ଖୁବଶୀଘ୍ର ବିବାହ କରିବେ ସୋନାକ୍ଷୀ-ଜାହୀର !

ଅର୍ଗସ ବ୍ୟୁରୋ: ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଛନ୍ତି ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଚଳିତ ମାସରେ ଦୁହିଁଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କଥାଟା କେତେଦୂର ସତ।
ଏକ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକ ଜାହୀର ଇକବାଲଙ୍କୁ ଜୁନ୍ ୨୩ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖି ଆସିଛନ୍ତି। କିଛି କହି ନ ଥିଲେ ବି ସୋସିଆଲ ମିଡିଆ ପୋଷ୍ଟଗୁଡିକ ସେମାନଙ୍କ ପ୍ରେମ କାହାଣୀ ସମସ୍ତଙ୍କ ସାମ୍ନାକୁ ଆଣିଥିଲା।
ଯଦି ଆମେ ଦୁହିଁଙ୍କ ପ୍ରଥମ ସାକ୍ଷାତ କଥା କହିବା ତେବେ ଦୁହେଁ ସଲମାନ ଖାନଙ୍କ ଏକ ପାର୍ଟିରେ ଭେଟିଥିଲେ। ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଭଲ ପାଇ ବସିଲେ। ଏବେ ବିବାହ ଖବର ସାମ୍ନାକୁ ଆସିବା ସହ ବିବାହ କାର୍ଡ ବି ଛପା ସରିଲାଣି । କାର୍ଡରେ ‘ଗୁଜବ ସତ’ ବୋଲି ଲେଖାଯାଇଥିବା ଚର୍ଚ୍ଚା ହେଉଛି। ବିବାହରେ ଦୁହିଁଙ୍କ ପରିବାର ଓ ବନ୍ଧୁଙ୍କ ସମେତ ‘ହୀରାମଣ୍ଡି’ର ପୁରା ଷ୍ଟାରକାଷ୍ଟ ଯୋଗ ଦେବେ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ସୋନାକ୍ଷୀ ଓ ଜାହୀର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର