁଇ ଘଟଣାମାନ କାନାଡାରେ ଘଟିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shots fired | Argus News