Bollywood News / 'ଶ୍ରୀକ୍ରିଷ୍ଣା ସିରିୟଲ'ର କୃଷ୍ଣଙ୍କ କଥା ମନେଅଛି ? ଏବେ ୬୦ ବର୍ଷ ବୟସରେ କରୁଛନ୍ତି ଏହି କାମ
·8 months ago·2 min read

Key Points
ରାମାନନ୍ଦ ସାଗରଙ୍କ ଦୂରଦର୍ଶନରେ ଆସୁଥିବା ଶୋ’ ଶ୍ରୀକ୍ରିଷ୍ଣା ମନେଥିବ। ଏହି ଶୋ’ ୧୯୯୩ରୁ ୧୯୯୯ ଯାଏ ଟେଲିକାଷ୍ଟ ହୋଇଥିଲା। ଏହି ଧାର୍ମିକ ସିରିୟଲରେ ଲିଡ୍ ରୋଲ୍ରେ ସର୍ବଦମନ ବାନାର୍ଜୀ ନଜର ଆସିଥିଲେ।
ରାମାନନ୍ଦ ସାଗରଙ୍କ ଦୂରଦର୍ଶନରେ ଆସୁଥିବା ଶୋ’ ଶ୍ରୀକ୍ରିଷ୍ଣା ମନେଥିବ। ଏହି ଶୋ’ ୧୯୯୩ରୁ ୧୯୯୯ ଯାଏ ଟେଲିକାଷ୍ଟ ହୋଇଥିଲା। ଏହି ଧାର୍ମିକ ସିରିୟଲରେ ଲିଡ୍ ରୋଲ୍ରେ ସର୍ବଦମନ ବାନାର୍ଜୀ ନଜର ଆସିଥିଲେ। ଏହି ସମୟରେ ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ , ତାଙ୍କୁ ଦେଖିବା କ୍ଷଣି ଲୋକେ ଆଶୀର୍ବାଦ ନେବାକୁ ଭିଡ଼ ଜମାଉ ଥିଲେ। ସର୍ବଦମନ ଏବେ ୬୦ ବର୍ଷ ବୟସର ହୋଇ ଗଲେଣି ଏବଂ ତାଙ୍କର ଜୀବନ ପୁରା ବଦଳି ଯାଇଛି। ସେ ଚାକଚକ୍ୟକୁ ଛାଡ଼ି ଋଷିକେଶରେ ଏକ ଯୋଗ ,ମେଡିଟେସନ ସେଣ୍ଟର ଚଳାଉଛନ୍ତି। ଏହି ମଧ୍ୟରେ କିଛି ଫିଲ୍ମରେ ସେ ଛୋଟ ଛୋଟ ରୋଲ୍ ମଧ୍ୟ କରିଛନ୍ତି। ସେ ଏତେ ବଦଳି ଯାଇଛନ୍ତି ଯେ, ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଛି। ହେଲେ ତାଙ୍କର ସୋସିଆଲ ମିଡ଼ିଆରେ ଲୋକେ ଆଜି ମଧ୍ୟ ତାଙ୍କର କୃଷ୍ଣ ରୋଲ୍କୁ ମନେ କରି ସମ୍ମାନ ଦେଉଛନ୍ତି।
ଏହାସହ ପଢ଼ନ୍ତୁ: ୫୨ ବର୍ଷ ବୟଷରେ ପାଦ ଥାପିଛନ୍ତି ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ
ଉତ୍ତର ପ୍ରଦେଶର ଉନ୍ନବରେ ସର୍ବଦମନ ବାନାର୍ଜୀଙ୍କର ଜନ୍ମ। ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆ , ପୁନେରୁ ଗ୍ରାଜୁଏସନ କରିଥିଲେ। ୧୯୮୩ ମସିହାରେ ସେ ଆଦିଶଙ୍କରାଚାର୍ଯ୍ୟ ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସଂସ୍କୃତ ଭାଷାରେ ଥିଲା। ୧୯୯୩ରେ ତାଙ୍କୁ ରାମାନନ୍ଦ ସାଗରଙ୍କ ଶୋ’ ଶ୍ରୀକ୍ରିଷ୍ଣାରେ ରୋଲ୍ ମିଳିଥିଲା। ଏହିଠାରୁ ଘରେ ଘରେ ତାଙ୍କର ଛବି କୃଷ୍ଣଙ୍କ ଛବିରେ ଛାପି ହୋଇଗଲା। ସର୍ବଦମନ ଆହୁରି ଅନେକ ମାଇଥୋଲଜିକାଲ ରୋଲ୍ ମଧ୍ୟ କରିଛନ୍ତି , କିନ୍ତୁ ସବୁଠାରୁ ଅଧିକ ଲୋକପ୍ରିୟ ସେ କୃଷ୍ଣ ରୂପେ ହୋଇଛନ୍ତି। କହି ରଖୁଛୁ ଯେ, ସର୍ବଦମନଙ୍କର ଆଧ୍ୟାତ୍ମିକତା ପ୍ରତି ଦୃଢତା ପିଲାଦିନୁ ରହିଥିଲା। ସେ କହି ସାରିଛନ୍ତି ଯେ, ଶ୍ରୀକୃଷ୍ଣ ଶୋ’ କରିବା ପାଇଁ ମଧ୍ୟ ତାଙ୍କୁ ଈଶ୍ୱରଙ୍କ ପକ୍ଷରୁ ସଙ୍କେତ ମିଳି ଥିଲା।
ଏହାସହ ପଢ଼ନ୍ତୁ: ମମତା କୁଲକର୍ଣ୍ଣିଙ୍କ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ- ସେ ଆତଙ୍କବାଦୀ ନୁହନ୍ତି...ପୁଣି କଥାରେ ୟୁଟର୍ଣ୍ଣ
ସର୍ବଦମନ ଇଣ୍ଡଷ୍ଟ୍ରୀ କାହିଁକି ଛାଡ଼ିଲେ, ଏହା ଉପରେ କୌଣସି ଅଫିସିଆଲି ଷ୍ଟେଟମେଣ୍ଟ ତ ନାହିଁ , ହେଲେ ଏକ ପଡକାଷ୍ଟର ରିପୋର୍ଟ ଅନୁସାରେ, ସେ ୪୫ ବର୍ଷ ବୟସ ଯାଏ କାମ କରିବାକୁ ଚାହୁଁ ଥିଲେ। ସେ ଟିଭି ଓ ଫିଲ୍ମରେ ଅଧିକ ଆକ୍ଟିଭ୍ ନୁହଁନ୍ତି। ୨୦୧୬ମସିହାରେ ସେ ଏମଏସ ଧୋନୀ ଫିଲ୍ମରେ କେମିଓ କରିଥିଲେ। ଏହାପରେ ୨୦୨୨ରେ ଗଡଫାଦର ପୁଣି ୨୦୨୪ରେ ଲକି ଭାସ୍କରରେ ଛୋଟ ରୋଲ କରିଥିଲେ। ସର୍ବଦମନ ବାନାର୍ଜୀଙ୍କ ପ୍ରଥମ ପତ୍ନୀ ଅଙ୍କିତା ଡାକ୍ତର ଥିଲେ। ଛାଡ଼ପତ୍ର ପରେ ସେ ତାଙ୍କର ବନ୍ଧୁ ଓ ପାର୍ଟନର ଅଳଙ୍କୃତା ବାନାର୍ଜୀଙ୍କ ସହ ପଙ୍ଖ ନାମକ ଏନଜିଓ ଚଳାଉଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories