Videos
|
Entertainment

ଇଭେଣ୍ଟରେ ବର୍ଷା ସମୟରେ ଏକାଠି ନଜର ଆସିଲେ ଶ୍ରଦ୍ଧା-ଆଦିତ୍ୟ

Ritu Das
Browse all articles by Ritu Das
·1 year ago·2 min read
ଇଭେଣ୍ଟରେ ବର୍ଷା ସମୟରେ ଏକାଠି ନଜର ଆସିଲେ ଶ୍ରଦ୍ଧା-ଆଦିତ୍ୟ

ଅର୍ଗସ ବ୍ୟୁରୋ: 'ଆଶିକୀ ୨' ହିଟ୍ ଯୋଡି ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କପୁର। ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଯେତେବେଳେ ବି ସେମାନଙ୍କର ଫ୍ୟାନମାନେ ଦୁହିଁଙ୍କୁ ଏକାଠି ଦେଖନ୍ତି, ସେମାନେ ୨୦୧୩ ରୋମାଣ୍ଟିକ୍ ମ୍ୟୁଜିକାଲ୍ ଡ୍ରାମା ଫିଲ୍ମ 'ଆଶିକୀ-୨'ରେ ଅନ୍-ସ୍କ୍ରିନ୍ କେମେଷ୍ଟ୍ରିକୁ ମନେ ପକାନ୍ତି । ବର୍ତ୍ତମାନ, Aashiqui 2 ର ୧୧ ବର୍ଷ ପରେ, ସମାନ ସିନ୍‌ କ୍ୟାମେରାରେ କଏଦ ହୋଇଥିଲା । ଯାହାକୁ ଦେଖି ଫ୍ୟାନମାନେ ନିଜକୁ ପ୍ରଶଂସା କରିବାକୁ ଅଟକାଇ ପାରି ନ ଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଶ୍ରଦ୍ଧା ଏବଂ ଆଦିତ୍ୟଙ୍କ ଯୋଡି ପୁଣି ଥରେ ଦେଖିବାକୁ ମିଳିଛି । ନିକଟରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କପୁରଙ୍କୁ ମୁମ୍ବାଇରେ ଏକ ଇଭେଣ୍ଟ ପାଇଁ ଏକାଠି ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଆଦିତ୍ୟ ଏବଂ ଶ୍ରଦ୍ଧା ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ସେହି ସମୟରେ ବର୍ଷା ମଧ୍ୟ ହେଉଥିବାର ଦେଖିବାକୁ ମିଳିଛି।  ଏହି  ଦୃଶ୍ୟ ଦେଖି ଲୋକମାନେ ମୋହିତ ସୁରିଙ୍କ 'ଆଶିକୀ ୨' କୁ ମନେ ପକାଉଛନ୍ତି। 

ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମିଳିଥିଲା । ସେହିଭଳି ଭିଡିଓର କମେଣ୍ଟରେ ଫ୍ୟାନ ମାନେ ଆଶିକୀ-୩ ପାଇଁ ଦାବି କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ବର୍ଷା ସମୟରେ ଶ୍ରଦ୍ଧା ଏବଂ ଆଦିତ୍ୟଙ୍କ ମହାମିଳନ ... ଏହା ମୋତେ ଆଶିକୀ ୨ କୁ ମନେ ପକାଇଛି। ଅନ୍ୟ ଜଣେ ଲେଖିଛନ୍ତି, ସେହି ସିନ ପୁଣି ମନେ ପକାଉଛି ବର୍ଷା ଆଉ ଆରୋହି- ରାହୁଲ। ଅନ୍ୟ ଜଣେ ଲେଖିଛନ୍ତି, ଉଭୟଙ୍କୁ ଏକାଠି ଦେଖି ମୁଁ ବହୁତ ଖୁସି। 

ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଆଉ ବିଳମ୍ବ ନକରି ଦୁଇ ଜଣ ବିବାହ କରନ୍ତୁ।  ଆଉ ଜଣେ କହିଛନ୍ତି ସେମାନେ ପରସ୍ପର ପାଇଁ ଏବଂ ସବୁଦିନ ପାଇଁ ତିଆରି ହୋଇଥିଲେ।  ଜଣେ ତୃତୀୟ ବ୍ୟକ୍ତି ଏହା ମଧ୍ୟ ଲେଖିଛନ୍ତି, “ସେମାନଙ୍କୁ ରିଲ୍ ଏବଂ ବାସ୍ତବ ଜୀବନରେ ମଧ୍ୟ ଏକାଠି ଦେଖିବାକୁ ଚାହୁଁଛୁ। ଆଦିତ୍ୟ ଅନନ୍ୟାଙ୍କ ବ୍ରେକ୍‌ଅପ ଖବର ପରେ ଶ୍ରଦ୍ଧାଙ୍କର ମଧ୍ୟ ବ୍ରେକଅପ ହୋଇଥିଲା । କିଛି ଲୋକ ଭିଡିଓ ଦେଖିବା ପରେ କହୁଛନ୍ତି ଦୁହେଁ ବାସ୍ତବ ଜୀବନରେ ମଧ୍ୟ ଏକାଠି ହୁଅନ୍ତୁ। ଆଉ ଜଣେ ଲେଖିଛନ୍ତି ଦୁହିଁଙ୍କ ମଧ୍ୟରେ କଣ ପ୍ୟାଚ୍‌ଅପ ହୋଇଯାଇଛି କି?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନେକ ପ୍ରଶଂସକ ସେମାନଙ୍କ ବିବାହ ପାଇଁ ଦାବି କରିଥିଲେ।  ୱାର୍କ ଫ୍ରଣ୍ଟରେ ଶ୍ରଦ୍ଧା କପୁର ତାଙ୍କର ବର୍ତ୍ତମାନର ହରର କମେଡି ଫିଲ୍ମ 'ସ୍ତ୍ରୀ ୨'ର ସଫଳତାକୁ ଏଞ୍ଜୟ କରୁଛନ୍ତି। ଅନ୍ୟପକ୍ଷରେ ଆଦିତ୍ୟ - ସାରା ଅଲି ଖାନ, କୋନକଣା ସେନ୍ ଶର୍ମା, ପଙ୍କଜ ତ୍ରିପାଠୀ ଏବଂ ଅନ୍ୟମାନଙ୍କ ସହ 'ମେଟ୍ରୋ ଇନ ଦିନୋ' ପାଇଁ ସୁଟିଂ କରୁଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Shraddha-Aditya | Argus News