Videos
|
Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା, ମେଡିକାଲରେ ପହଞ୍ଚିଲେ ଝିଅ ଓ ଜ୍ୱାଇଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା, ମେଡିକାଲରେ ପହଞ୍ଚିଲେ ଝିଅ ଓ ଜ୍ୱାଇଁ

ଅର୍ଗସ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା। ତାଙ୍କୁ ମୁମ୍ୱାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଠାତ୍‌ ଏମିତି କଣ ହେଲା ଯେ, ସେ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା। କହିବାକୁ ଗଲେ ଏବେ ନିକଟରେ ପାଞ୍ଚ ଦିନ ପୂର୍ବେ ଝିଅ ବାହାଘର କରିଥିଲେ ଶତ୍ରୁଘ୍ନ ସିହ୍ନା। ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜୁନ୍‌ ୨୩ ତାରିଖ ଦିନ ଜହିର ଇକବାଲଙ୍କୁ ବିବାହ କରିଛନ୍ତି। ଉଭୟ ସିଭିଲ ମ୍ୟାରେଜ କରିଛନ୍ତି, ପରେ ମୁମ୍ୱାଇରେ ଏକ ଭବ୍ୟ ରିସପସନର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଲିଉଡର ସବୁ ଅଭିନେତା ଓ ଅଭିନତ୍ରୀ ନିମନ୍ତ୍ରିତ ହୋଇଥିଲେ। ସୋନାକ୍ଷୀ ଓ ଜହିରଙ୍କ ବିବାହ ଫଟୋ ଓ ଭିଡିଓ ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ତାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ପହଞ୍ଚିଲେ ଜ୍ୱାଇଁ ଓ ଝିଅ।

ଶତ୍ରୁଘ୍ନ ଆଡମିଟ ହୋଇଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତାରେ ପଡିଯାଇଛନ୍ତି। ତେବେ ଚିନ୍ତାର କୌଣସି କାରଣ ନାହିଁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଝିଅ ବାହାଘର ପାଇଁ ଦୌଡା ଧାପଡାରେ ତାଙ୍କ ଶରୀର ଓ ମସ୍ତିଷ୍କ ଉପରେ ବେଶ୍‌ ଚାପ ପଡିଥିଲା। ଏହି କାରଣରୁ ତାଙ୍କର ରୁଟିନ ଚେକଅପ ହେଉଛି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ହସ୍ପିଟାଲରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sonakshi Sinha and Zaheer Iqbal spotted visiting Shatrughan Sinha at Kokilaben Hospital today | Argus News