Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

9 ବର୍ଷ ବଡ ଅଭିନେତ୍ରୀଙ୍କୁ ବାହା ହେବେ ଶୁଭମନ୍ ଗିଲ୍!

Arpita Mohanty
Browse all articles by Arpita Mohanty
·2 years ago·1 min read
9 ବର୍ଷ ବଡ ଅଭିନେତ୍ରୀଙ୍କୁ ବାହା ହେବେ ଶୁଭମନ୍ ଗିଲ୍!

ଅର୍ଗସ ବ୍ୟୁରୋ: ଟିଭି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତ ନିଜ ବିବାହ ଖବରକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚାରେ ଅଛନ୍ତି ତାଙ୍କ ନାମ ଭାରତୀୟ କ୍ରିକେଟର ଶୁଭମନ୍ ଗିଲଙ୍କ ସହିତ ନାମ ଯୋଡା ଯାଉଛି। ଆଗରୁ ଶୁଣିବାକୁ ମିଳୁଥିଲା ରିଦ୍ଧିମା ଶୁଭମନଙ୍କ ସହିତ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଏବେ ସେ ନେଇ ମୁହଁ ଖୋଲିଛନ୍ତି ରିଦ୍ଧିମା ଆଉ କହିଛନ୍ତି ଶୁଭମନ୍ ଗିଲଙ୍କ ସହିତ ତାଙ୍କର ବିବାହ ହେଉନାହିଁ। ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଏହି ଖବରକୁ ସମ୍ପୂର୍ଣ୍ଣ ଗୁଜବ କହିଛନ୍ତି। ମୁଁ ବିବାହ କରୁନି,ଯଦି କେବେ ହେବ ମୁଁ ନିଜେ ଜଣାଇଦେବି,ଏହି ଖବର ଗୁଡିକରେ ବିଲକୁଲ ବି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

ରିଦ୍ଧିମା ପଣ୍ଡିତ ହେଉଛନ୍ତି ଏକ ସଫଳ ଟିଭି ଅଭିନେତ୍ରୀ । 'ବୋହୂ ହମାରି ରଜନୀକାନ୍ତ' ସିରିଏଲରେ ଏକ ରୋବୋଟ୍ ର ଅଭିନୟ କରି ସିଏ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ। ଏହା ବ୍ୟତିତ ବିଗବସ ଓଟିଟି ଏବଂ ଖତରୋଂ କେ ଖିଲାଡିରେ ମଧ୍ୟ ସେ ନଜର ଆସିଯାଇଛନ୍ତି। ଅନ୍ୟପଟେ ଭାରତୀୟ କ୍ରିକେଟ ଟିମ୍ ର ଏକ ସଫଳ ଖେଳାଳୀ ହେଉଛନ୍ତି ଶୁଭମନ୍ ଗିଲ୍। ରିଦ୍ଧିମାଙ୍କ ପୂର୍ବରୁ ତାଙ୍କ ନାମ ସାରା ଅଲି ଖାଁ ଏବଂ ସାରା ତେନ୍ଦୁଲକରଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା। 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shuvman Gill | Argus News