Videos
|
Entertainment

ବିବାହ ପାଇଁ ପ୍ରସ୍ତୁତ ଶୋଭିତା-ନାଗା ଚୈତନ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିବାହ ପାଇଁ ପ୍ରସ୍ତୁତ ଶୋଭିତା-ନାଗା ଚୈତନ୍ୟ

ଅର୍ଗସ ବ୍ୟୁରୋ:  ଚର୍ଚ୍ଚାରେ ଶୋଭିତା  ଧୁଲିପାଲା। ଖୁବଶୀଘ୍ର ହେବେ ହାତକୁ ଦି ହାତ। ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ।  ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ବିବାହ ପୂର୍ବ ରୀତିନୀତିର କିଛି ଝଲକ୍‌ ଦେଖାଇଛନ୍ତି। ଶୋଭିତା ନାରଙ୍ଗୀ ରଙ୍ଗର ସାଉଥ ଇଣ୍ଡିଆନ୍‌ ଶାଢ଼ି ପିନ୍ଧିଥିବା ବେଳେ ସୁନାର ହାର, ଗଜରା ଓ ଚୁଡି ମଧ୍ୟ ପିନ୍ଧିଛନ୍ତି। ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି।

ଶୋଭିତା ଫଟୋରେ ନିଜ ସାଙ୍ଗମାନଙ୍କ ସହିତ ହସୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ସେ ତେଲୁଗୁରେ କିଛି ଲେଖିଛନ୍ତି, ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଖୁବ୍‌ ଲାଇକ୍‌ ସେୟାର କରାଯାଉଛି। କହିବାକୁ ଗଲେ ସାମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ର ପରେ ନାଗା ଚୈତନ୍ୟ ଶୋଭିତାଙ୍କ ପ୍ରେମରେ ପଡିଥିଲେ। ଶୋଭିତା ଓ ନାଗା ଚୈତନ୍ୟ ୨୦୨୨ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଛନ୍ତି ଶୋଭିତା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: