Bollywood / ପୁଣି ମା' ହେବେ ସୋନମ୍, ଫ୍ୟାନ୍ସ କହୁଛନ୍ତି...

Key Points
ପୁଣି ମା' ହେବେ ସୋନମ ?
ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା
ବଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ କପୁର ପୁଣି ଚର୍ଚ୍ଚାରେ। ସୋନମ କପୁରଙ୍କୁ ବଲିଉଡର ଷ୍ଟାଇଲିସ ଆଇକନ ବୋଲି କୁହାଯାଏ। ସେ ନିଜ ଅଭିନୟ ଅପେକ୍ଷା ଫ୍ୟାସନକୁ ନେଇ ଖୁବ ଚର୍ଚ୍ଚାରେ ଥାନ୍ତି। ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି ସୋନମ୍। ଖୁସି ଖବର ଦେବେ ଅଭିନେତ୍ରୀ ସୋନମ କପୁର ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି। ଖବର ଆସିଛି କି ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି। ସୋନମ ଏବଂ ଆନନ୍ଦ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ସୋନମ ଏବେ ଦ୍ୱିତୀୟ ତ୍ରୈମାସିକରେ ଅଛନ୍ତି। ଦୁହେଁ ଆଗାମୀ କିଛି ଦିନ ମଧ୍ୟରେ ଏନେଇ ପ୍ରଶଂସକଙ୍କୁ ଜଣାଇପାରନ୍ତି। କିନ୍ତୁ ବର୍ତ୍ତମାନ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହାସହ ଦୁହିଁଙ୍କ ଫ୍ୟାନ୍ସମାନେ ମଧ୍ୟ ଖୁବ ଖୁସି ହେଉଛନ୍ତି।
ଏଥିସହ ପଢ଼ନ୍ତୁ: ଜାତୀୟ ଚଳଚିତ୍ର ପୁରସ୍କାର ବେଳେ ଏମିତି ନେକଲେସ କାହିଁକି ପିନ୍ଧିଥିଲେ ରାଣୀ?
📱 Get Argus News App
✨ତେବେ କେବେ ସୋନମ ଏବଂ ତାଙ୍କ ସ୍ୱାମୀ ଏନେଇ ସୂଚନା ଦେବେ ତାକୁ ଅପେକ୍ଷା କରିଛନ୍ତି। ସୋନମଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ, ପୁତ୍ର ବାୟୁର ଜନ୍ମ ପରେ ଅଭିନେତ୍ରୀ ଅଭିନୟଜଗତରେ ଅଧିକ ସକ୍ରିୟ ନାହାନ୍ତି। ତାଙ୍କୁ ଶେଷ ଥର ପାଇଁ ‘ଦ ଜୋୟା ଫ୍ୟାକ୍ଟର’ ଚଳଚ୍ଚିତ୍ରରେ ଦେଖାଯାଇଥିଲା। ଏହା ପରେ ୨୦୨୩ ମସିହାରେ ତାଙ୍କ ଚଳଚ୍ଚିତ୍ର ‘ବ୍ଲିଙ୍କ’ ରିଲିଜ ହୋଇଥିଲା।
କେବେ ବିବାହ କରିଥିଲେ ସୋନମ ?
୨୦୧୮ ମସିହାରେ ତାଙ୍କ ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୂଜାଙ୍କୁ ବିବାହ କରିଥିଲେ। ବିବାହର ପ୍ରାୟ ୪ ବର୍ଷ ପରେ ସୋନମ ଏବଂ ଆନନ୍ଦ ଆହୂଜା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ପୁତ୍ର ବାୟୁର ଜନ୍ମ ପରେ ସୋନମ କପୁର ତାଙ୍କ ବୈବାହିକ ଜୀବନରେ ବ୍ୟସ୍ତ ଅଛନ୍ତି। ଏବେ ସୋନମଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ପ୍ରଶଂସକଙ୍କ ଖୁସିର ସୀମା ନାହିଁ। ସୋନମ କପୁର ଏବଂ ଆନନ୍ଦ ଆହୂଜା କଥିତ ଭାବେ ପୁନର୍ବାର ପିତାମାତା ହେବାକୁ ପ୍ରସ୍ତୁତ ଅଛନ୍ତି। ଏହି ଖବର ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଭାଇରାଲ ହେବା ଆରମ୍ଭ ହୋଇଛି।
ସୋନମଙ୍କ ପ୍ରଥମ ସନ୍ତାନ:
ସୋନମ ଏବଂ ଆନନ୍ଦ ଏକ ପୁତ୍ର ବାୟୁର ପିତାମାତା ଅଛନ୍ତି। ବାୟୁର ଜନ୍ମ ୨୦୨୨ ମସିହାରେ ହୋଇଥିଲା। ସୋନମ କପୁରଙ୍କ ଗର୍ଭବତୀ ହେବାର ଖବର ଶୁଣିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories