Bollywood News / କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ସୋନାରିକା ଭାଦୋରିଆ : ଶେୟାର କଲେ ଝିଅର ପ୍ରଥମ ଝଲକ
·7 months ago·2 min read

Key Points
ଲୋକପ୍ରିୟ ଟିଭି ଧାରାବାହିକ "ଦେବୋଂ କେ ଦେବ ମହାଦେବ"ର "ପାର୍ବତୀ" ସୋନାରିକା ଭାଦୋରିଆ ମା' ହୋଇଛନ୍ତି। ଏହି ଅଭିନେତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ଲୋକପ୍ରିୟ ଟିଭି ଧାରାବାହିକ "ଦେବୋଂ କେ ଦେବ ମହାଦେବ"ର "ପାର୍ବତୀ" ସୋନାରିକା ଭାଦୋରିଆ ମା' ହୋଇଛନ୍ତି। ଏହି ଅଭିନେତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋନାରିକା ସୋସିଆଲ ମିଡିଆରେ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ଥିବା ବହୁ ଅଭିନେତା ଅଭିନେତ୍ରୀ ସୋସିଆଲ ମିଡିଆରେ ଅଭିନନ୍ଦନର ବର୍ଷା କରୁଛନ୍ତି। ମାତ୍ର ପାଞ୍ଚ ଦିନ ପୂର୍ବରୁ ଏହି ଅଭିନେତ୍ରୀ ତାଙ୍କ ବେବି ବମ୍ପର ଫଟୋ ସେୟାର କରିଥିଲେ। ଏବେ, ସେ ତାଙ୍କ ପ୍ରଶଂସକଙ୍କ ସହ ମା' ହେବାର ଖୁସି ଖବର ସେୟାର କରିଛନ୍ତି।
ବେବି ପ୍ରଥମ ଝଲକ ଦେଖାଇଲେ
ସୋନରିକା ଭଦୋରିଆ ଶିଶୁକନ୍ୟାକୁ ଡିସେମ୍ବର ୫ ତାରିଖରେ ଜନ୍ମ ଦେଇଥିଲେ। ଅଭନେତ୍ରୀ ମା' ହୋଇଛନ୍ତି ବୋଲି ନିଜେ ଫଟୋ ଗୁଡ଼ିକ ଶେୟାର କରି ଫ୍ୟାନ୍ସମାନଙ୍କୁ ଗୁଡ଼ ନ୍ୟୁଜ ଦେଇଛନ୍ତି। ଟେଲିଭିଜନର ପାର୍ବତୀ ନିଜ ନହ୍ନୀ ପରୀର ଫଟୋ ଦେଇ ଲେଖିଛନ୍ତି ଡିସେମ୍ବର ୫ ଆମ ଜୀବନର ସବୁଠୁ ବଡ଼ ଆଶୀର୍ବାଦ। ସୋନାରିକା ଏହି ଫଟୋକୁ ତାଙ୍କ ସ୍ବାମୀ ବିକାଶ ପରାଶରଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।
ଟିଭି ତାରକାମାନେ କଲେ ପ୍ରେମବର୍ଷା
୩୩ ବର୍ଷୀୟା ଅଭିନେତ୍ରୀ ସୋନାରିକା ଶିଶୁର ଏକ କଳା ଧଳା ଫଟୋ ଶେୟାର କରିବା ମାତ୍ରେ ତାଙ୍କ ପୋଷ୍ଟରେ ଅଭିନନ୍ଦନର ବର୍ଷା ହୋଇଥିଲା। ପ୍ରଶଂସକମାନେ ବିକାଶ ଏବଂ ସୋନାରିକାଙ୍କୁ ପିତାମାତା ହେବା ପାଇଁ ଅଭିନନ୍ଦନ ଜଣାଇଥିଲେ। ଲତା ସବରୱାଲ, ଅଶନୁର କୌର ଏବଂ ଆରତୀ ସିଂହଙ୍କ ସମେତ ଟିଭି ତାରକାମାନେ ମଧ୍ୟ ସୋନାରିକାଙ୍କ ପୋଷ୍ଟରେ ପ୍ରେମ ବର୍ଷା କରିଛନ୍ତି।
ସୂଚନା ଥାଉ କି, ଅଭିନେତ୍ରୀ ସୋନାରିକା ଭାଦୋରିଆ ୧୮ ଫେବୃଆରୀ, ୨୦୨୪ରେ ବିକାଶ ପରାଶରଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରରେ ବିବାହ କରିଥିଲେ। କେବଳ ନିକଟତର ବନ୍ଧୁ ଏବଂ ପରିବାର ସେମାନଙ୍କ ବିବାହରେ ଯୋଗ ଦେଇଥିଲେ। ସୋନାରିକା ତାଙ୍କ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିବା ସହ ଇନଷ୍ଟାଗ୍ରାମରେ ସେମାନଙ୍କ ବିବାହର ଫଟୋ ଶେୟାର କରିଥିଲେ। ଲୋକପ୍ରିୟ ଟିଭି ଧାରାବାହିକ "ଦେବୋଁ କେ ଦେବ ମହାଦେବ"ରେ ପାର୍ବତୀ ଭୂମିକା ପାଇଁ ସୋନାରିକା ପ୍ରସିଦ୍ଧି ହାସଲ କରିଥିଲେ।
ଅଧିକ ପଢ଼ନ୍ତୁ: ପବ୍ରେ ଏମିତି କଲେ ଆର୍ଯ୍ୟନ, ମହିଳା କମିଶନଙ୍କ ନିକଟରେ ଏତଲା ଦାୟର
ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଛନ୍ଦି ହୋଇଯାଉଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ ନେଇ ବିବାଦ ଏବଂ ଏବେ ଏକ ଭାଇରାଲ ଭିଡିଓ ଆର୍ଯ୍ୟନ ଖାନଙ୍କୁ ପୁଣି ଥରେ ସମସ୍ୟାରେ ପକାଇଛି। ପ୍ରକୃତରେ, ଆର୍ଯ୍ୟନ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବେଙ୍ଗାଲୁରୁର ଏକ ପବ୍ରେ ଦେଖିବାକୁ ମଳିଥିଲା। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଥିଲା।ଭିଡ଼ ଭିତରେ ସମସ୍ତଙ୍କ ସାମ୍ନାରେ ନିଜର ମଧ୍ୟମ ଆଙ୍ଗୁଠି ଦେଖାଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories