Videos
|
Entertainment

ନିକାହ କରିବେ ଦବଙ୍ଗ ଗର୍ଲ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିକାହ କରିବେ ଦବଙ୍ଗ ଗର୍ଲ...

ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ହେବେ ମୁସଲମାନ। ଯେଉଁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନାକ୍ଷୀ ତାଙ୍କ ବିବାହ ପୂର୍ବରୁ ମୁସଳମାନ ଧର୍ମ ଗ୍ରହଣ କରିବେ ଓ ତାଙ୍କ ପ୍ରେମୀକଙ୍କ ସହ ବିବାହ କରିବେ। ସୋନାକ୍ଷୀଙ୍କ ଏପରି ନିଷ୍ପତ୍ତି ତାଙ୍କ ଫ୍ୟାନ୍ସ ଓ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସୋନାକ୍ଷୀ ତାଙ୍କର ନିଷ୍ପତ୍ତି ନେଇ ଏ ପର୍ଯ୍ୟନ୍ତ ସାର୍ବଜନିକ ରୂପେ କୌଣସି ବୟାନ ଦେଇନାହାନ୍ତି। ସେପଟେ ସୋନାକ୍ଷୀ ସିହ୍ନା ଓ ତାଙ୍କ ଭାବି ପତି ଏବେ ନିକାହ ପ୍ରସ୍ତୁତିରେ ଲାଗିପଡିଛନ୍ତି। ପରିବାର ଓ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। କୁହାଯାୁଛି ନିକାହ ରିତିରିବାଜ ଅତ୍ୟନ୍ତ  ବ୍ୟକ୍ତିଗତ ଓ ପାରମ୍ପରିକ ଉପାୟରେ ସମ୍ପନ୍ନ କରାଯିବ। ତେବେ ସୋନାକ୍ଷୀ ସିହ୍ନାଙ୍କ ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି।

ସୋନାକ୍ଷୀ ସିହ୍ନାଙ୍କ ନିକହ ପରେ ତାଙ୍କ କ୍ୟାରିୟର ଯୋଜନା ବି ଚର୍ଚ୍ଚାର ବିଷୟ ହୋଇ ରହିଛି। କିଛି ଲୋକ ଏହାକୁ ତାଙ୍କର ସାହସ ଓ ପ୍ରେମ ପ୍ରତି ସମ୍ମାନ ବୋଲି କହୁଛନ୍ତି ତ ଆଉ ଲୋକେ ଏହାକୁ ତାଙ୍କର ବ୍ୟକ୍ତିଗତ ମାମଲା କହି କୌଣସି ପ୍ରକାର ଟିକା ବିପ୍ପଣୀରୁ ବର୍ତ୍ତି ରହୁଛନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ବଡବଡ ଷ୍ଟାରମାନେ ସୋନାକ୍ଷୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ କରୁଛନ୍ତି ଓ ଆଗାମୀ ଜୀବନ ପାଇଁ ତାଙ୍କୁ ଶୁଭକାମନା ଜଣାଉଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sonakshi Sinha Will NOT Convert To Islam After Wedding | Argus News