Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପୁତ୍ରସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସେଓ୍ବାଲାଙ୍କ ମା'

Ritu Das
Browse all articles by Ritu Das
·2 years ago·2 min read
ପୁତ୍ରସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସେଓ୍ବାଲାଙ୍କ ମା'

ଅର୍ଗସ ବ୍ୟୁରୋ: ହଁ ଆଜ୍ଞା ଆମେ କହୁଛୁ ଲିଜେଣ୍ଡରୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲାଙ୍କ କଥ। ଯାହାଙ୍କର ଗୀତର ସାରା ଦୁନିଆ ଦିଓ୍ବାନା ଥିଲା। ହଠାତ ତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା। ଆଉ ଫ୍ୟାନମାନେ ଶୁଣିକି ସ୍ତବ୍ଧ ହୋଇଯାଇଥିଲେ ଯେ, ଏସବୁ କଣ ହୋଇଗଲା। ଆଉ ସିଦ୍ଧୁଙ୍କ ସହ ଏମିତି କାହିଁକି ହେଲା। ବହୁତ ବଡ଼ ଟ୍ୟାଲେଣ୍ଟ ଦୁନିଆରୁ ହଜିଗଲା। ଏମିତି ହେବାର ନ ଥିଲା। ସିଦ୍ଧୁ ଥିଲେ ଦେଶର ନାଁ ରୋଶନ କରିଥାନ୍ତା। ତାଙ୍କ ବୁଢ଼ା ବାପା ମା'ଙ୍କୁ ଦେଖିକି ଦୁଃଖ ଲାଗୁଥିଲା। ଏଇ ବୟସରେ ପୁଅକୁ ଛାଡ଼ିକି କେମିତି ରହିବେ। 

କିନ୍ତୁ ସିଦ୍ଧୁଙ୍କ ପୁଅ ବାଲକୌର ଜୀ କାଲି ଏକ ଟ୍ବିଟ କରିଛନ୍ତି। ଇନଷ୍ଟାରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସିଦ୍ଧୁଙ୍କ ପିତା କୋଳରେ ଏକ ଛୁଆକୁ ଧରି ଫଟୋ ଦେଇଛନ୍ତି। ଆଉ ଏହି ଫଟୋ ଦେଖି ଫ୍ୟାନ ମାନେ ଲେଖିଛନ୍ତି ସିଦ୍ଧୁ ମୁସେଓ୍ବାଲା ଇଜ ବ୍ୟାକ। ଇଏ ହେଉଛନ୍ତି ମୁସେଓ୍ବାଲା ୨.୦। ସତରେ ଏହି ଫଟୋକୁ ଯିଏ ଦେଖୁଛି ତା' ଆଖିରୁ ଲୁହ ଆସିଯାଉଛି। ଏକଥା ସତ ଯେ, ଲିଜେଣ୍ଡ can never die` 

ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରେ ଖୁସିର ମାହୋଲ। ତାଙ୍କ ମା’ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ ତାଙ୍କ ନବଜାତ ପୁଅର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନ ଭାଇକୁ ଆମ କୋଳରେ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛି ଏବଂ ସମସ୍ତ ଶୁଭେଚ୍ଛୁଙ୍କ ଅସୀମ ଭଲପାଇବା ପାଇଁ ମୁଁ କୃତଜ୍ଞ’।
ଲୋକପ୍ରିୟ ପଞ୍ଜାବୀ ନିଖୋଜ ସିଦ୍ଧୁ ମୁସେୱାଲାଙ୍କୁ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲା ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ। ଏଭଳି ପରିସ୍ଥିତିରେ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଗର୍ଭଧାରଣ କରିବାକୁ ତାଙ୍କ ପିତା ମାତା ନିଷ୍ପତ୍ତି ନେଇଥିଲେ। ସିଦ୍ଧୁଙ୍କ କୁନି ଭାଇଙ୍କ ଜନ୍ମ ଖବର ସାମ୍ନାକୁ ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ସିଦ୍ଧୁଙ୍କ ବାପାଙ୍କୁ ପାଖାପାଖି ୨ ଲକ୍ଷ ଲାଇକ ଏବଂ ୩୫୦୦ରୁ ଅଧିକ କମେଣ୍ଟ ମିଳିସାରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored