Bollywood News / "ଧୁରନ୍ଧର" ସେଟ୍ରେ ଟେଲି ଅଭିନେତ୍ରୀ ସୌମ୍ୟା ଟଣ୍ଡନ ଅକ୍ଷୟ ଖନ୍ନାଙ୍କୁ କେତେଥର ଚାପୁଡ଼ା ମାରିଥିଲେ!
·8 months ago·2 min read

Key Points
ଏତେ ବଡ଼ ଅଭିନେତାଙ୍କୁ ଗୋଟିଏ ଥର ଚାପୁଡ଼ା ମାରିଲାବେଳକୁ ମଧ୍ୟ ମୋ ହାତ ଥରୁଥିଲା। ଦର୍ଶକ ମୋତେ ଏବିଷୟରେ ଅନେକ ଥର ପଚାରିଛନ୍ତି କିନ୍ତୁ ବାସ ସିଙ୍ଗଲଟେକ୍ରେ ଏହି ସିନ ହୋଇଛି।
ଫିଲ୍ମ "ଧୁରନ୍ଧର" ବକ୍ସଅଫିସରେ ଧମାଲ ମଚାଇବା ବନ୍ଦ ହେଉନି। ଫିଲ୍ମର ଆୟ ଏବେ ୬୦୦ କୋଟିର ନିକଟତର ହୋଇଛି। ଏହି ମୁଭିରେ ଟେଲି ଅଭିନେତ୍ରୀ ସୌମ୍ୟା ଟଣ୍ଡନଙ୍କୁ ବଡ଼ ଭୂମିକାରେ ଦେଖିବାକୁ ମିଳିଛି। ସୌମ୍ୟା ଏହି ମୁଭିରେ ଅକ୍ଷୟ ଖନ୍ନାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ତାଙ୍କର ରୋଲ ସେତେଟା ନ ଥିଲା କିନ୍ତୁ କମ ରୋଲରେ ବି ଜବରଦସ୍ତ ଅଭିନୟ କରି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ଧୁରନ୍ଧର ମୁଭିର ସଫଳତାରେ ସୌମ୍ୟାଙ୍କ ଖୁସି କହିଲେ ନ ସରେ। ସେ ଇନଷ୍ଟାରେ ଏହି ମୁଭିକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ କଥା ଶେୟାର କରିଛନ୍ତି।
ଏହାସହ ପଢ଼ନ୍ତୁ: ରଣବୀର ସିଂଙ୍କ `ଧୁରନ୍ଧର' ମୁଭି କାଶ୍ମୀରର ସୋପିଆନ ଏବଂ ପୁଲଓ୍ବାମାରେ ରେକର୍ଡ କରୁଛି
ଅକ୍ଷୟ ଖନ୍ନାଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ସୌମ୍ୟା
ମୁଭିକୁ ନେଇ ସୌମ୍ୟା ଟଣ୍ଡନ କିଛି ମୁଭି ପଛର ଦୃଶ୍ୟ ଶେୟାର କରିଛନ୍ତି। ଗୋଟିଏ ଗୋଟିଏ ସିନ ପଛର ଷ୍ଟୋରୀ ଦର୍ଶକଙ୍କୁ କହିଛନ୍ତି। ମୁଁ ଅକ୍ଷୟଙ୍କ ସହ ପ୍ରଥମ ସଟ ଦେବାକୁ ପୁରା ନର୍ଭସ ଥିଲି। ସେ ଜଣେ ନିଖୁଣ କଳାକାର। ସେ ପୁରା ଚରିତ୍ର ମଧ୍ୟରେ ବୁଡ଼ି ରହିଥାନ୍ତି। ତାଙ୍କ ସହ ଅଭିନୟ କରିବା ମୋ ପାଇଁ ସତରେ ବଡ଼ ଭାଗ୍ୟର କଥା।
ଅକ୍ଷୟଙ୍କୁ ମୁଁ କେତେଥର ଚାପୁଡ଼ା ମାରିଥିଲି
ଅକ୍ଷୟ ସବୁବେଳେ ସେଟ୍ରେ ମ୍ୟାଜିକ କରନ୍ତି। ସେଟ୍ରେ କାମ ଛଡ଼ା ମସ୍ତି କରିବାକୁ ଆମକୁ ଅଧିକ ସମୟ ମିଳୁ ନ ଥିଲା। କିନ୍ତୁ ଯେଉଁ ସମୟରେ କ୍ୟାମେରା ରୋଲ ହେଲା ଆମର ସାଙ୍ଗେ ସାଙ୍ଗେ କନେକ୍ସନ ଆରମ୍ଭ ହୋଇଥିଲା। ମୋତେ ସତରେ ଲାଗୁଥିଲା ଯେମିତି ଆମ ଦୁଇଜଣଙ୍କ ମଧ୍ୟରେ ଏକ ଅଦ୍ଭୁତ କେମେଷ୍ଟ୍ରି ଅଛି। ତାଙ୍କ ଭଳି ଜଣେ ସଚ୍ଚୋଟ ଅଭିନେତା ସତରେ ମୁଁ କେବେ ଦେଖି ନ ଥିଲି। ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି। ତାଙ୍କ ସହ କାମ କରିବା ସତରେ ବହୁତ ଖୁସି ଲାଗେ। ମୁଁ ଚାହୁଁଛି ଆଉ କେବେ ମୋତେ ତାଙ୍କ ସହ କାମ କରିବାର ସୁଯୋଗ ମିଳୁ।
ଗୋଟିଏ ଫଟୋ ଶେୟାର କରି କହିଥିଲେ, "ଏହା ହେଉଛି ମୁଭିରେ ମାର ଏଣ୍ଟ୍ରି ସିନ। ଆଉ ଏଥିରେ ଦର୍ଶକଙ୍କ ଯେଉଁ ଭଲ ପାଇବା ମିଳିଛି ତାହା ଶବ୍ଦରେ କହିହେବ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ରଶ୍ମିକା-ବିଜୟ କଲେ କି ବିବାହ? ସୋସିଆଲ ମିଡିଆରେ ଘୁରୁଛି ଫଟୋ
ସତରେ ଆଦିତ୍ୟ ଧର ଜଣେ ମାଷ୍ଟରପିସ। ଏମିତି କଳାକାରଙ୍କୁ କାଷ୍ଟ କରିଛନ୍ତି ସତରେ ଲାଗୁଥିଲା ଯେମିତି କଳାକାର ଚରିତ୍ର ନୁହେଁ ସତରେ ଚରିତ୍ର ମଧ୍ୟରେ ରହିଛନ୍ତି। ସୌମ୍ୟା ଶେଷରେ କହିଛନ୍ତି ମୁଁ ଅକ୍ଷୟଙ୍କୁ ମାତ୍ର ଥରେ ଚାପୁଡ଼ା ମାରିଛି। ତାହା ପୁଣି ଆଦିତ୍ୟଙ୍କ କହିବା ଅନୁଯାୟୀ ଗୋଟିଏ ସଟ୍ରେ। ଏହା ସିଙ୍ଗଲ ଟେକ୍ ଥିଲା। ଏତେ ବଡ଼ ଅଭିନେତାଙ୍କୁ ଗୋଟିଏ ଥର ଚାପୁଡ଼ା ମାରିଲାବେଳକୁ ମଧ୍ୟ ମୋ ହାତ ଥରୁଥିଲା। ଦର୍ଶକ ମୋତେ ଏବିଷୟରେ ଅନେକ ଥର ପଚାରିଛନ୍ତି କିନ୍ତୁ ବାସ ସିଙ୍ଗଲଟେକ୍ରେ ଏହି ସିନ ହୋଇଛି।

Related Topics
Explore more stories