Land Fraud / ସୋନାଲି ବେନ୍ଦ୍ରେଙ୍କ ନାଁରେ ଜମିଜମା ଠକେଇ ଅଭିଯୋଗ ଆଣିଲେ ଚାଷୀ; ଏମିତି କହିଲେ ଅଭିନେତ୍ରୀ
·5 months ago·2 min read

Key Points
ବଲିଉଡର ଲୋକପ୍ରିୟ ଅଭିନେତ୍ରୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ
ସୋନାଲି ବେନ୍ଦ୍ରେଙ୍କ ନାଁରେ ଠକେଇ ଅଭିଯୋଗ ଆଣିଲେ ଚାଷୀ
ସୋନାଲି ବେନ୍ଦ୍ରେଙ୍କ ନାଁରେ ଠକେଇ ଅଭିଯୋଗ ଆଣିଲେ ଚାଷୀ
ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ନାଁରେ ଠକେଇ ଅଭିଯୋଗ । ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ଗୋଲ୍ଡିଙ୍କ ବିରୁଦ୍ଧରେ ଜମିଜମା ଠକେଇ ଅଭିଯୋଗ କରିଛନ୍ତି ପୁଣେର ଜଣେ ଚାଷୀ । ପୁଣେର ମାଭଲଠାରେ ପ୍ରାୟ ୩୦ ଗୁଣ୍ଠ ଜମି ଅଭିନେତ୍ରୀ ଠକେଇ କରିଥିବା ଅଭିଯୋଗ ଆସିବା ପରେ ମୁହଁ ଖୋଲିଛନ୍ତି ସୋନାଲି । ସେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିବାବେଳେ ତାଙ୍କ ନାଁ କୌଣସି ଜମି ବିକ୍ରି କାଗଜପତ୍ରରେ ନାହିଁ ବୋଲି କହିଛନ୍ତି ।
ସ୍ଥାନୀୟ ଚାଷୀ ଚନ୍ଦ୍ରକାନ୍ତ ସିନ୍ଦେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବାରର ଜମି ଉପରେ ପୈତୃକ ଅଧିକାର ଅଛି, ଯାହାକୁ ୧୯୫୭ ମସିହାରୁ ଗୋଲ୍ଡି ବେହଲ କିଣିଥିଲେ ଏବଂ ଏହି ଅଧିଗ୍ରହଣ ବେଆଇନ ଭାବରେ କରାଯାଇଥିଲା । ଚାଷୀ ଜଣକ ଏହି ମାମଲା ସମ୍ପର୍କରେ ଭାଡଗାଓଁ ମାଭାଲର ସିଭିଲ୍ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି ।
ପଢନ୍ତୁ ଏହି ଖବର: ସୁନା ଚେନକୁ ନେଇ ବିବାଦ; କ୍ରିକେଟରଙ୍କ ଅଭିଯୋଗରେ ବନ୍ଧା ହେଲେ ଅଭିନେତ୍ରୀ

- କଣ ପୁରା ଘଟଣା ?
ପଢନ୍ତୁ ଏହି ଖବର: ସୁନା ଚେନକୁ ନେଇ ବିବାଦ; କ୍ରିକେଟରଙ୍କ ଅଭିଯୋଗରେ ବନ୍ଧା ହେଲେ ଅଭିନେତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ଏହି ବିବାଦଟି ଏକ ଦେୱାନୀ ମାମଲା ହୋଇଥିବାରୁ ପରବର୍ତ୍ତୀ ସମୟରେ କୋର୍ଟକୁ ନିଆଗଲା । ଏହି ଜମି ଉପରେ ସ୍ଥଗିତାଦେଶ ପାଇଁ ଚାଷୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଚନ୍ଦ୍ରକାନ୍ତ ସିନ୍ଦେ ଏହି ମାମଲାରେ ସୋନାଲି ବେନ୍ଦ୍ରେ, ଗୋଲ୍ଡୀ ବହଲ ଏବଂ ଅନ୍ୟ ଦୁଇ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
- ଅଭିଯୋଗର ଜବାବ ରଖିଲେ ଅଭିନେତ୍ରୀ
Related Topics
Explore more stories