|
logo
Live

Argus News - ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

Entertainment

ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

ଅର୍ଗସ ବ୍ୟୁରୋ : "ପୁଷ୍ପା ୨ ଫିଲ୍ମରେ କ୍ବାଲିଟି ନାହିଁ " । ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପରଷ୍ଟାର ସିଦ୍ଧାର୍ଥ ନାରାୟଣ । ପୁଷ୍ପା ୨ ରିଲିଜ ହେବା ପରଠୁ ବକ୍ସ ଅଫିସରେ ତାର ଜବରଦସ୍ତ ପଫୋମାନ୍ସ ଦେଖାଇସାରିଛି । ୫ ଦିନ ଭିତରେ ଏହା ପାଖାପାଖି ୯୦୦ କୋଟି ଟଙ୍କା ବିଶ୍ବବ୍ୟାପୀ ଆୟ କରିସାରିଛି । ଏହା ଭିତରେ ଅଲ୍ଲୁ ଅର୍ଜୁନଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଛନ୍ତି ସିଦ୍ଧାର୍ଥ ।
ପୁଷ୍ପା ୨ ଟ୍ରେଲର ଲଞ୍ଚ ହେବାଦିନ ସେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ ମାନଙ୍କୁ ଜେସିବି ଖୋଳିବା ବେଳେ ଏକତ୍ରିତ ହୋଇ ଭିଡ ଜମାଇ ଦେଖୁଥିବା ଲୋକଙ୍କ ସହ ତୁଳନା କରିଛନ୍ତି । ସିଦ୍ଧାର୍ଥ ଏହା ମଧ୍ୟ କହିଛନ୍ତି ଯେ ଏହାର ଅର୍ଥ ଫିଲ୍ମରେ କ୍ବାଲିଟି ନାହିଁ ।
ଫିଲ୍ମ ପୁଷ୍ପା ୨ର ଟ୍ରେଲର ବିହାରର ପାଟନାରେ ଲଞ୍ଚ କରାଯାଇଥିଲା । ଏହି ଇଭେଣ୍ଟରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ । ଏହି ଇଭେଣ୍ଟକୁ ନେଇ ସିଦ୍ଧାର୍ଥ କହିଥିଲେ , ଭାରତରେ ଏପରି ଭିଡ ହବା କୌଣସି ଅସାଧାରଣ କଥା ନୁହେଁ । ଏପରି ଯଦି ହୋଇଥାନ୍ତା , ତାହେଲେ ସବୁ ରାଜନୈତିକ ପାର୍ଟି ଜିତି ଯାଇଥାନ୍ତା , ଆଉ କାହାକୁ ମଦ ବୋତଲ, ବିରିୟାନୀ ପ୍ୟାକେଟ ବାଣ୍ଟିବାକୁ ପଡି ନଥାନ୍ତା । ସିଦ୍ଧାର୍ଥଙ୍କ ଏପରି ଟିପ୍ପଣୀକୁ ନେଇ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକ ମାନେ ତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସିଦ୍ଧାର୍ଥ ତାଙ୍କୁ ଇର୍ଷା କରିଛନ୍ତି । ସେଥିପାଇଁ ତାଙ୍କ ଫିଲ୍ମକୁ ନେଇ ଏପରି କହୁଛନ୍ତି । 
ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ସିଦ୍ଧାର୍ଥଙ୍କ ଭାରତରେ କି ସାଉଥ ଇଣ୍ଡଷ୍ଟ୍ରୀରେ କେହି ଚିହ୍ନନ୍ତି ନାହିଁ । ସେଥିପାଇଁ ତାଙ୍କର ଏପରି ମନ୍ତବ୍ୟ ଦେବା ବୃଥା ଅଟେ । ତେବେ ସିଦ୍ଧାର୍ଥଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମାହୋଲରେ ଚର୍ଚ୍ଚା ଲାଗି ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ | Argus News